close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଝାରସୁଗୁଡ଼ା-ମୁମ୍ବାଇ ବିମାନ ଉଡ଼ାଣ ପାଇଁ ଧର୍ମେନ୍ଦ୍ର ଲେଖିଲେ ଚିଠି

 ଝାରସୁଗୁଡ଼ାରୁ ମୁମ୍ବାଇ ସିଧାସଖଳ ବିମାନ ଚଳାଚଳ ନେଇ ପଶ୍ଚିମ ଓଡ଼ିଶାବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ଖୁବଶୀଘ୍ର ଏହି ଦାବି ପୂରଣ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

ଝାରସୁଗୁଡ଼ା-ମୁମ୍ବାଇ ବିମାନ ଉଡ଼ାଣ ପାଇଁ  ଧର୍ମେନ୍ଦ୍ର ଲେଖିଲେ ଚିଠି
source: social media

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି । ଝାରସୁଗୁଡ଼ା ଓ ମୁମ୍ବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ପାଇଁ ଚିଠି ଲେଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଏଥିରେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ସେ ଅନୁରୋଧ କରିଛନ୍ତି । ଝାରସୁଗୁଡ଼ାରୁ ମୁମ୍ବାଇ ସିଧାସଖଳ ବିମାନ ଚଳାଚଳ ନେଇ ପଶ୍ଚିମ ଓଡ଼ିଶାବାସୀ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି । ଖୁବଶୀଘ୍ର ଏହି ଦାବି ପୂରଣ କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ । 

କେନ୍ଦ୍ର ସରକାରଙ୍କ ଉଡ଼ାଣ ଯୋଜନା ବେଶ୍ ଫଳପ୍ରଦ ହୋଇଛି । ଏହି ଯୋଜନାରେ ଝାରସୁଗୁଡ଼ାରେ ବୀର ସୁରେନ୍ଦ୍ର ସାଏ ବିମାନ ବିନ୍ଦର ପ୍ରତିଷ୍ଠା ହୋଇଛି । ଏହାଦ୍ୱାରା ଝାରସୁଗୁଡ଼ା ସମେତ ରାଜ୍ୟବାସୀ ବେଶ୍ ଉପକୃତ ହୋଇଛନ୍ତି । ପୂର୍ବରୁ ସ୍ପାଇସଜେଟ୍ ତରଫରୁ ଝାରସୁଗୁଡ଼ାରୁ ନୂଆଦିଲ୍ଲୀ ଯାଏ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଥିଲା । ଏହାଦ୍ୱାରା ପଶ୍ଚିମ ଓଡ଼ିଶାର ଅଧିକାଂଶ ଲୋକ ସେବାର ଲାଭ ପାଇଥିଲେ ଏବଂ ଏହା ବାଣିଜ୍ୟିକ ଦୃଷ୍ଟିରୁ ସଫଳ ମଧ୍ୟ ହୋଇଥିଲା । ଏହାବ୍ୟତୀତ ସ୍ପାଇସଜେଟ୍ ଝାରସୁଗୁଡ଼ାରୁ ହାଇଦ୍ରାବାଦ ଓ କୋଲକାତାକୁ ମଧ୍ୟ ବିମାନ ସେବା ଆରମ୍ଭ କରିଛି । ହେଲେ, ବାଣିଜ୍ୟିକ ନଗରୀ ମୁମ୍ବାଇକୁ ଏ ଯାଏ ଏହି ସେବା ଆରମ୍ଭ ହୋଇପାରିନି । ଝାରସୁଗୁଡ଼ାରୁ ମୁମ୍ବାଇ ସିଧାସଳଖ ବିମାନ ଚଳାଚଳ କଲେ ପଶ୍ଚିମ ଓଡ଼ିଶାବାସୀ ବେଶ୍ ଲାଭବାନ୍ ହୋଇପାରିବେ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ବାଣିଜ୍ୟିକ ନଗରୀ ମୁମ୍ବାଇ ସହ ପଶ୍ଚିମ ଓଡ଼ିଶାର ସିଧାସଳଖ ବିମାନ ଚଳାଚଳର ବ୍ୟବସ୍ଥା ନାହିଁ । ତେଣୁ ଯାତ୍ରୀମାନେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆକାଶପଥରେ ମୁମ୍ବାଇ ଓ ଝାରସୁଗୁଡ଼ା ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିଲେ ଯାତ୍ରୀମାନେ ଉପକୃତ ହୋଇପାରନ୍ତେ । ପଶ୍ଚିମ ଓଡ଼ିଶାବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ କରିବାକୁ ଚିଠିରେ ଜଣାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପଶ୍ଚିମ ଓଡ଼ିଶାବାସୀଙ୍କ ସ୍ୱାର୍ଥ ପୂରଣ ପାଇଁ ବିଭାଗୀୟ ମନ୍ତ୍ରୀ ତୁରନ୍ତ ଏଥିରେ ହସ୍ତକ୍ଷେପ କରନ୍ତୁ ବୋଲି ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି ।