close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପୂଜା ସରିଲେ ଜମିବ ବିଜେପୁର ପ୍ରଚାର...

ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ମଧ୍ୟ ତୟାର । କିନ୍ତୁ ଏବେ ପ୍ରତ୍ୟେକ ଦଳ ପାଇଁ ଦଳର ଅସନ୍ତୁଷ୍ଟମାନେ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି । ରାଜ୍ୟବାସୀଙ୍କ ସବୁଠୁ ପ୍ରିୟ ଦଳ ବିଜେଡିରେ ଯିଏ ମିଶିବାକୁ ଚାହିଁବେ ତାଙ୍କୁ ସ୍ୱାଗତ କରାଯିବ ବୋଲି ଦଳ କହିଛି । ଆସନ୍ତା ୧୦ ତାରିଖ ଦୁର୍ଗାପୂଜା ଭସାଣି ପରେ ପରେ ବିଜେପୁରରେ ଜୋରଦାର ହେବ ଲଢେଇ । କେନ୍ଦ୍ରରୁ ବହୁ ନେତା ମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଉଥିବାବେଳେ ବିଜେଡି ସୁପ୍ରିମୋ ମଧ୍ୟ କରିବେ ପ୍ରଚାର...

ପୂଜା ସରିଲେ ଜମିବ ବିଜେପୁର ପ୍ରଚାର...
Bijepur By Election

ବରଗଡ଼: ପ୍ରଚାର ମଇଦାନକୁ ଓହ୍ଲାଇବାକୁ ବିଭିନ୍ନ ଦଳର ଷ୍ଟାର ପ୍ରଚାରକମାନେ ମଧ୍ୟ ତୟାର । କିନ୍ତୁ ଏବେ ପ୍ରତ୍ୟେକ ଦଳ ପାଇଁ ଦଳର ଅସନ୍ତୁଷ୍ଟମାନେ ମୁଣ୍ଡବ୍ୟଥାର କାରଣ ସାଜିଛନ୍ତି । କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ପୂର୍ବରୁ ପ୍ରାର୍ଥୀ ହୋଇଥିବା ରିପୁନାଥ ସେଠ । ପୂର୍ବରୁ ଖୋଲା ବିଦ୍ରୋହ ଘୋଷଣା କରିଥିବାବେଳେ ଏବେ ବିଜେପିର ପୂର୍ବ ଉଫନିର୍ବାଚନ ପ୍ରାର୍ଥୀ ତଥା ପୂର୍ବତନ ବିଧାଯ଼କ ଅଶୋକ ପାଣିଗ୍ରାହୀ ଦଳ ଛାଡିବା ନେଇ ଚର୍ଚା ଜୋର ଧରିଛି । ସେହିଭଳି ଦଳୀୟ ଟିକେଟ ଦୌଡରେ ଥାଇ ବାଦ ପଡିଥିବା ବିଜେଡିର ବହୁ ନେତା ଭିତିରିଆ ଅସନ୍ତୁଷ୍ଟ ଥିବା ଚର୍ଚା ହେଉଛି । ଅନ୍ୟପକ୍ଷରେ ଏ ସବୁ ବିଦ୍ରୋହ ଥିବା ଦଳଗୁଡିକ ମାନିଥିଲେ ମଧ୍ୟ ଏହା ଖୁବ ଶୀଘ୍ର ଦୂର ହୋଇଯିବ କହିଛନ୍ତି ।  
ତିନି ପ୍ରମୁଖ ଦଳ ବିଜେପି କଂଗ୍ରେସ ବିଜେଡି ପାଇଁ ଅସନ୍ତୁଷ୍ଟମାନେ ଚିନ୍ତାର କାରଣ ସାଜିଛନ୍ତି। ଟିକେଟ ଲବିରେ ଥାଇ ଟିକେଟ ନ ମିଳିବା ଯୋଗୁ ସବୁ ଦଳର କିଛି କିଛି ନେତା ଅସନ୍ତୁଷ୍ଟ ଅଛନ୍ତି। ଏଥିରେ ସବୁଠୁ ଆଗରେ ଅଛନ୍ତି କଂଗ୍ରେସର ପୂର୍ବତନ ମନ୍ତ୍ରୀ ତଥା ଟିକେଟ ଆଶାୟୀ ରିପୁନାଥ ସେଠ।ତାଙ୍କୁ କିମ୍ବା ତାଙ୍କ ପୁଅ ଅଭିଷେକ ସେଠକୁ ଟିକେଟ ମିଳି ନ ଥିବାରୁ ସେ ଖୋଲାଖୋଲି ଦଳୀୟ ନେତାଙ୍କୁ ସମାଲୋଚନା କରିବା ସହ ନେତୃତ୍ୱ ଉପରେ ବର୍ଷିଛନ୍ତି । ସେହିଭଳି ବିଜେପିରୁ ଟିକେଟ ପାଇ ନ ଥିବା ପୂର୍ବତନ ବିଧାଯ଼କ ଅଶୋକ ପାଣିଗ୍ରାହୀ ମଧ୍ୟ ବିଜେଡିରେ ମିଶିବା ନେଇ ଚର୍ଚା ଜୋର ଧରିଛି । ଏ ସବୁ ଅସନ୍ତୋଷ ଥିବା ଦଳଗୁଡିକ ସ୍ବୀକାର କରିଥିବା ବେଳେ ପ୍ରତ୍ୟେକ ସ୍ଥାନରେ ଟିକେଟ ବଣ୍ଟନ ବେଳେ ଏଭଳି ହୋଇଥିଲେ ମଧ୍ୟ ଖୁବ ଶୀଘ୍ର ଏହାର ସମାଧାନ ହେବା ସହ ଦଳ ଏକ ହୋଇ ଲଢ଼ିବ ବୋଲି କଂଗ୍ରେସ ଓ ବିଜେପି ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ବିଜେପୁରରେ ବିଜେଡିରେ କୌଣସି ଅସନ୍ତୋଷ ନ ଥିବା କଥା କହିଛି ବିଜେଡି । ସେଠାରେ ବିଜେଡି ବହୁ ବ୍ୟବଧାନରେ ଜିତିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ଦଳ । 
ଏପରିକି ଖାସ ସେଥିପାଇଁ ବିରୋଧୀମାନେ ବିଭିନ୍ନ ଅଯଥା ପ୍ରସଙ୍ଗରେ ବିଜେଡିକୁ ଘେରିବାକୁ ଉଦ୍ୟମ କରୁଛନ୍ତି। ଅନୟପକ୍ଷରେ ଅଶୋକ ପାଣିଗ୍ରାହୀଙ୍କ ବିଜେଡିରେ ମିଶିବା ପ୍ରସଙ୍ଗରେ ମଧ୍ୟ ମତ ରଖିଛି ବିଜେଡି । ରାଜ୍ୟବାସୀଙ୍କ ସବୁଠୁ ପ୍ରିୟ ଦଳ ବିଜେଡିରେ ଯିଏ ମିଶିବାକୁ ଚାହିଁବେ ତାଙ୍କୁ ସ୍ୱାଗତ କରାଯିବ ବୋଲି ଦଳ କହିଛି । ଆସନ୍ତା ୧୦ ତାରିଖ ଦୁର୍ଗାପୂଜା ଭସାଣି ପରେ ପରେ ବିଜେପୁରରେ ଜୋରଦାର ଲଢେଇ ହେବ । କେନ୍ଦ୍ରରୁ ବହୁ ନେତା ମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଉଥିବାବେଳେ ବିଜେଡି ସୁପ୍ରିମୋ ମଧ୍ୟ କରିବେ ପ୍ରଚାର...