ବନ୍ଧୁକ ଦେଖାଇଲେ ବିଧାୟକ ପ୍ରାର୍ଥୀ
ବନ୍ଧୁକ ମୁନରେ ବୁଥ ଭ୍ରମଣ । ବିଜେପି ସମର୍ଥକଙ୍କୁ ପିସ୍ତଲ ଦେଖାଇଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଏମିତି ଦୃଶ୍ୟ ସାମନାକୁ ଆସିଛି । ଏହାର ଭିଡିଓ ଏବେ ଭାଇରାଲ ହେଉଛି ।
Trending Photos
)
ନୂଆଦିଲ୍ଲୀ: ବନ୍ଧୁକ ମୁନରେ ବୁଥ ଭ୍ରମଣ । ବିଜେପି ସମର୍ଥକଙ୍କୁ ପିସ୍ତଲ ଦେଖାଇଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ । ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ଏମିତି ଦୃଶ୍ୟ ସାମନାକୁ ଆସିଛି । ଏହାର ଭିଡିଓ ଏବେ ଭାଇରାଲ ହେଉଛି ।
ଆଜି ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି । ତେବେ ଚୈନପୁରର କୋସିୟାରୀ ବୁଥରେ ଭୋଟିଂ ଚାଲିଥିବା ବେଳେ ବୁଥ ଭିତରକୁ ଯିବା ପାଇଁ କଂଗ୍ରେସ ପ୍ରାର୍ଥୀ କେଏନ ତ୍ରିପାଠୀ ଚାହୁଁଥିଲେ । ହେଲେ ଏହାକୁ ରୋକିଥିଲେ ସେଠାରେ ଥିବା ବିଜେପି ସମର୍ଥକ । ଫଳରେ ରାଗିଯାଇ ପିସ୍ତଲ ଦେଖାଇ ଧମକାଇଥିଲେ କଂଗ୍ରେସ ପ୍ରାର୍ଥୀ । ସେହି ସମୟର ଭିଡିଓ କଏଦ ହୋଇଛି ।
#WATCH Jharkhand: Congress candidate KN Tripathi brandishes a gun during clash between supporters of BJP candidate Alok Chaurasia & Tripathi's supporters. Tripathi was allegedly stopped by BJP candidate's supporters from going to polling booths, in Kosiyara village of Palamu. pic.twitter.com/Ziu8eCq42z
— ANI (@ANI) November 30, 2019
ସେପଟେ ବିଧାୟକ ପ୍ରାର୍ଥୀଙ୍କ ଏ ପ୍ରକାର ଧମକ ପରେ ଆହୁରି ରାଗି ଯାଇଥିଲେ ବିଜେପି ସମର୍ଥକ । ଏପରିକି ତାଙ୍କ ଉପରକୁ ପଥର ମାଡ ମଧ୍ୟ କରିଥିବା କୁହାଯାଉଛି ।
ପ୍ରଥମ ପର୍ଯ୍ୟାୟରେ ୧୩ ଆସନରେ ନିର୍ବାଚନ ହେଉଛି । ମୋଟ ୩୭,୮୩,୦୫୫ ଭୋଟର ଏହି ପର୍ଯ୍ୟାୟରେ ମତଦାନ କରିବେ । ଏମାନଙ୍କ ମଧ୍ୟରେ ୧୮,୦୧,୩୫୬ ଜଣ ମହିଳା ଓ ୫ ଜଣ ତୃତୀୟ ଲିଙ୍ଗ ଭୋଟର ରହିଛନ୍ତି । ସେହିପରି ୧୮୯ ଜଣ ପ୍ରାର୍ଥୀ ନିର୍ବାଚନୀ ମଇଦାନରେ ରହିଛନ୍ତି । ଏଥିପାଇଁ ୩,୯୦୬ଟି ପୁଲିଂ ବୁଥ କରାଯାଇଛି ।
ଭୋଟିଂ ସମୟରେ ଯେପରି ମତଦାତା କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ନହେବେ, ସେ ଉପରେ ଗୁରୁତ୍ୱ ଦିଆଯାଇଛି । ଏକ ଟୋଲ ଫ୍ରି ନମ୍ବର ମଧ୍ୟ ଦିଆଯାଇଛି । ମତଦାନ ସମ୍ପର୍କିତ ଯେକୌଣସି ପ୍ରକାର ଅଭିଯୋଗ ପାଇଁ ୧୯୫୦କୁ ଡାଏଲ କରି କରିପାରିବେ ।
ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେଉଥିବା ୧୩ ବିଧାନସଭା ଆସନ ମଧ୍ୟରୁ ବିଜେପି ୧୨ଟି ଆସନରେ ପ୍ରାର୍ଥୀ ଦେଇଛି । ହୁସିନାବାଦ୍ର ସ୍ୱାଧୀନ ପ୍ରାର୍ଥୀ ବିନୋଦ ସିଂହଙ୍କୁ ଦଳ ସମର୍ଥନ କରୁଛି । ସେହିପରି ଚଳିତ ନିର୍ବାଚନରେ ମେଣ୍ଟ କରି ମଇଦାନଙ୍କୁ ଓହ୍ଲାଇଛନ୍ତି କଂଗ୍ରେସ, ଜେଏମଏମ, ଆରଜେଡି । ପ୍ରଥମ ପର୍ଯ୍ୟାୟରେ କଂଗ୍ରେସ ୬, ଜେଏମଏମ ୩ ଏବଂ ଆରଜେଡି ୩ ଆସନରେ ନିର୍ବାଚନ ଲଢୁଛନ୍ତି ।
ଆହୁରି ପଢନ୍ତୁ; ମହାରାଷ୍ଟ୍ରରେ ବିଜେପିକୁ ସମର୍ଥନ ଦେବାକୁ ଏହି ଦୁଇ ସର୍ତ୍ତ ରଖିଥିଲେ ଶରଦ ପାୱାର
ଝାଡଖଣ୍ଡ ବିଧାନସଭା ୮୧ ଆସନ ବିଶିଷ୍ଟ । ଆଜି ଅର୍ଥାତ ନଭେମ୍ବର ୩୦ରୁ ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ୫ଟି ପର୍ଯ୍ୟାୟରେ ଏଠି ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟୟ ନଭେମ୍ବର ୩୦, ଦ୍ୱିତୀୟ ପର୍ଯ୍ୟାୟ ଡିସେମ୍ବର ୭, ତୃତୀୟ ପର୍ଯ୍ୟାୟ ଡିସେମ୍ବର ୧୨, ଚତୁର୍ଥ ପର୍ଯ୍ୟାୟ ଡିସେମ୍ବର ୧୬ ଏବଂ ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଡିସେମ୍ବର ୨୦ରେ ଅନୁଷ୍ଠିତ ହେବ । ସେହିପରି ଡିସେମ୍ବର ୨୩ରେ ଫଳାଫଳ ବାହାରିବ । ତେବେ ଏଥର ରଘୁବର ଦାସ ସରକାର କଡା ଟକ୍କରର ସମ୍ମୁଖୀନ ହେବେ ବୋଲି ଅନୁମାନ କରାଯାଉଛି ।
ଆହୁରି ପଢନ୍ତୁ; ମତଦାନ ବେଳେ ମାତିଲେ ମାଓ, ଝାଡଖଣ୍ଡରେ ଉଡାଇଦେଲେ ପୋଲ
More Stories