• ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୫ତମ ଜୟନ୍ତୀ ପାଳିତ
  • ସପ୍ତାହେରୁ ଅଧିକ ସମୟ ଧରି ଜଳୁଛି ଶିମିଳିପାଳ
  • ଗ୍ରୀଷ୍ମ ନଆସୁଣୁ ଦେଶର ୨୦୦ରୁ ଅଧିକ ଜଙ୍ଗଲରେ ନିଆଁ
  • ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ: ୨୨ ବର୍ଷ ତଳର ପାପ ଦେଖାଇଲା ବିବନ
  • ରାଜ୍ୟରେ ଖୋଲିଲା ୩ ହଜାର ମୋ ସେବା କେନ୍ଦ୍ର
  • କେନ୍ଦୁଝର: ପୋଖରୀରେ ବୁଡ଼ି ୨ ଭାଇ ମୃତ
  • ଶ୍ରୀମନ୍ଦିର ବିକାଶ ପାଇଁ ଗଜପତିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
  • ଭୁବନେଶ୍ୱର ପ୍ରଦର୍ଶନୀ ପଡ଼ଇାରେ ଆରମ୍ଭ ହେଲା MSME ବାଣିଜ୍ୟ ମେଳା
  • ଆସାମ ବିଧାନସଭା ନିର୍ବାଚନରେ ବିଜେପିର ସ୍ଳୋଗାନ ରହିଛି ୧୦୦ ପ୍ଲସ
  • ପଶ୍ଟିମବଙ୍ଗରେ ପ୍ରାର୍ଥୀ ତାଲିକା ଘୋଷଣା କଲା TMC, ସ୍ଥାନ ବଦଳାଇଲେ ଦିଦି

ଆଜି ଇନ୍ଦ୍ରଦ୍ୟୁମ୍ନ-ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ

ଆଜି ହେଉଛି ମାର୍ଗଶିର ଶୁକ୍ଳ ପକ୍ଷ ପ୍ରତିପଦା . ଦେବ ଦୀପାବଳି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ ହେଉଛି। ମହାପ୍ରଭୁ ଆଜି ପବିତ୍ର ଦେବ ଦୀପାବଳିର ପ୍ରତିପଦା ତିଥିରେ  ନନ୍ଦ-ଯଶୋଦା, ଦେବକୀ-ବସୁଦେବ, ଇନ୍ଦ୍ରଦ୍ୟୁମ୍ନ-ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ । 

ଆଜି ଇନ୍ଦ୍ରଦ୍ୟୁମ୍ନ-ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ
ଫାଇଲ ଫଟୋ

ପୁରୀ: ଆଜି ହେଉଛି ମାର୍ଗଶିର ଶୁକ୍ଳ ପକ୍ଷ ପ୍ରତିପଦା . ଦେବ ଦୀପାବଳି ଅବସରରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକ୍ରାନ୍ତି ଅନୁଷ୍ଠିତ ହେଉଛି। ମହାପ୍ରଭୁ ଆଜି ପବିତ୍ର ଦେବ ଦୀପାବଳିର ପ୍ରତିପଦା ତିଥିରେ  ନନ୍ଦ-ଯଶୋଦା, ଦେବକୀ-ବସୁଦେବ, ଇନ୍ଦ୍ରଦ୍ୟୁମ୍ନ-ରାଣୀ ଗୁଣ୍ଡିଚାଙ୍କ ଉଦ୍ଦେଶ୍ୟରେ ଦୀପଦାନ କରିବେ । 

ଦୀପ ଆଲୋକରେ ଉଜ୍ଜ୍ୱଳମୟ ହୋଇଉଠିବ ଶ୍ରୀମନ୍ଦିର ପରିସର । ଦେବ ଦୀପାବଳିରେ ମହାପ୍ରଭୁ ତାଙ୍କର ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦୀପ ଦାନ କରିଥାନ୍ତି । ଆଜି ଦ୍ୱିପ୍ରହର ଧୂପ ପରେ ମହାପ୍ରଭୁ ଶ୍ରାଦ୍ଧ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ସଂନ୍ଧ୍ୟାଧୂପ ପରେ ପୁଜାପଣ୍ଡା ସେବକଙ୍କ ଦ୍ୱାରା ସଂସ୍କାର ହୋଇଥିବା ତିନୋଟି ମହାଦୀପକୁ ଚୁନରା ସେବକଙ୍କୁ ଦିଆଯାଏ। ଚୁନରା ସେବକ ଏହି ତିନୋଟି ମହାଦୀପକୁ ବଡଦେଉଳ, ଜଗମୋହନ ଓ ଭୋଗମଣ୍ଡପ ଉପରେ ଜାଳିଥାନ୍ତି । 

ରତ୍ନ ସିଂହାସନ ତଳେ ଅରୁଆ ଚାଉଳରେ ପ୍ରସ୍ତୁତ ଗଛଟିଏ ଓ  ୨୮ଟି ଦୀପ ସଂସ୍କାର ହୋଇ ରହିଥାଏ। ଏହା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଲାଗିଥାଏ। ନଅଟି ଦୀପ ବଳଭଦ୍ର, ଦଶଟି ଜଗନ୍ନାଥ ଓ ନଅଟି ଦେବୀ ସୁଭଦ୍ରାଙ୍କ ଉଦ୍ଦେଶ୍ୟରେ ଲାଗିହୋଇଥାଏ । ସେହିପରି ଜୟବିଜୟ ଦ୍ୱାର ନିକଟରେ ମଧ୍ୟ ଚାଉଳ ଗଛ ସହ ଦୀପ ଦାନ କରାଯାଏ ।

ଆହୁରି ପଢନ୍ତୁ; ଉତକ୍ଷେପଣ ହେଲା 'କାର୍ଟୋସାଟ୍‍-୩', ଜାଣନ୍ତୁ କ'ଣ ଏହି ସାଟେଲାଇଟ୍