ନୂଆଦିଲ୍ଲୀ: ଆନ୍ଧ୍ର ପ୍ରଦେଶ ଶ୍ରୀହରିକୋଟା ସତୀଶ ଧୱନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ ହେଲା ଉପଗ୍ରହ 'କାର୍ଟୋସାଟ୍-୩' । 'କାର୍ଟୋସାଟ୍-୩'କୁ ନେଇ ମହାକାଶକୁ ଯାତ୍ରା କରିଛି PSLV-C47 । ଏହି ଉପଗ୍ରହର ଓଜନ ୧ହଜାର ୬୨୫ କିଲୋଗ୍ରାମ ରହିଛି । ଏହା ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହାକୁ ପୃଥିବୀ ଠାରୁ ୫୦୯ କିଲୋମିଟର ଉଚ୍ଚ ମହାକାଶରେ ସ୍ଥାପନ କରାଯିବ । ଏହାର କ୍ୟାମେରାକୁ ସବୁଠୁ ଉତ୍କୃଷ୍ଟ କ୍ୟାମେରା କୁହାଯାଉଛି । ଆତଙ୍କବାଦୀଙ୍କ ଗତିବିଧି ଉପରେ ରଖିବ ତୀକ୍ଷ୍ମ ନଜର ।
ଜାଣନ୍ତୁ, କେଉଁ ରକେଟ୍ ମାଧ୍ୟମରେ ଲଞ୍ଚ କରାଗଲା-
'କାର୍ଟୋସାଟ୍-୩' ସାଟେଲାଇଟ ପିଏସଏଲଭି-ସି47 (PSLV-C47)ରକେଟ୍ ଦ୍ୱାରା ଉତକ୍ଷେପଣ ହେଲା । ଏହା ୬ ଷ୍ଟେପଆନ୍ସ ସହ ପିଏସଏଲଭିର ୨୧ତମ ଉଡ଼ାଣ ଏବଂ ପିଏସଏଲଭିର ୭୪ତମ ଉଡ଼ାଣ । 'କାର୍ଟୋସାଟ୍-୩' ସହ ଆମେରିକାର ୧୩ ଅନ୍ୟ ନାନୋ ସାଟେଲାଇଟ ମଧ୍ୟ ଉତକ୍ଷେପଣ ହୋଇଛି ।
ପାକିସ୍ତାନର ଆତଙ୍କବାଦୀଙ୍କ ଗତିବିଧି ଉପରେ ରହିବ ସିଧା ନଜର-
'କାର୍ଟୋସାଟ୍-୩' ଉପଗ୍ରହ ଦେଶର ସୀମାରେ କଡ଼ା ପ୍ରହରା ଦେବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମଧ୍ୟ ସାହାଯ୍ୟ କରିବ । ପାକିସ୍ତାନ ଏବଂ ତାହାର ଆତଙ୍କବାଦୀ କ୍ୟାମ୍ପ ଉପରେ ମଧ୍ୟ ନଜର ରଖିବା ନେଇ ଏହି ମିଶନ ଦେଶର ସବୁଠାରୁ ଶକ୍ତିଶାଳୀ ଆଖି ଭାବେ କାର୍ଯ୍ୟ କରିବ । ଏହା ସୀମାରେ ଶତ୍ରୁ ଏବଂ ଆତଙ୍କବାଦୀ ଗତିବିଧି ଉପରେ ନଜର ରଖିବ ।
ହାତ ଘଣ୍ଟାର ସମୟ ବି ଦେଖିପାରିବ ଏହି 'କାର୍ଟୋସାଟ୍-୩' ସାଟେଲାଇଟ୍-
ଶକ୍ତିଶାଳୀ ସାଟେଲାଇଟ 'କାର୍ଟୋସାଟ୍-୩'ର କ୍ୟାମେରା ଏତେ ଶକ୍ତିଶାଳୀ ଯେ ଏହା ମହାକାଶରୁ ଭୂପୃଷ୍ଠରୁ ୧ ଫୁଟରୁ ମଧ୍ୟ କମ୍ ୯।୮୪ ଇଞ୍ଚ ଉଚ୍ଚରୁ ଫଟୋ ଉତ୍ତୋଳନ କରିପାରିବ । ଏମିତି କି ଆପଣ ହାତରେ ପିନ୍ଧିଥିବା ଘଣ୍ଟାରେ ସମୟ ମଧ୍ୟ ଫଟୋ ମାଧ୍ୟମରେ ଦେଖି ସଠିକ୍ ସୂଚନା ଦେଇପାରିବ । ଏହି ସାଟେଲାଇଟ୍ ବିଷୟରେ ଆପଣଙ୍କୁ କିଛି ସୂଚନା ଦେଉଛୁ । କଣ ଏହି ସାଟେଲାଇଟ୍, ଏହା କିପରି କାର୍ଯ୍ୟ କରିଥାଏ ।
