କମ୍ ବଜେଟରେ ବୁଲି ପାରିବେ ଏହି ସବୁ ସ୍ଥାନ...

ଶୀତଦିନେ ବରଫ ବର୍ଷା ଦେଖିବାକୁ ଚାହୁଁଛନ୍ତି କି ? ଆପଣଙ୍କ ବଜେଟ୍ ଭିତରେ ଆସିବ ଏହି ସ୍ଥାନ । ଖ୍ରୀଷ୍ଟମାସ ଛୁଟିରେ ପ୍ରତ୍ୟେକ ଲୋକ ବୁଲିବାକୁ ପସନ୍ଦ କରିଥାନ୍ତି । ଯଦି ଆପଣ ମଧ୍ୟ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ନିଶ୍ଚୟ ପଢନ୍ତୁ । ଆପଣଙ୍କୁ ଏପରି ସ୍ଥାନ ବିଷୟରେ କହିବାକୁ ଯାଉଛୁ, ଯାହା ଆପଣ ବଜେଟ ଭିତରେ ବୁଲପାରିବେ ଆଉ ବରଫ ବର୍ଷାର ମଜା ଉଠାଇପାରିବେ ।

କମ୍ ବଜେଟରେ ବୁଲି ପାରିବେ ଏହି ସବୁ ସ୍ଥାନ...
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ନୂଆଦିଲ୍ଲୀ: ଭାରତର ଲୋକେ ଅଧିକାଂଶ ହିଲ୍ ଷ୍ଟେସନ ଯିବାକୁ ପସନ୍ଦ କରନ୍ତି ।  ଯଦି ଆପଣ ମଧ୍ୟ ଥଣ୍ଡାରେ ହିଲ୍ ଷ୍ଟେସନ ଯିବାକୁ ପ୍ଲାନ କରୁଛନ୍ତି ଆଉ ଆପଣଙ୍କ ବଜେଟକୁ କମ୍ ରଖିବାକୁ ଚାହୁଁଛନ୍ତି,  ତ ଆପଣଙ୍କୁ ଏପରି ସ୍ଥାନ ବିଷୟରେ କହୁଛୁ ଯାହା ଆପଣଙ୍କ ପସନ୍ଦ ଆସିବ । ଚାଲନ୍ତୁ ଜାଣିବା ଏପରି ସ୍ଥାନ ବିଷୟରେ ।  

ଦାର୍ଜିଲିଂ:  ଦାର୍ଜିଲିଂ ଯିବାକୁ ଆପଣଙ୍କୁ ଶସ୍ତା ପଡ଼ିପାରେ . କାରଣ ନଭେମ୍ୱର ଶେଷ ପର୍ଯ୍ୟନ୍ତ ଏଠାରେ ପର୍ଯ୍ୟଟକ କମ୍ ହେବାରେ ଲାଗନ୍ତି । କାହିଁକିନା ଏଠାରେ ବହୁତ ଥଣ୍ଡା ଅନୁଭୂତ ହୋଇଥାଏ ।  ଥଣ୍ଡା ସହିପାରୁଥିବା ଲୋକମାନେ ଡିସେମ୍ୱରରୁ ମାର୍ଚ୍ଚ ମାସ ମଧ୍ୟରେ ଏଠାକୁ ଯାଇପାରିବେ । ଦାର୍ଜିଲିଂରେ ଆପଣଙ୍କୁ ଏହି ସମୟରେ ଶସ୍ତାରେ ଟ୍ୟାକ୍ସି ମିଳିଯାଇଥାଏ ।  ହେଲେ ଧ୍ୟାନ ରଖନ୍ତୁ, ଥଣ୍ଡାରେ ଏଠାରେ ରେଷ୍ଟୁରାଣ୍ଟ ଶୀଘ୍ର ବନ୍ଦ ହୋଇଯାଇଥାଏ ।

India tourism

ତାୱାଙ୍ଗ: ଥଣ୍ଡା ଦିନରେ ଏଠାରେ ଆପଣ ବରଫ ବର୍ଷାର ମଜା ଉଠାଇପାରିବେ । ଏହି ସମୟରେ ଆପଣଙ୍କୁ ରହିବାକୁ ହୋଟେଲ  ଶସ୍ତାରେ ମିଳିଯିବ । ଅରୁଣାଚଳପ୍ରଦେଶ ରାଜ୍ୟରେ ଅବସ୍ଥିତ ତାୱାଙ୍ଗ ନିଶ୍ଚିତ ଭାବେ ଏକ ସୁନ୍ଦର ସ୍ଥାନ । ଏଠାର ସବୁଠାରୁ ମହତ୍ୱପୂର୍ଣ୍ଣ ସ୍ଥଳ ହେଉଛି ତାୱାଙ୍ଗ ।

