ଝାରସୁଗୁଡ଼ା ବିମାନବନ୍ଦରରେ କୋରୋନା ପାଇଁ ଯାଞ୍ଚ ଜୋରଦାର

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରିବା ପରେ କୋରୋନା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା। ଏହି କ୍ରମରେ ଆଜି ଠାରୁ ଝାରସୁଗୁଡ଼ା ବିମାନବନ୍ଦରରେ କୋରୋନା ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।  

ଝାରସୁଗୁଡ଼ା ବିମାନବନ୍ଦରରେ କୋରୋନା ପାଇଁ ଯାଞ୍ଚ ଜୋରଦାର
ଝାରସୁଗୁଡ଼ା ବିମାନବନ୍ଦରରେ କୋରୋନା ପାଇଁ ଯାଞ୍ଚ ଜୋରଦାର

ଝାରସୁଗୁଡ଼ା: ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଆଡଭାଇଜରି ଜାରି କରିବା ପରେ କୋରୋନା ପାଇଁ ରାଜ୍ୟରେ ଆରମ୍ଭ ହୋଇଛି ଯାଞ୍ଚ ପ୍ରକ୍ରିୟା। ଏହି କ୍ରମରେ ଆଜି ଠାରୁ ଝାରସୁଗୁଡ଼ା ବିମାନବନ୍ଦରରେ କୋରୋନା ପ୍ରତିକାର ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।  

ଆଜି ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ କୋରୋନା ଭାଇରସ୍ ଚିହ୍ନଟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ସ୍କ୍ରିନିଂ ସେଣ୍ଟର ଖୋଲା ଯାଇଛି । ଏଥିରେ ଜଣେ ଡାକ୍ତର ଥିବା ବେଳେ ଦୁଇ ଜଣ ଫାର୍ମାସିଷ୍ଟ ରହିଛନ୍ତି । ତାହା ସହ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ଠାରେ ଏକ ଆଇସୋଲେସନ ସେଣ୍ଟର ମଧ୍ୟ ଖୋଲାଯାଇଛି । 

ଝାରସୁଗୁଡା ବିମାନବନ୍ଦର ଦେଇ ସିଧାସଳଖ ଚୀନ, ହଂକଂ, ଥାଇଲାଣ୍ଡରୁ ଆସୁଥିବା ଯାତ୍ରୀଙ୍କ ଠାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏଥିପାଇଁ ଜିଲ୍ଲା ପ୍ରଶାସନକୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ ବୋଲି କହିଛନ୍ତି ଝାରସୁଗୁଡା ବିମାନବନ୍ଦର ନିର୍ଦେଶକ ସ୍ୱଦେଶ ଚୌହାନ ।

ସୂଚନାଯୋଗ୍ୟ ଏହା ପୂର୍ବରୁ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ମଧ୍ୟ ଡାକ୍ତରୀ ଦଳ ଯାଞ୍ଚ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି। କ୍ୟାପିଟାଲ ହସ୍ପିଟାଲର ୬ ଜଣିଆ ଡାକ୍ତରଙ୍କ ଟିମ ଏହି କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହ ସହିତ ଏକ ଆଇସୋଲେସନ ସେଣ୍ଟରର ମଧ୍ୟ ବ୍ୟବସ୍ଥା କରାଯାଇଛି।