ରୋଗୀ ଅସଲି,ଡାକ୍ତର ନକଲି
Advertisement

ରୋଗୀ ଅସଲି,ଡାକ୍ତର ନକଲି

ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ ସେ କରିଥିଲେ । ଏହା ସହ ତିନି ବର୍ଷ କାଳ ରୋଗୀଙ୍କ ଜୀବନ ସହ ଖେଳୁଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସେ ଫେରାର ହୋଇ ଯାଇଥିଲେ । 

ରୋଗୀ ଅସଲି,ଡାକ୍ତର ନକଲି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ଅଞ୍ଚଳରୁ ଜଣେ ନକଲି ଡାକ୍ତର ଗିରଫ ହୋଇଛନ୍ତି । ରାଉରକେଲା ସେକ୍ଟର ୧୫ରୁ ଗିରଫ କରିଛି ସୁନ୍ଦରଗଡ଼ ପୋଲିସ ।

ସୂଚନା ଅନୁସାରେ, ସ୍ୱାସ୍ଥ୍ୟ ବିଭାଗକୁ ଠକି  ନକଲି ସାର୍ଟିଫିକେଟ ବଳରେ ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୦୧୬ ମସିହାରେ ନିଯୁକ୍ତି ପାଇଥିଲେ ପଦ୍ମନାଭନ । ମିଛ ଡାକ୍ତରୀ ପ୍ରମାଣପତ୍ର ଦେଇ ସରକାରୀ ଚାକିରୀ ସେ କରିଥିଲେ । ଏହା ସହ ତିନି ବର୍ଷ କାଳ ରୋଗୀଙ୍କ ଜୀବନ ସହ ଖେଳୁଥିଲେ । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହେବା ପରେ ସେ ଫେରାର ହୋଇ ଯାଇଥିଲେ । 

ନିଯୁକ୍ତି ବେଳେ ପଦ୍ମନାଭନ ୨୦୦୨ରେ ବୁର୍ଲାର ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜରୁ ଏମ୍‌ବିବିଏସ୍ ପାସ୍ କରିଥିବାର ପ୍ରମାଣପତ୍ର ଦାଖଲ କରିଥିଲେ । ଏହା ପୂର୍ବରୁ ସେ ଏହି ପ୍ରମାଣପତ୍ର ଦେଖାଇ ହାଇଟେକ ମେଡିକାଲ, ରେଳବାଇ, ରାଉରକେଲା ଇସ୍ପାତ କାରଖାନା ସମାଜ ମଙ୍ଗଳ ବିଭାଗରେ କାମ କରିଥିଲେ । ଶେଷରେ ନୂଆଗାଁ ପ୍ରଥାମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ସେ କାମ କରୁଥିଲେ । ତିନି ବର୍ଷ  ରୋଗୀସେବା କରିବା ସହ ଦରମା ମଧ୍ୟ ନେଇଥିଲେ । ଏହାର ଚେର  କେତେ ଯାଏଁ ଲମ୍ବିଛି  ତଦନ୍ତ ଆରମ୍ଭ କରିଛି ପୁଲିସ୍‌ ।