ଆଜିଠୁ ବିମାନ ସେବା ଆରମ୍ଭ, ଝାରସୁଗୁଡ଼ାକୁ ଆସିବାକୁ ଥିବା ଦୁଇ ଫ୍ଲାଇଟ ବାତିଲ
Advertisement

ଆଜିଠୁ ବିମାନ ସେବା ଆରମ୍ଭ, ଝାରସୁଗୁଡ଼ାକୁ ଆସିବାକୁ ଥିବା ଦୁଇ ଫ୍ଲାଇଟ ବାତିଲ

କଲିକତାରୁ ଆସିବାକୁ ଥିବା ପ୍ରଥମ ଫ୍ଲାଇଟ ଏବଂ ଭୁବନେଶ୍ୱରରୁ ଆସିବାକୁ ଥିବା ଦ୍ୱିତୀୟ ଫ୍ଲାଇଟ ବାତିଲ ହୋଇଛି । 

ଆଜିଠୁ ବିମାନ ସେବା ଆରମ୍ଭ, ଝାରସୁଗୁଡ଼ାକୁ ଆସିବାକୁ ଥିବା ଦୁଇ ଫ୍ଲାଇଟ ବାତିଲ

ଝାରସୁଗୁଡ଼ା: ଦୀର୍ଘ ଦୁଇ ମାସ ପରେ ଦେଶରେ ପୁଣିଥରେ ଆରମ୍ଭ ହୋଇଛି ଘରୋଇ ବିମାନ ସେବା । ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଛାଡ଼ି ଅନ୍ୟ ସମସ୍ତ ରାଜ୍ୟରେ ଆଜିଠୁ ଘରୋଇ ବିମାନ ସେବା ଆରମ୍ଭ ହେଉଛି । ଓଡ଼ିଶାର ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦର ସହ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ମଧ୍ୟ ଖୋଲିଛି । ନୂତନ ସରକାରୀ ଗାଇଡ୍ ଲାଇନ ସହ ଉଭୟ ବିମାନ ବନ୍ଦରରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । 

ତେବେ ଝାରସୁଗୁଡ଼ା ବିମାନ ବନ୍ଦରରେ ଦୁଇ ଫ୍ଲାଇଟକୁ ବାତିଲ କରାଯାଇଛି । କଲିକତାରୁ ଆସିବାକୁ ଥିବା ପ୍ରଥମ ଫ୍ଲାଇଟ ଏବଂ ଭୁବନେଶ୍ୱରରୁ ଆସିବାକୁ ଥିବା ଦ୍ୱିତୀୟ ଫ୍ଲାଇଟ ବାତିଲ ହୋଇଛି । ଅନ୍ୟପଟେ ହାଇଦ୍ରାବାଦକୁ ସ୍ୱାଭାବିକ ସମୟରେ ବିମାନ ଚାଲିବ । ସେହିପରି ଦେଶର ରାଜଧାନୀ ଦିଲ୍ଲୀକୁ ମଧ୍ୟ ଠିକ୍ ସମୟରେ ବିମାନ ଉଡ଼ାଣ ଭରିବ ବୋଲି ଜଣାପଡ଼ିଛି ।