BSNLର ଦମଦାର ପ୍ଲାନ, ଉପଭୋକ୍ତାଙ୍କୁ ମିଳିବ ପ୍ରତିଦିନ 3GB ଡାଟା
Advertisement

BSNLର ଦମଦାର ପ୍ଲାନ, ଉପଭୋକ୍ତାଙ୍କୁ ମିଳିବ ପ୍ରତିଦିନ 3GB ଡାଟା

ଆଜିର ଆଧୁନିକ ଯୁଗରେ ମୋବାଇଲ ବିନା ବଞ୍ଚିବା କଷ୍ଟ । କେବଳ ମୋବାଇଲ ନୁହେଁ, ସ୍ମାର୍ଟ ଫୋନ ସହ ଇଣ୍ଟରନେଟ ମଧ୍ୟ ଏବେ ସମସ୍ତଙ୍କ ଦରକାର । ଯଦି ଆପଣଙ୍କ ମୋବାଇଲରେ ଇଣ୍ଟରନେଟ ସଂଯୋଗ ରହଛି,  ତେବେ ଆପଣ ସାରା ଦୁନିଆକୁ ନିଜ ପକେଟରେ ପୁରାଇ ବୁଲୁଛନ୍ତି, ଏଥିରେ ସନ୍ଦେହ ନାହିଁ । କହିବାକୁ ଗଲେ ସ୍ମାର୍ଟ ଫୋନ ସହ ଇଣ୍ଟରନେଟ ସଂଯୋଗ ଯୁବପିଢି ବହୁଳ ବ୍ୟବହାର କରୁଛନ୍ତି ।

ପ୍ରତୀକାତ୍ମକ ଫଟୋ

ସୁଚିତ୍ରା ସେଣ୍ଡ୍, ନୂଆଦିଲ୍ଲୀ: ଆଜିର ଆଧୁନିକ ଯୁଗରେ ମୋବାଇଲ ବିନା ବଞ୍ଚିବା କଷ୍ଟ । କେବଳ ମୋବାଇଲ ନୁହେଁ, ସ୍ମାର୍ଟ ଫୋନ ସହ ଇଣ୍ଟରନେଟ ମଧ୍ୟ ଏବେ ସମସ୍ତଙ୍କ ଦରକାର । ଯଦି ଆପଣଙ୍କ ମୋବାଇଲରେ ଇଣ୍ଟରନେଟ ସଂଯୋଗ ରହଛି,  ତେବେ ଆପଣ ସାରା ଦୁନିଆକୁ ନିଜ ପକେଟରେ ପୁରାଇ ବୁଲୁଛନ୍ତି, ଏଥିରେ ସନ୍ଦେହ ନାହିଁ । କହିବାକୁ ଗଲେ ସ୍ମାର୍ଟ ଫୋନ ସହ ଇଣ୍ଟରନେଟ ସଂଯୋଗ ଯୁବପିଢି ବହୁଳ ବ୍ୟବହାର କରୁଛନ୍ତି ।

ଉପଭୋକ୍ତାଙ୍କ ଚାହିଦାକୁ ଦୃଷ୍ଟିରେ ରଖି ବିଭିନ୍ନ ଟେଲିକମ କମ୍ପାନୀ ନୂଆ ନୂଆ ପ୍ଲାନ ତିଆରି କରୁଛନ୍ତି । ସେସବୁ ମଧ୍ୟରେ ଭରତର ସରକାରୀ ଟେଲିକମ କମ୍ପାନୀ BSNL ପଛରେ ପଡିନାହିଁ । ଉପଭୋକ୍ତାଙ୍କ ସୁବିଧାକୁ ଦୃଷ୍ଟିରେ ରଖି BSNL କମ୍ପାନୀ ମଧ୍ୟ ଆଣିଛି ନୂଆ ନୂଆ ପ୍ଲାନ । ଯେଉଁଥିରେ ଉପଭୋକ୍ତା କଥାହେବା ସହ ଡାଟାକୁ ମଧ୍ୟ ବ୍ୟବହାର କରିପାରିବେ । କିଛି ଦିନ ପୂର୍ବରୁ BSNL କମ୍ପାନୀ  ବର୍ଷକ ପାଇଁ ବୈଧ  ଥିବା ୧,୯୯୯  ଟଙ୍କାର ପ୍ଲାନକୁ ବନ୍ଦ କରିଦେଇଥିଲା ।   କିନ୍ତୁ ଏବେ ଏହାକୁ ପୁଣି ଥରେ ମାର୍କେଟକୁ ଆଣିଛି । ଏଥି ସହ BSNL ୩୯୯ ଟଙ୍କା ର ପ୍ରିପେଡ ରିଚାର୍ଜର ପ୍ଲାନ ମଧ୍ୟ ରଖିଛି ।   ଏହି ପ୍ଲାନରେ ରିଚାର୍ଜ କଲେ ଗ୍ରାହକଙ୍କୁ ପୂର୍ବ ଅପେକ୍ଷା ଅଧିକ ଡାଟା ଓ ଭଏସ କଲର ସୁବିଧା ମିଳିବ ।