ସର୍ଜିକାଲ୍ ଷ୍ଟ୍ରାଇକ୍ ଏବଂ ଏୟାରଷ୍ଟ୍ରାଇକରେ ସାହାଯ୍ୟ କରିଥିଲା-
ଆପଣଙ୍କୁ କହିବାକୁ ଚାହିଁବୁ କି ପାକିସ୍ତାନ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ଏୟାର ଷ୍ଟ୍ରାଇକ୍ ଉପରେ କାର୍ଟୋସେଟ୍ ଉପଗ୍ରହର ସାହାଯ୍ୟ ନିଆଯାଇଥିଲା । ଏହାକୁ ଛାଡ଼ିଦେଲେ ବିଭିନ୍ନ ପ୍ରକାରର ପାଣିପାଗରେ ପୃଥିବୀରେ ଫଟୋଚିତ୍ର ନେବାକୁ ସକ୍ଷମ ଅଟେ ଏହି ସାଟେଲାଇଟ୍ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହା ଆଗୁଆ ସୂଚନା ମଧ୍ୟ ଦେଇପାରିବ।
'କାର୍ଟୋସାଟ୍-୩'ରେ ସବୁଠୁ ଶକ୍ତିଶାଳୀ କ୍ୟାମେରା ରହିଛି-
'କାର୍ଟୋସାଟ୍-୩' କ୍ୟାମେରା ଏତେ ଶକ୍ତିଶାଳୀ ଯେ, ସେ ମହାକାଶରୁ ଭୂପୃଷ୍ଟରୁ ୦।୨୫ ମିଟର ଉଚ୍ଚରୁ ବା ୮।୮୪ ଇଞ୍ଚ ଉଚ୍ଚରୁ ସ୍ପଷ୍ଟ ଫଟୋଚିତ୍ର ଉତ୍ତୋଳନ କରିପାରେ । ଏ ପର୍ଯ୍ୟନ୍ତ ସଠିକତା ଭାବେ ଫଟୋ ଉତ୍ତୋଳନ କରିପାରୁଥିବା ସାଟେଲାଇଟ କ୍ୟାମେରା କୌଣସି ଦେଶ ଲଞ୍ଚ କରିପାରିନାହାନ୍ତି ।
'କାର୍ଟୋସାଟ୍-୩' କ୍ୟାମେରା ଆଗରେ ଫିକା ଆମେରିକା ସାଟେଲାଇଟ କ୍ୟାମେରା-
ଆମେରିକାର ନିଜ ମହାକାଶ କମ୍ପାନୀ ଡିଜିଟାଲ ଗ୍ଲୋବାଲର ଜିୟୋଆଇ-୧, ୧୬।୧୪ ଇଞ୍ଚ ଉଚ୍ଚ ପର୍ଯ୍ୟନ୍ତ ଫଟୋଚିତ୍ର ନେବାକୁ ସକ୍ଷମ ହୋଇପାରୁଥିବା ବେଳେ ସେଠାରେ ଏହି କମ୍ପାନୀର ୱେଲ୍ଡବ୍ଲୟୁ-୨ ଉପଗ୍ରହ ୧୮।୧୧ ଇଞ୍ଚ ଉଚ୍ଚରୁ ଫଟୋଚିତ୍ର ନେବାକୁ ସକ୍ଷମ ଅଟେ । ଏହାକୁ ପୃଥିବୀ ଠାରୁ ୫୦୯ କି।ମି। ଉପରେ ସ୍ଥାପିତ କରାଯାଇପାରିବ ।
'କାର୍ଟୋସାଟ୍-୩' ସିରିଜର ୮ ସାଟେଲାଇଟ ଆଗରୁ ଲଞ୍ଚ ହୋଇଥିଲା-
'କାର୍ଟୋସାଟ୍-୩' ସିରିଜର ପ୍ରଥମ ସାଟେଲାଇଟ କାର୍ଟୋସେଟ୍ - ୫ ମଇ ୨୦୦୫ ମସିହାରେ ପ୍ରଥମ ଥର ପାଇଁ ଲଞ୍ଚ କରାଯାଇଥିଲା । ୧୦ ଜାନୁଆରୀ ୨୦୦୭ରେ କାର୍ଟୋସାଟ୍-୨, ୨୮ ଏପ୍ରିଲ୍ ୨୦୦୮ରେ କାର୍ଟୋସାଟ୍-୨, ୨୨ ଜୁନ୍ ୨୦୧୬ରେ କାର୍ଟୋସାଟ୍-୨ ସିରିଜ୍ ସାଟେଲାଇଟ, ୧୫ ଫେବୃଆରୀ ୨୦୧୭ରେ କାର୍ଟୋସାଟ୍-୨ ସିରିଜ୍ ସାଟେଲାଇଟ, ୨୩ ଜୁନ ୨୦୧୭ରେ କାର୍ଟୋସାଟ୍-୨ ସିରିଜ୍ ସାଟେଲାଇଟ ଏବଂ ୧୨ ଜାନୁଆରୀ ୨୦୧୮ରେ ସାଟେଲାଇଟ କାର୍ଟୋସାଟ୍-୨କୁ ଲଞ୍ଚ କରାଯାଇଥିଲା ।
ଆହୁରି ପଢନ୍ତୁ; ଡିସେମ୍ବର ୧ ନୁହେଁ, ଆସନ୍ତାକାଲିଠୁ ଠାକରେ ସରକାର