ଚେହେରାରୁ ଅପରାଧୀଙ୍କୁ ଚିହ୍ନି ହୁଏନି: କିଶୋର ମହାନ୍ତି

ବହୁ ଚର୍ଚ୍ଚିତ ୨୦୧୬ ମସିହାରେ ହୋଇଥିବା ହତ୍ୟା କାଣ୍ଡ ଘଟଣା । 

ଚେହେରାରୁ ଅପରାଧୀଙ୍କୁ ଚିହ୍ନି ହୁଏନି: କିଶୋର ମହାନ୍ତି
ଫାଇଲ ଫଟୋ

ଝାରସୁଗୁଡ଼ା: ବହୁ ଚର୍ଚ୍ଚିତ ୨୦୧୬ ମସିହାରେ ହୋଇଥିବା ହତ୍ୟା କାଣ୍ଡ ଘଟଣା । ଏହି ହତ୍ୟାକାଣ୍ଡରେ ବିଜେଡି ନେତା ଅନୁପ ସାଏ ଗିରଫ ହେବା ପରେ ଏବେ ଜୋର ଧରିଛି ରାଜନୀତି । ଏନେଇ ବିଜେଡିକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ଏଭଳି ଲୋକଙ୍କୁ ବିଜେଡ଼ି କିପରି ରଖିଛି ବୋଲି ପ୍ରଶ୍ନ କରିଛନ୍ତି । 

ଅନ୍ୟପଟେ ବିଜେଡ଼ି ବିଧାୟକ କିଶୋର ମହାନ୍ତି କହିଛନ୍ତି, କାହା ଚେହେରାରୁ ଜାଣିହୁଏ ନାହିଁ, ସେ କୌଣସି ଅପରାଧରେ ସମ୍ପୃକ୍ତ କି ନାହିଁ । ମାମଲା ପଦାକୁ ଆସିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ଦୁର୍ନୀତି ଓ ଅପରାଧିକ କାର୍ଯ୍ୟକଳାପକୁ କେବେ ବି ବରଦାସ୍ତ କରିବେ ନାହିଁ ।

ଆହୁରି ପଢ଼ନ୍ତୁ; ବିଜେଡି ପାଇଁ ଆଇନର ଉର୍ଦ୍ଧ୍ୱରେ କେହି ନାହାଁନ୍ତି: ଲେନିନ ମହାନ୍ତି