ସପ୍ତମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କୁ ଘାରିଛି ଭୂତ ଭୟ। ଭୟରେ ଛାତ୍ରୀ ଗୁରୁତର। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ପାଞ୍ଚ ଜଣ ଛାତ୍ରୀ ଗୁରୁତର ହେବାର କାରଣ ସାଜିଥିଲା ଏହି ଭୟ। ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା, ଲାଠିକଟା ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ।
Trending Photos
ସୁଶାନ୍ତ କୁମାର ଦାଶ୍,ରାଉରକେଲା: ସପ୍ତମ ଶ୍ରେଣୀ ହଷ୍ଟେଲ ଛାତ୍ରୀଙ୍କୁ ଘାରିଛି ଭୂତ ଭୟ। ଭୟରେ ଛାତ୍ରୀଙ୍କୁ ଗୁରୁତର। ଜଣେ ନୁହେଁ କି ଦୁଇ ଜଣ ନୁହେଁ, ପାଞ୍ଚ ଜଣ ଛାତ୍ରୀ ଗୁରୁତର ହେବାର କାରଣ ସାଜିଥିଲା ଏହି ଭୟ। ଘଟଣାଟି ଘଟିଛି ସୁନ୍ଦରଗଡ ଜିଲ୍ଲା ,ଲାଠିକଟା ଅନ୍ତର୍ଗତ ଓଡିଶା ଆଦର୍ଶ ବିଦ୍ୟାଳୟ ରେ।
ହଷ୍ଟେଲରେ ରହୁଥିବା ଛାତ୍ରୀଙ୍କ କହିବା ଅନୁଯାୟୀ ସବୁଦିନ ଭଳି ବୁଧବାର ସକାଳୁ ବିଦ୍ୟାଳୟ ଛାତ୍ରୀନିବସ ରେ ଥିବା ୯୦ଜଣ ଛାତ୍ରୀ ପ୍ରଥମେ ବିସ୍କୁଟ ଖାଇଥିଲେ। ବୁଧବାର ରୁଟିନ ମୁତାବକ ୯ଟା ବେଳେ ଭାତ ଓ ଅଣ୍ଡା ଖାଇଥିଲେ ଛାତ୍ରୀ। ତେବେ ସ୍କୁଲ ଯିବାପରେ ପାଖାପାଖି ୧୧ଟା ବେଳକୁ ହଠାତ ତିନିଜଣ ଛାତ୍ରୀଙ୍କ ଗୋଡ଼ହାତ ମୋଡି ହେଇ ଯାଉଥିବା ଦେଖାଗଲା। ଯାହାକୁ ନେଇ ସେମାନଙ୍କୁ ପ୍ରଥମେ ଲାଠିକଟା ଓ ପରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ସ୍କୁଲ କତ୍ତୃପକ୍ଷ।
ପରେ ପରେ ଅନ୍ୟ ଦୁଇଜଣ ମଧ୍ୟ ସମାନ ସ୍ଥିତି ହୋଇ ଆସିଥିଲେ ଡାକ୍ତରଖାନା। ଏହାର କାରଣ କଣ ବୋଲି ବିଭିନ୍ନ ସନ୍ଦେହ କରାଯାଉଥିବା ବେଳେ ଡାକ୍ତରଖାନା ରେ ଆରମ୍ଭ ହୋଇଥିଲା ପ୍ରାରମ୍ଭିକ ଚିକିତ୍ସା। ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ପହଞ୍ଚି ସମସ୍ତଙ୍କୁ ପରୀକ୍ଷା କରି କୌଣସି ରୋଗ ନଥିବା ସ୍ପଷ୍ଟ କରିଥିଲେ। ତେବେ ହଷ୍ଟେଲ ରେ ଭୂତ ଗପ କୁ ନେଇ ମାନସିକ ଭାବେ ଏଭଳି ଘଟିଥିବା ଡାକ୍ତର କହିଥିବା ବେଳେ ହଷ୍ଟେଲ ରେ ଭୂତ ନେଇ କଥା କରାଯାଉଥିବା ସ୍ୱୀକାର କରିଥିଲେ ଛାତ୍ରୀ।