'ମହା' ଦୁର୍ଘଟଣା: ପୋଲ ତଳକୁ ଖସିଲା ପିକଅପ ଭ୍ୟାନ, ୭ ମୃତ
Advertisement

'ମହା' ଦୁର୍ଘଟଣା: ପୋଲ ତଳକୁ ଖସିଲା ପିକଅପ ଭ୍ୟାନ, ୭ ମୃତ

ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ତଳକୁ ଖସିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ପୋଲ ତଳକୁ ଖସିଲା ପିକଅପ ଭ୍ୟାନ । ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ୨୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି । 

ସୂଚନା ମୁତାବକ, ଆଜି ଭୋରରୁ ମହାରାଷ୍ଟ୍ର ଧୁଲେର ବିଞ୍ଚୁର ନିକଟରେ ଏହି ଦୁର୍ଘଟଣା ଘଟିଛି । ପିକଅପ ଭ୍ୟାନଟି ପୋଲ ଉପରୁ ନଦୀକୁ ଖସି ପଡିଥିଲା । ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୋଲିସ ସମସ୍ତ ଆହତଙ୍କୁ ଉଦ୍ଧାର କରିଥିଲା । 

ତେବେ କେଉଁ କାରଣରୁ ଏତେବଡ ଦୁର୍ଘଟଣା ଘଟିଲା, ତାହା ଅସ୍ପଷ୍ଟ ରହିଛି । ଘଟଣାର ତଦନ୍ତ ଆରମ୍ଭ ହୋଇଛି । 

ଆହୁରି ପଢନ୍ତୁ; ହୋଟେଲରେ ରୁମର ଭିଡିଓ ଉତ୍ତୋଳନ କରି ଯୁବତୀଙ୍କୁ ବ୍ଲାକମେଲିଂ