ସମ୍ବଲପୁରୀ ଶେଷ୍ଠ ଭାଷା: କିଶୋର ମହାନ୍ତି
Advertisement

ସମ୍ବଲପୁରୀ ଶେଷ୍ଠ ଭାଷା: କିଶୋର ମହାନ୍ତି

୨ୟ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ୨୦୨୦ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ  ଝାରସୁଗୁଡ଼ା ମଙ୍ଗଳ ବଜାର ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । 

ଫାଇଲ ଫଟୋ

ଝାରସୁଗୁଡ଼ା: ୨ୟ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ୨୦୨୦ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ  ଝାରସୁଗୁଡ଼ା ମଙ୍ଗଳ ବଜାର ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡ଼ିଶାର ଭାଷା, ସାହିତ୍ୟ, ମାଟିର ସ୍ୱାଭିମାନ, ସଂସ୍କୃତି, ପରମ୍ପରାକୁ ନେଇ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । 

ସମ୍ବଲପୁରୀ ନାଚ ଗୀତ ସହ ଫେଶନ ସୋ ସମଗ୍ର ପଶ୍ଚିମାଞ୍ଚଳକୁ ନେଇ ମଞ୍ଚସ୍ଥ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ଯୋଗ ଦେଇଥିଲେ । ପଶ୍ଚିମ ଓଡ଼ିଶାର ଆଞ୍ଚଳିକ ଭାଷା ସମ୍ବଲପୁରୀକୁ ଶ୍ରେଷ୍ଠ ଭାଷା ବୋଲି ଶ୍ରୀଯୁକ୍ତ ମହାନ୍ତି ମତ ପ୍ରକାଶ କରିଥିଲେ । ଏହା ସହ ପଶ୍ଚିମ ଓଡ଼ିଶାର କଳାକାର ଏବଂ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା ।

ଏହାର ପୂର୍ବ ଦିନରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସମ୍ବଲପୁରୀ ସଂସ୍କୃତିକୁ ନେଇ ଗର୍ବିତ କିନ୍ତୁ ଏହି ସମ୍ମେଳନରେ ଓଡିଶା ତଥା ଓଡିଶା ବାହାରେ ରହୁଥିବା ସମସ୍ତ ସମ୍ବଲପୁରୀ ଭାଷାପ୍ରେମୀକୁ ଆଣିବା ଉଚିତ ବୋଲି ଶ୍ରୀ ମିଶ୍ର କହିଥିଲେ । ଏଭଳି ସମ୍ମେଳନରେ ପ୍ରତିଭାବାନ ବ୍ୟକ୍ତି ସାମିଲ ହୋଇ ନିଜର ପ୍ରତିଭା ପରିବେଷଣ କରିବା ଉଚିତ ବୋଲି ମିସ ୱାର୍ଲଡ଼ ଏବଂ ମିସ ଓଡିଶା ଜିତିଥିବା ପ୍ରତିଯୋଗୀ କହିଛନ୍ତି ।

ଆହୁରି ପଢ଼ନ୍ତୁ; ଶିବରାଜ କହିଲେ; କଲେକ୍ଟର ମ୍ୟାମ, ଆପଣ ଆଇନର କେଉଁ ବହି ପଢ଼ିଛନ୍ତି।।।