'ମହା ବିକାଶ ଅଘାଡି' ଅସାମ୍ବିଧାନିକ ନୁହେଁ: ସୁପ୍ରିମକୋର୍ଟ
ମହା ବିକାଶ ଅଘାଡି ମେଣ୍ଚ ‘ଅସାମ୍ବିଧାନିକ’ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ଆବେଦନକୁ ଖାରଜ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ବିଜେପି ସମର୍ଥିତ ଅଖିଳ ଭାରତ ହିନ୍ଦୁ ମହାସଭାର ଜଣେ ସଦସ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
Trending Photos
)
ନୂଆଦିଲ୍ଲୀ: ମହା ବିକାଶ ଅଘାଡି ମେଣ୍ଚ ‘ଅସାମ୍ବିଧାନିକ’ ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ । ଏହି ଆବେଦନକୁ ଖାରଜ କରିଛନ୍ତି ଦେଶର ସର୍ବୋଚ୍ଚ ଅଦାଲତ । ବିଜେପି ସମର୍ଥିତ ଅଖିଳ ଭାରତ ହିନ୍ଦୁ ମହାସଭାର ଜଣେ ସଦସ୍ୟ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ଆବେଦନକାରୀ ଦର୍ଶାଇଥିଲେ, ନିର୍ବାଚନ ପୂର୍ବରୁ ବିଜେପି-ଶିବସେନା ମେଣ୍ଟ ହୋଇଥିଲା । ମେଣ୍ଟ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୃତି ଭୋଟରେ ପ୍ରତିଫଳିତ ହୋଇଥିଲା । ହେଲେ ନିର୍ବାଚନ ପରେ ଅନ୍ୟ ଏକ ମେଣ୍ଟ 'ମହା ବିକାଶ ଅଘାଡି' କରି ସରକାର ଗଢିଛି ଶିବସେନା । ତେଣୁ ଏହା ଅସାମ୍ବିଧାନିକ ବୋଲି ଅଭିଯୋଗ କରିଥିଲେ ଆବେଦନକାରୀ ।
ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି, ରାଜନୀତିକ ଦଳ ମଧ୍ୟରେ ମେଣ୍ଟକୁ ନେଇ କୋର୍ଟ କେବେ ନିର୍ଦ୍ଦେଶ ଦେଇପାରିବେ ନାହିଁ। କୋର୍ଟ ନିର୍ବାଚନ ପରବର୍ତ୍ତୀ ଓ ପୂର୍ବ ମେଣ୍ଟ ବାବଦରେ କୌଣସି ରାୟ ଶୁଣାନ୍ତୁ ବୋଲି ଆଶା ରଖିବା ଅନୁଚିତ ।
ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି, ରାଜନୈତିକ ଦଳ ଅନେକ ପ୍ରତିଶ୍ରୁତି ଦିଅନ୍ତି । କିନ୍ତୁ ଏହାକୁ ପାଳନ କରିବା ପାଇଁ କୋର୍ଟ ହୁକୁମ ଜାରି କରିପାରିବେ ନାହିଁ । କାହିଁକିନା ସାମ୍ୱିଧାନିକ ବିଚାରଧାରା ରାଜନୈତିକ ବିଚାରଧାରାଠୁ ଭିନ୍ନ । ଜଷ୍ଟିସ ରମନ୍ନା ଏହି ଶୁଣାଣି କରିଥିଲେ ।
ଆହୁରି ପଢନ୍ତୁ: ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...
More Stories