ଏମିତି ଦାୟିତ୍ୱ ଗ୍ରହଣ କଲେ ଉଦ୍ଧବ ଠାକରେ

ଆରମ୍ଭ ହେଲା ଠାକରେ ରାଜ୍ । ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ ଉଦ୍ଧବ ଠାକରେ । ଯେଉଁ ଚେୟାରରେ କେତେ ମୁଖ୍ୟମନ୍ତ୍ରୀଙ୍କୁ ବସାଇଥିଲେ ଠାକରେ ପରିବାର, ଆଜି ସେ ଚେୟାରରେ ନିଜେ ବସିଛନ୍ତି ଉଦ୍ଧବ ଠାକରେ ।  ତାଙ୍କୁ ସ୍ୱାଗତ କରିଛନ୍ତି ସଚିବାଳୟ କର୍ମଚାରୀ । 

ଏମିତି ଦାୟିତ୍ୱ ଗ୍ରହଣ କଲେ ଉଦ୍ଧବ ଠାକରେ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଆରମ୍ଭ ହେଲା ଠାକରେ ରାଜ୍ । ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କଲେ ଉଦ୍ଧବ ଠାକରେ । ଯେଉଁ ଚେୟାରରେ କେତେ ମୁଖ୍ୟମନ୍ତ୍ରୀଙ୍କୁ ବସାଇଥିଲେ ଠାକରେ ପରିବାର, ଆଜି ସେ ଚେୟାରରେ ନିଜେ ବସିଛନ୍ତି ଉଦ୍ଧବ ଠାକରେ ।  ତାଙ୍କୁ ସ୍ୱାଗତ କରିଛନ୍ତି ସଚିବାଳୟ କର୍ମଚାରୀ । 

ବିକଳ୍ପ ସରକାର ପାଇଁ ପଥ ପରିଷ୍କାର ହେବା ପରେ, ଗୁରୁବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଉଦ୍ଧବ ଠାକରେ । ମୁମ୍ୱାଇର ଐତିହାସିକ ଶିବାଜୀ ପାର୍କରେ ଅନୁଷ୍ଠିତ ହୋଇଥିଲା ଶପଥ ଗ୍ରହଣ ଉତ୍ସବ । ଠାକରେ ପରିବାର ପ୍ରଥମ ସଦସ୍ୟ ଭାବରେ ମୁଖ୍ୟମନ୍ତ୍ରୀର ଆସନରେ ବିରାଜମାନ ହୋଇଛନ୍ତି ଉଦ୍ଧବ । ଏହି ଉତ୍ସବରେ କଂଗ୍ରେସ, ଏନସିପି ଓ ଶିବସେନାର ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ । 

ମହାରାଷ୍ଟ୍ରରେ ଶିବସେନାର ପ୍ରତିଷ୍ଠାତା ବାଲା ସାହେବ ଠାକରେଙ୍କ ପୁଅ ହେଉଛନ୍ତି ଉଦ୍ଧବ ଠାକରେ । ତାଙ୍କ ଜନ୍ମ ୨୭ ଜୁଲାଇ ୧୯୬୦ରେ ବମ୍ୱେର ହୋଇଥିଲା । ତାଙ୍କ ପ୍ରାଥମିକ ଶିକ୍ଷା ବାଲା ମୋହନ ବିଦ୍ୟା ମନ୍ଦିରରେ ହୋଇଥିଲା । ଏହାପରେ ସର ଜେଜେ ଇନଷ୍ଟିଚ୍ୟୁଟ ଅଫ ଏଫ୍ଲାଇଡ ଆର୍ଟରୁ ଉଚ୍ଚ ଶିକ୍ଷା ହାସଲ କରିଥଲେ ସେ ।  

ଉଦ୍ଧବ ମହାରାଷ୍ଟ୍ରର ୧୮ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ତାଙ୍କ ବ୍ୟତୀତ ଶିବସେନାର ଏକନାଥ ସିନ୍ଦେ ଓ ସୁଭାଷ ଦେସାଇ ମନ୍ତ୍ରୀ ପଦର ଶପଥ ନେଇଛନ୍ତି । ଏହାସହ ଏନସିପିର ଜୟନ୍ତ ପାଟିଲ ଓ ଛଗନ ଭୁଜବଲ ଏବଂ କଂଗ୍ରେସରୁ ବାଲା ସାହେବ ଥରାଟେ ଓ ନିତିନ ରାଉତ ମନ୍ତ୍ରୀ ପଦର ଶପଥ ନେଇଥିଲେ । 

ଆହୁରି ପଢନ୍ତୁ; ବେଟା ଆଠ ନମ୍ୱରୀ, ବାପ୍ ଦଶ ନମ୍ୱରୀ...