ସହଜ ହେଲା କାଶୀ ବିଶ୍ୱନାଥ ଦର୍ଶନ: ପଶ୍ଚିମ ଓଡ଼ିଶାରୁ ବାରଣାସୀକୁ ବିମାନସେବା ଆରମ୍ଭ
Advertisement

ସହଜ ହେଲା କାଶୀ ବିଶ୍ୱନାଥ ଦର୍ଶନ: ପଶ୍ଚିମ ଓଡ଼ିଶାରୁ ବାରଣାସୀକୁ ବିମାନସେବା ଆରମ୍ଭ

ଝାରସୁଗୁଡ଼ାରୁ ବାରଣାସୀ ଭାୟା ଭୁବନେଶ୍ୱର ଦେଇ ଆରମ୍ଭ ହେଲା ବିମାନ ସେବା

ସୌଜନ୍ୟ: ସୋସିଆଲ ମିଡିଆ

ମୁକେଶ ପ୍ରଧାନ, ଝାରସୁଗୁଡା: ଝାରସୁଗୁଡ଼ାରୁ ବାରଣାସୀ ଭାୟା ଭୁବନେଶ୍ୱର ଦେଇ ଆରମ୍ଭ ହେଲା ବିମାନ ସେବା । ଏଳାୟନ୍ସ ଏୟାର ପକ୍ଷରୁ ଆଜି ପ୍ରଥମ ବିମାନ ବାରଣାସୀକୁ ଉଡାଣ ଭରିଛି । ବିମାନ  ATR 72 ଯାହା ୭୨ ସିଟ ବିଶିଷ୍ଟ ଽ ଝାରସୁଗୁଡ଼ାରୁ ବାରାଣାସୀକୁ ବିମାନସେବା ଆରମ୍ଭ ହେବାରୁ ଯାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରି ରହିଛି । ଆଗାମୀ ଦିନରେ ଏହାର ଭବିଷ୍ୟତ ଖୁବ ଉଜ୍ଜଳ ହେବ ବୋଲି ବିମାନବନ୍ଦର ନିର୍ଦ୍ଧେଶକ ଏବଂ ଏଳାୟନ୍ସ ଏୟାର କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।

ସାତ ଶହ କିଲୋମିଟରରୁ ଉର୍ଦ୍ଧ୍ୱ ଦୂରତାକୁ ଏବେ ୩ ଘଣ୍ଟା ୨୦ ମିନିଟରେ ପହଞ୍ଚିବା ସମ୍ଭବ ହୋଇପାରିବ । ଝାରସୁଗୁଡ଼ାରୁ ଏବେ ଦିଲ୍ଲୀ, କଲିକତା, ହାଇଦ୍ରାବାଦ, ରାଏପୁର, ରାଞ୍ଚି ତଥା ଭୁବନେଶ୍ୱରକୁ ପ୍ରତିଦିନ ବିମାନ ସେବା ଆରମ୍ଭ ହୋଇଛି ତେବେ ଝାରସୁଗୁଡ଼ାରୁ ବାରାଣାସୀ କୁ ଭାୟା ଭୁବନେଶ୍ୱର ବିମାନସେବା ଆରମ୍ଭ ହୋଇଛି । ଫଳରେ ଝାରସୁଗୁଡ଼ା ଦେଶର ପ୍ରମୁଖ ସହର ସହିତ ଆକାଶମାର୍ଗରେ ସଂଯୋଗ ହୋଇପାରିଛି ।

ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ାରୁ ମୁମ୍ବାଇକୁ ମଧ୍ୟ ସ୍ପାଇସଜେଟ ବିମାନ ସେବା ଆରମ୍ଭ କରିବ ଯାହାର ବିଧିବଦ୍ଧ ଘୋଷଣା ହୋଇସାରିଛି । ପ୍ରଥମ ଦିନରେ ଯଦିଓ ବେଶୀ ଯାତ୍ରୀ ବାରାଣାସୀ ପାଇଁ ଯାଇ ନାହାନ୍ତି ତଥାପି ଭବିଷ୍ୟତରେ ଏହାର ବେଶ୍ ଚାହିଦା ରହିବ ବୋଲି ବିମାନ ବନ୍ଦର କର୍ତ୍ତୃପକ୍ଷ ଏବଂ ଏଳାୟନ୍ସ ଏୟାର କର୍ତ୍ତୃପକ୍ଷ କହିଛନ୍ତି ।