ଆରମ୍ଭ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ’
Advertisement

ଆରମ୍ଭ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ’

ମାଛକୁଣ୍ଡ ସ୍ଥିତ ବାରଙ୍ଗବାଡି ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ‘ପରବ’। ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନ କୁ ଆଣିବା ଓ ପର୍ଯ୍ୟଟନସ୍ଥଳୀର ବିକାଶ କରିବା ପରବର ମୂଳ ଲକ୍ଷ୍ୟ। ମୁଖ୍ୟ ଅତିଥି ଭାବେ ଯୋଗଦେଲେ ହସ୍ତତନ୍ତ୍ର ମନ୍ତ୍ରୀ ପଦ୍ମିନୀ ଦିଆନ୍।  

  • ମାଛକୁଣ୍ଡ ସ୍ଥିତ ବାରଙ୍ଗବାଡି ପଡିଆରେ ଉଦଘାଟିତ ହୋଇଯାଇଛି ରାଜ୍ୟସ୍ତରୀୟ ପରବ
  • ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନ କୁ ଆଣିବା ଓ ପର୍ଯ୍ୟଟନସ୍ଥଳୀର ବିକାଶ କରିବା ପରବର ମୂଳ ଲକ୍ଷ୍ୟ
  • ମୁଖ୍ୟ ଅତିଥି  ଭାବେ ଯୋଗଦେଲେ ହସ୍ତତନ୍ତ୍ର ମନ୍ତ୍ରୀ ପଦ୍ମିନୀ ଦିଆନ୍।  

Trending Photos

ଆରମ୍ଭ ହେଲା ରାଜ୍ୟସ୍ତରୀୟ ଲୋକ ମହୋତ୍ସବ ‘ପରବ’

ଜୟପୁର: ଆଦିବାସୀ କଳା ସଂସ୍କୃତିର ଲୋକମହୋତ୍ସବ ରାଜ୍ୟ ସ୍ତରୀୟ ‘ପରବ’ ମାଛକୁଣ୍ଡ ସ୍ଥିତ ଡୁଡୁମା ଠାରେ ଉଦଘାଟିତ ହୋଇଯାଇଛି। ପାତାଳେଶ୍ୱ ମହାପ୍ରଭୁଙ୍କ ଠାରେ ମଶାଲ ଲଗାଯାଇ ରାଜ୍ୟ ସ୍ତରୀୟ ପରବ ୨୦୧୯ ଉଦଘାଟିତ ହୋଇଛି। ନାଚ, ଗୀତ ବାଜା ରେ ପରିବେଶ ମୁଖରିତ ହୋଇ ପଡିଥିବା ବେଳେ ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରି ଦେଖିବାକୁ ମିଳିଥିଲା। ଏବେ ଠାରୁ କୋରାପୁଟ ଜିଲ୍ଲାର ବିଭିନ୍ନ ପଞ୍ଚାୟତ, ବ୍ଲକ ସ୍ତରରେ  ପରବ ପାଳ କରାଯିବ।  
ପାତାଳେଶ୍ୱ ମହାପ୍ରଭୁଙ୍କ ଠାରେ ପୂଜା କରାଯାଇ ପରବ ମଶାଲ ପ୍ରଜ୍ୱଳନ କରାଯିବା ପରେ ମାଛକୁଣ୍ଡ ସ୍ଥିତ ବାରଙ୍ଗବାଡି ପଡିଆକୁ ଆଣାଯାଇଥିଲା। ଆଦିବାସୀ କଳା, ସଂସ୍କୃତିର ଅପୂବ ମିଳନ ହେଉଛି ଏହି ରାଜ୍ୟ ସ୍ତରୀୟ ପରବ। ପରବ ମାଧ୍ୟମରେ ଅଞ୍ଚଳରେ ରହିଥିବା କଳା, ଲୁକ୍କାୟିତ ପ୍ରତିଭାକୁ ଲୋକ ଲୋଚନ କୁଆଣିବା ଓ ପର୍ଯ୍ୟଟନସ୍ଥଳୀର ବିକାଶ କରିବା ଏହାର  ମୂଳଲକ୍ଷ୍ୟ। ଆଦିବାସୀ ନାଚ, ଢେମସା ନାଚ, ଦୁରୁଆ ନାଚରେ ପରିବେଶ ଦୁଲୁକିଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ  ହସ୍ତତନ୍ତ୍ର ମନ୍ତ୍ରୀ ପଦ୍ମୀନି ଦିଆନ ଓ  ଯୋଗଦେଇ ଥିଲେ।

 ଏହି ଉତ୍ସବରେ  କୋରାପୁଟ ସାଂସଦ  ସପ୍ତଗିରି ଉଲ୍ଲକା, ଜିଲ୍ଲାପାଳ ମଧୂ ସୁଦନ ମିଶ୍ର, ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଇଶ୍ୱର ପାଣିଗ୍ରାହୀ , ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କୋରାପୁଟ ବିଧାୟକ ରଘୁ ରାମ ପାଡାଲ, ପଟାଙ୍ଗି ବିଧାୟକ ପ୍ରତିମ ପାଢୀ, ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନୀ ଉପସ୍ଥିତ ରହିଥିଲେ। ରାଜ୍ୟ ସ୍ତରୀୟ ପରବ ପୋଷ୍ଟରକୁ ଉନ୍ମୋଚନ କରାଯାଇଥିଲା। ମାଛକୁଣ୍ଡ ଏକ ମାଓ ପ୍ରବଣ  ଅଞ୍ଚଳ ହୋଇଥିବାରୁ ବିଏସଏଫ ଓ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଆସନ୍ତା ୧୬ ତାରିଖରୁ ୧୮ ତାରିଖ ୩ ଦିନ ଧରି କୋରାପୁଟ ଠାରେ ମୁଖ୍ୟ ସମାରୋହ ଅନୁଷ୍ଟିତ ହେବ । ଏଥିରେ ରାଜ୍ୟ ସ୍ତରୀୟ ନେତା ଉପସ୍ଥିତ ରହିବା ସହ ବାହାର ରଜ୍ୟର କଳାକର ମଧ୍ୟ ସିମଲ ହେବ।