ବିକ୍ରି ନହୋଇ ରାସ୍ତାରେ ଗଡିଲା ପନିପରିବା
Advertisement

ବିକ୍ରି ନହୋଇ ରାସ୍ତାରେ ଗଡିଲା ପନିପରିବା

ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କୋରୋନା କାରଣରୁ ବନ୍ଦ କରିଦିଆଯାଇଛି।

ବିକ୍ରି ନହୋଇ ରାସ୍ତାରେ ଗଡିଲା ପନିପରିବା

ଝାରସୁଗୁଡା: ଜିଲ୍ଲା ପ୍ରଶାସନ ପକ୍ଷରୁ ସାପ୍ତାହିକ ବଜାରରେ ପରିବା ବିକ୍ରି କରିବାକୁ ବାରଣ ପରେ ତାତି ଉଠିଛନ୍ତି  ପରିବା ବିକାଳୀ। ପ୍ରତିବାଦ କରି ରାସ୍ତାରେ ଫିଙ୍ଗିଦେଲେ ପରିବା। ଝାରସୁଗୁଡ଼ା ସହରରେ ଥିବା ଏକ ମାତ୍ର ବଜାରକୁ ପ୍ରଶାସନ ପକ୍ଷରୁ କୋରୋନା କାରଣରୁ ବନ୍ଦ କରିଦିଆଯାଇଛି। ଫଳରେ ଏହି ବଜାର ଉପରେ ନିର୍ଭର କରୁଥିବା ଚାଷୀ ଏବଂ ପରିବା ବ୍ୟବସାୟ ପରିବା ବିକ୍ରି କରି ନପାରି ଅସୁବିଧା ସମ୍ମୁଖୀନ ହୋଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। 

ପ୍ରଶାସନ ପକ୍ଷରୁ ସାପ୍ତାହିକ, ଦୈନିକ ହାଟ ବନ୍ଦ କରିଦିଆଯାଇ ସହରର ବିଭିନ୍ନ ସ୍ଥାନରେ ପରିବା ବିକ୍ରି ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ପରିବା ବିକାଳୀଙ୍କ ଅଭିଯୋଗ ହେଲା କେଉଁ ଜାଗାରେ ସେମାନେ ବିକ୍ରି କରିବେ ସେ ନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇନାହିଁ।  ମଙ୍ଗଳବାର ବଜାର ଥିବାରୁ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ଆଉ ବ୍ୟବସାୟୀ ପରିବା ଧରି ବଜାରରେ ପହଞ୍ଚିବା ପରେ ଏଠାରେ ବିକ୍ରି କରିବା ପାଇଁ ପୋଲିସ ପକ୍ଷରୁ ବାରଣ କରାଯାଇଥିଲା। ଯାହା ଫଳରେ ପରିବା ବ୍ୟବସାୟୀଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ରାସ୍ତା ଉପରେ ପନିପରିବା ଢାଳି ପ୍ରତିବାଦ କରିଥିଲେ ପରିବା ବିକାଳୀ।