close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଝାରସୁଗୁଡାରେ ଏନକାଉଣ୍ଟର; ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ବ୍ରଜରାଜନଗର ପୋଲିସର ଏନକାଉଣ୍ଟରରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି । 

 ଝାରସୁଗୁଡାରେ ଏନକାଉଣ୍ଟର; ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ

ଝାରସୁଗୁଡା:  ବ୍ରଜରାଜନଗର ଗୁଳିକାଣ୍ଡ ଘଟଣାରେ ଝାରସୁଗୁଡା ପୋଲିସକୁ ବଡ଼ ସଫଳତା ମିଳିଛି । ବ୍ରଜରାଜନଗର ପୋଲିସର ଏନକାଉଣ୍ଟରରେ ୪ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ରାତିରେ ବ୍ରଜରାଜନଗରରେ ଥିବା ଲକ୍ଷ୍ମୀ କେଫ ହୋଟେଲରେ ବସିଥିବା ବେଳେ ସୁମିତ(ମଣ୍ଟୁ) ଘୋଷ ଉପରକୁ ଗୁଳିମାଡ କରି ଦୁର୍ବୃତ୍ତ  ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ମଣ୍ଟୁକୁ ମଣ୍ଡଳିଆ ସ୍ଥିତ କେନ୍ଦ୍ରୀୟ ଚିକିତ୍ସାଳୟରେ ଭର୍ତ୍ତି କରାଯିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।  ଗୁଳି ଚାଳନା ପରେ  ବ୍ରଜରାଜନଗରକୁ  ସିଲ କରିଥିଲା ପୋଲିସ ।

ଏ ନେଇ ଗତକାଲି ରାତିରେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ ଉପରକୁ ଅଭିଯୁକ୍ତ ମାନେ ଗୁଳିଚାଳନା କରିଥିଲେ । ଅନ୍ୟପଟେ ପୋଲିସ ପାଲଟା ଗୁଳି କରିବାରୁ ଅଭିଯୁକ୍ତ ମାନେ ମଧ୍ୟ ଆହତ ହୋଇଥିଲେ । ଚାରି ଅଭିଯୁକ୍ତ  ଅନନ୍ତ ଧଳ, ଶୈଳେନ୍ଦ୍ର ପତ୍ର,ନିକି ସିଂ, ରଫିକ ଅନସାରୀଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଗୁଳିଚାଳନାରେ  ଜଣେ ପୋଲିସ ଅଧିକାରୀ ଆହତ ହୋଇଥିବା  ସୂଚନା ମିଳିଛି ।