BSNLର  ୧,୯୯୯ ଟଙ୍କା  ପ୍ରିପେଡ ପ୍ଲାନରେ ଗ୍ରାହକ  ପ୍ରତିଦିନ 3GB ଡାଟା ସୁବିଧା ପାଇବେ ।   ପୂର୍ବରୁ ଏହି ପ୍ଲାନରେ କେବଳ ଦୈନିକ 2GB ଡାଟା ମିଳୁଥିଲା ।   ଏହି ପ୍ଲାନର ଭେଲିଡିଟି ପୂର୍ବ ଭଳି  ୩୬୫ ଦିନ ରହିଛି ।   ଏଥି ସହ ଅନ୍ୟ ସୁବିଧା ମଧ୍ୟରେ ପ୍ରତିଦିନ ୨୫୦ ମିନିଟ ଭଏସ କଲ କରିପାରିବେ . ।   ଏପରିକି ବର୍ଷ ତମାମ Sony LIVE ସବସ୍କ୍ରାଇବ କରିବାର ସୁବିଧା ଦିଆଯାଇଛି  ।

BSNL ଟେଲିକମ  କମ୍ପାନୀ  ୩୯୯ ଟଙ୍କା ପ୍ରିପେଡ ପ୍ଲାନକୁ ପୁଣି ଥରେ ମାର୍କେଟକୁ ଆଣିଥିବାରୁ ଉପଭୋକ୍ତା ଏହାକୁ ପସନ୍ଦ କରିଛନ୍ତି ।   ୮୦ ଦିନର ବୈଧତା ଥିବା  ଏହି ପ୍ଲାନରେ ଉପଭୋକ୍ତାଙ୍କୁ free-PRBT ସୁବିଧା  ମିଳିବ । ଏଥି ସହ ଉପଭୋକ୍ତାଙ୍କୁ ପ୍ରତିଦିନ 1GB ଡାଟା ମିଳିବ । ଆହୁରି ମଧ୍ୟ ପ୍ରତିଦିନ ୧୦୦ଟି SMSର ସୁବିଧା ପାଇପାରିବେ . 

BSNL ଟେଲିକମ କମ୍ପାନୀର ଏହି ପ୍ଲାନ କିଛି  ଦିନ ହେବ  ଲଞ୍ଚ କରାଯାଇଛି । ଟେଲିକମ କମ୍ପାନୀ ବୈଧତାରେ କୌଣସି  ପରିବର୍ତ୍ତନ ନ କରି  କେବଳ ପୂର୍ବରୁ ମିଳୁଥିବା ଦୈନିକ  2GB ଡାଟା ବଦଳରେ 3GB  ଡାଟା  ପ୍ରଦାନ କରିବାର ବ୍ୟବସ୍ଥା କରିଛି ।   ଏହି ସୁବିଧା କେବଳ ଚେନ୍ନାଇ ଓ ତାମିଲନାଡ଼ୁରେ ଲଞ୍ଚ କରାଯାଇଛି । ଆଗାମୀ ଦିନରେ ଏହା ସମଗ୍ର ଦେଶରେ ଲଞ୍ଚ କରିବାକୁ ପ୍ଲାନ କରୁଛି BSNL ।

ଆହୁରି ପଢନ୍ତୁ: 'ମହା ବିକାଶ ଅଘାଡି' ଅସାମ୍ବିଧାନିକ ନୁହେଁ: ସୁପ୍ରିମକୋର୍ଟ