close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ସରକାରୀ କାର୍ଯ୍ୟରେ ଅବହେଳା, ୩ ଶିକ୍ଷକ ନିଲମ୍ବିତ

ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁ ପାପଡ଼ାହାଣ୍ଡି ବ୍ଳକ ମାନିଗା ଆବାସିକ ଆଶ୍ରମ ସ୍କୁଲ ଓଧନସୁଲି ଆବାସିକ ଆଶ୍ରମ ସ୍କୁଲର ୩ ଶିକ୍ଷକ ନିଲମ୍ବିତ। ଡାବୁଗାଁ  ବିଧାୟକ  ମନୋହର ରନ୍ଧାରୀ ପାପଡ଼ାହାଣ୍ଡି  ବ୍ଲକ୍  ମାନିଗାଁ ଆବାସିକ  ଆଶ୍ରମ  ବିଦ୍ୟାଳୟକୁ କାହାକୁ କିଛି ନଜଣାଇ ପହଂଚିଥିଲେ। ହେଲେ, ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନୀ କର୍କରା ସ୍କୁଲରେ ଉପସ୍ଥିତ  ନଥିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। 

ସରକାରୀ କାର୍ଯ୍ୟରେ ଅବହେଳା, ୩ ଶିକ୍ଷକ ନିଲମ୍ବିତ

ଦେବେଶ କୁମାର, ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି  ବ୍ଲକ୍  ମାନିଗାଁ ଆବାସିକ  ଆଶ୍ରମ  ବିଦ୍ୟାଳୟରେ ୨୬ ଜଣ  ଛାତ୍ରଛାତ୍ରୀ ଖାଇନଥିବା ଅଭିଯୋଗରେ ଆଜି  ୩ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛନ୍ତି ଜିଲ୍ଲାପାଳ। ଗତକାଲି ଡାବୁଗାଁ  ବିଧାୟକ  ମନୋହର ରନ୍ଧାରୀ ପାପଡ଼ାହାଣ୍ଡି  ବ୍ଲକ୍  ମାନିଗାଁ ଆବାସିକ  ଆଶ୍ରମ  ବିଦ୍ୟାଳୟକୁ କାହାକୁ କିଛି ନଜଣାଇ ପହଂଚିଥିଲେ। ହେଲେ, ପ୍ରଧାନ ଶିକ୍ଷୟିତ୍ରୀ ସୁବାସିନୀ କର୍କରା ସ୍କୁଲରେ ଉପସ୍ଥିତ  ନଥିଲେ ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ୨୬ ଜଣ  ଛାତ୍ରଛାତ୍ରୀ ଖାଇନଥିବା ଅଭିଯୋଗ ମଧ୍ୟ ଆସିଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଏବଂ ସହ-ଶିକ୍ଷକ  କେଦାର  ସ୍ୱାଇଁ  କାର୍ଯ୍ୟରେ  ଅବହେଳା କରିବାରୁ  ଛାତ୍ରଛାତ୍ରୀ  ଭୋକିଲା ଥିଲେ। 

ଏଭଳି ଘଟଣାକୁ ନାପସନ୍ଦ କରିବା ସହ ଜିଲ୍ଲା ପରିଷଦ  ବୈଠକରେ  ନିଜର ଅସନ୍ତୋଷ  ବ୍ୟକ୍ତ  କରିଥିଲେ ବିଧାୟକ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ଜିଲ୍ଲା ମଙ୍ଗଳ ଅଧିକାରୀ ସମସ୍ତଙ୍କୁ ନିଲମ୍ବନ କରିଛନ୍ତି। 

ପୂର୍ବରୁ  ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଥିଲା।  ଗତ ସେପ୍ଟେମ୍ବର  ୨୯ ତାରିଖରେ ପାପଡ଼ାହାଣ୍ଡି  ବ୍ଲକ ଧନଶୂଲି  ଆବାସିକ  ଆଶ୍ରମ ସ୍କୁଲରେ ହଠାତ୍ ପହଞ୍ଚିଥିଲେ ବିଧାୟକ ମନୋହର ରନ୍ଧାରୀ।  ସ୍କୁଲରେ  ୪୧ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ଡାଲି ନିଅଣ୍ଟ ହୋଇଥିଲା। ଅଭିଯୋଗ ପରେ ନିଜେ ପରିବାପତ୍ର  ଆଣିଥିଲେ ବିଧାୟକ। ରୋଷେଇ ପରେ  ଛାତ୍ରଛାତ୍ରୀମାନେ ଖାଇଥିଲେ। ବିଦ୍ୟାଳୟ  ସହ-ଶିକ୍ଷକ ନବକିଶୋର  ମାଟି,  ନିଜ କାର୍ଯ୍ୟରେ  ଅବହେଳା  କରିଥିବା ଜାଣିବାକୁ ପାଇଥିଲେ ବିଧାୟକ।

ନବରଙ୍ଗପୁର ଜିଲ୍ଲାରେ  ବାରମ୍ବାର ଏଭଳି ଘଟଣା ଦେଖିବାକୁ ମିଳୁଛି । ଘଟଣାରେ ଦୋଷୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ ବିଧାୟକ। ନବରଙ୍ଗପୁର  ଜିଲ୍ଲାପାଳ ଡାକ୍ତର  ଅଜିତ କୁମାର  ମିଶ୍ର  ଏହାକୁ ଗୁରୁତର ସହ ନେଇ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ।   ଜିଲ୍ଲା  ମଙ୍ଗଳ  ଅଧିକାରୀଙ୍କୁ ନିର୍ଦ୍ଦେଶ  ଦେଇଥିଲେ। ଜିଲ୍ଲା  ମଙ୍ଗଳ ଅଧିକାରୀ ପବିତ୍ର  ମୋହନ  ପ୍ରଧାନ କାର୍ଯ୍ୟରେ ଅବହେଳା ପାଇଁ ୩ ଶିକ୍ଷକଙ୍କୁ  କାର୍ଯ୍ୟରୁ  ନିଲମ୍ବନ କରିଛନ୍ତି। ସରକାର 5Tକୁ ଗୁରୁତ୍ୱ ଦେଉଥିବା ବେଳେ ଶିକ୍ଷକଙ୍କ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିନ୍ଦନୀୟ।  ସରକାର ଏବେ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ଆଉ କ୍ଷମା କରୁନାହାନ୍ତି। ସିଧାସଳଖ ଆକ୍ସନ ନେବା ଆରମ୍ଭ କଲେଣି । ଗତ କିଛି ଦିନ ଧରି ଅଧିକାରୀମାନଙ୍କୁ ବାଧ୍ୟତାମୂଳକ ଅବସର, ନିଲମ୍ବନ କରି ଅନ୍ୟମାନଙ୍କୁ ସତର୍କ କଲେଣି।  ଏଭଳି ସ୍ଥିତିରେ ଶିକ୍ଷକମାନେ ନିଜ କାର୍ଯ୍ୟରେ ଅବହେଳା କରି ଦଣ୍ଡିତ ହୋଇଛନ୍ତି।