India tourism

ମସୁରୀ: ଉତ୍ତରାଖଣ୍ଡର ରାଜ୍ୟରେ ମସୁରୀ ଅବସ୍ଥିତ । ଥଣ୍ଡା ସମୟରେ ବାସ୍ତବରେ ଏଠାରେ ବହୁତ ଥଣ୍ଡା ଅନୁଭୂତ ହୋଇଥାଏ ।  ଡିସେମ୍ୱରରୁ ଫେବୃଆରୀ ମଧ୍ୟରେ ଆପଣଙ୍କୁ ଏଠାରେ ସବୁଠୁ ଭଲ ଥଣ୍ଡା ଅନୁଭୂତ ହେବ ।  ଆପଣ ଏଠାରେ ଶାନ୍ତିରେ ଛୁଟି ବିତାଇପାରିବେ ।  

India tourism

ଗ୍ୟାଙ୍ଗଟକ୍: ଦାର୍ଜିଲିଙ୍ଗ ତୁଳନାରେ ଏଠାରେ କମ୍ ଥଣ୍ଡା ଅନୁଭୂତ ହୋଇଥାଏ ।  ଗ୍ୟାଙ୍ଗଟକରେ ଏବେ ଅଫ୍ ସିଜିନରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ ।  ଆପଣ ଏହି ସମୟରେ ଗ୍ୟାଙ୍ଗଟକ୍ ବୁଲିବାକୁ ଯାଇପାରିବେ ।  ଥଣ୍ଡା ସମୟରେ ଗ୍ୟାଙ୍ଗଟକ୍ ବହୁତ କମ୍ ପର୍ଯ୍ୟଟକ ଯାଇଥାନ୍ତି, କାରଣ ଏଠାରେ ବହୁତ ଥଣ୍ଡା ଅନୁଭୂତ ହୋଇଥାଏ । ଏହାଛଡ଼ା ଆପଣ ବରଫ ବର୍ଷା କାରଣରୁ ସିକିମର ଉଚ୍ଚ ଭାଗରେ ସମସ୍ତ ଆକର୍ଷଣ ସ୍ଥଳ ଦେଖିପାରିବେ ନାହିଁ । ହେଲେ ଆପଣ ଏଠାର ଅଧିକତମ ଲାଭ ଉଠାଇପାରିବେ ଓ ଏଠାର ସୁନ୍ଦର ଦୃଶ୍ୟ ବୁଲି ଦେଖିପାରିବେ ।

India tourism

କଶ୍ମୀର: ଥଣ୍ଡା ସମୟରେ ହେଉଥିବା ବରଫ ବର୍ଷା କାରଣରୁ କଶ୍ମୀରରେ ସବୁଠୁ ଭଲ ଥଣ୍ଡା ଅନୁଭୂତ ହୋଇଥାଏ । ପୃଥିବୀର ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରରେ ଏହି ସମୟରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଥାଏ  । ଥଣ୍ଡା ସମୟରେ କାଶ୍ମୀର ଏକ ଆକର୍ଷଣୀୟ ସ୍ଥାନ ଭାବେ ଜଣାଯାଏ । କେବେ କେବେ ବରଫ ବର୍ଷା ଯୋଗୁଁ  ଯାତାୟାତରେ ବାଧା ସୃଷ୍ଟି ହୋଇଥାଏ।  ତଥାପି ଆପଣଙ୍କୁ ଏହି ସମୟରେ ବହୁତ ଶସ୍ତାରେ ଅନ୍ୟ ଜିନିଷ ମିଳିଥାଏ ।

India tourism

ଆହୁରି ପଢନ୍ତୁ; ସେଫଟି ଜୋନରେ ପୂର୍ବ ଉପମୁଖ୍ୟମନ୍ତ୍ରୀ ! ଇସ୍ତଫା ଦେଇଥିଲେ, ଶପଥ ନେବେ !