• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

କେବେ ମିଳିବ ସୁବିଧା ? ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ସାଙ୍ଘାତିକ

କୋରାପୁଟରେ ଥିବା ଓଡ଼ିଶାର ଏକ ମାତ୍ର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଏବେ ଅବ୍ୟବସ୍ଥା ଘେରରେ ଲାଗିରହିଛି ପ୍ରଫେସରଙ୍କ ମରୁଡ଼ି ଖାଲି ପଡ଼ିଛି ଭାଇସ ଚାନସେଲର ପଦବୀ

କେବେ ମିଳିବ ସୁବିଧା ? ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତି ସାଙ୍ଘାତିକ
ଅବ୍ୟବସ୍ଥା ଘେରରେ କୋରାପୁଟର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ

କୋରାପୁଟ: କୋରାପୁଟରେ ଥିବା ଓଡ଼ିଶାର ଏକ ମାତ୍ର କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟ ଏବେ ଅବ୍ୟବସ୍ଥା ଘେରରେ ଚାଲିଛି । ସ୍ଥାୟୀ ହେଉକି ଅସ୍ଥାୟୀ, ଏଠାରେ ପ୍ରଫେସରଙ୍କ ମରୁଡି ଲାଗି ରହିଛି । ସେହିପରି ଭାଇସ ଚାନସେଲର ପଦବୀ ବି ଖାଲି ପଡ଼ିଛି । ଏପରିକି ପ୍ରାଶାସନିକ ଭବନ ମଧ୍ୟ ନିର୍ମାଣ ହୋଇ ପାରି ନାହିଁ । ଆନୁସଙ୍ଗିକ ସୁବିଧା ସୁଯୋଗ ପାଉ ନ ଥିବାରୁ ଅନେକ ସମୟରେ ଛାତ୍ରଛାତ୍ରୀମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଅନୁମୋଦିତ ୨୦ଟି ବିଭାଗରୁ ବର୍ତ୍ତମାନ ସୁଦ୍ଧା ୧୪ ଟି ବିଭାଗ ଖୋଲିଛି । ପ୍ରାୟ ୪ଶହ ଏକର ପରିମିତ ଅଞ୍ଚଳରେ କେବଳ ୩ଟି ସ୍ଥାୟୀ ଗୃହ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ସ୍ଥିତିକୁ ଜାହିର କରୁଛି । 

୨୦୦୯ ମସିହା ଅଗଷ୍ଟ ୨୯ ତାରିଖରେ ଅସ୍ଥାୟୀ ଭାବେ କୋରାପୁଟର ବିଶ୍ଲେଷଣାତ୍ମକ ଆଦିବାସୀ ଗବେଷଣା କେନ୍ଦ୍ର(କୋଟସ)ଠାରେ ଓଡ଼ିଶାର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଉଦଘାଟିତ ହୋଇଥିଲା । ଏହି ଅସ୍ଥାୟୀ କ୍ୟାମ୍ପସରେ କିଛି ମାସ ଚାଲିବା ପରେ ପରବର୍ତ୍ତୀ ସମୟରେ ଲାଣ୍ଡିଗୁଡା ନିକଟକୁ ସ୍ଥାନାନ୍ତରିତ କରାଯାଇଥିଲା । ଏହାପରେ ସୁନାବେଡାରେ ପ୍ରାୟ ୪ଶହ ଏକର ପରିମିତ ଅଞ୍ଚଳରେ କେନ୍ଦ୍ରୀୟ ବିଶ୍ୱ ବିଦ୍ୟାଳୟର ସ୍ଥାୟୀ କ୍ୟାମ୍ପସ ନିର୍ମାଣ କାମ ଆରମ୍ଭ ହୋଇଥିଲା । ଇତି ମଧ୍ୟରେ ୧୦ ବର୍ଷ ପୂରିଲାଣି, କିନ୍ତୁ ସୁନାବେଡାରେ କେବଳ ଦୁଇଟି ଛାତ୍ର ଏବଂ ଛାତ୍ରୀ ନିବାସ ସମେତ ଗୋଟିଏ ଗେଷ୍ଟ ହାଉସ ସମେତ ୩ଟି ସ୍ଥାୟୀ ଗୃହ ନିର୍ମାଣ ହୋଇପାରିଛି । ପିଲାମାନଙ୍କ ପାଠ ପଢା, ପ୍ରଫେସର ରୁମ୍, ମିଟିଙ୍ଗ୍ ରୁମ୍ ଆଦି ପାଇଁ ଅସ୍ଥାୟୀ ଭାବେ ଗୃହ ନିର୍ମାଣ କରାଯାଇଛି । ଏତେ ବଡ଼ ଅଞ୍ଚଳରେ କେବଳ ୩ଟି ସ୍ଥାୟୀ ଗୃହ ବିଶ୍ୱବିଦ୍ୟାଳୟର ଅସଲ ରୂପକୁ ପଦାରେ ପକାଇ ଦେଇଛି । ଏତେବଡ ବିଶ୍ୱ ବିଦ୍ୟାଳୟର ପ୍ରାଶାସନିକ କାର୍ଯ୍ୟ କରିବା ପାଇଁ ପ୍ରାଶାସନିକ ଭବନ ଟିଏ ଆଜି ଯାଏଁ ନିର୍ମାଣ ହୋଇ ପାରିଲା ନାହିଁ । 

ବର୍ତ୍ତମାନ ସୁଦ୍ଧା ୧୫ଟି ପ୍ରଫେସର, ୨୮ଟି ଆସୋସିଏଟ ପ୍ରଫେସର ଏବଂ ୪୪ଟି ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ଖାଲି ପଡ଼ିଛି । ସେହିପରି ନନ୍-ଟିଚିଙ୍ଗ୍ ଷ୍ଟାଫ ମଧ୍ୟରେ ଗ୍ରୁପ ଏ- ପାଇଁ ୨୦ଟି ପଦବୀ ଅନୁମୋଦିତ ହୋଇଥିବାବେଳେ, ୧୫ଟି ପଦବୀ ଖାଲି ପଡ଼ିଛି । ଗ୍ରୁପ ବି- ପାଇଁ ୨୯ ଟି ପଦବୀ ଅନୁମୋଦିତ ହୋଇଥିବାବେଳେ ୨୪ଟି ଖାଲି ପଡିଛି । ସେହିପରି ଗ୍ରୁପ ସି- କ୍ଷେତ୍ରରେ ୬୬ ସ୍ଥାନରେ ୫୪ଟି ଖାଲି ପଡିଛି ।  ଦୀର୍ଘ ୧୦ ବର୍ଷ ଧରି ଅବ୍ୟବସ୍ଥା ଘେରରେ ପଡ଼ିଥିବା କୋରାପୁଟ ସେଣ୍ଟ୍ରାଲ ୟୁନିଭର୍ସିଟିର ଦୁଃଖର ଦିନ କେବେ ସରିବ, ସେଥିପାଇଁ ସମସ୍ତଙ୍କ ଅପେକ୍ଷା ।