• ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
  • ନାନକପୁରା ସ୍କୁଲ ବୁଲିଲେ ଆମେରିକାର ପ୍ରଥମ ମହିଳା
  • ଭାରତ ଭ୍ରମଣକୁ କେବେ ଭୁଲି ହେବ ନାହିଁ: ମେଲାନିଆ
  • ଦିଲ୍ଲୀ ହିଂସା ଘଟଣା
  • ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କଷ୍ଟବଲ
  • ହିଂସାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଥିଲେ ଉପସ୍ଥିତ
  • କପିଲ ମିଶ୍ରାଙ୍କ ବୟାନକୁ ନେଇ ବଢ଼ୁଛି ବିବାଦ
  • ଦଳ ଭିତରୁ ପ୍ରତିବାଦର ସ୍ୱର

ସେଠି ବନ୍ଦ, ଏଠି କାଦୁଅ ଫିଙ୍ଗା

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ରାଜନୀତି ସରଗରମ

ସେଠି ବନ୍ଦ, ଏଠି କାଦୁଅ ଫିଙ୍ଗା
ଫାଇଲ ଫଟୋ

ଗଗନ ବିଶ୍ୱାଳ, ସମ୍ବଲପୁର/ନୂଆଦିଲ୍ଲୀ: ଆଜି ପଶ୍ଚିମ ଓଡ଼ିଶା ବନ୍ଦ । ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲ ସଙ୍ଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ବୌଦ୍ଧ, ସମ୍ବଲପୁର, ଝାରସୁରୁଡ଼ା ଇତ୍ୟାଦି ଜିଲ୍ଲାରେ ବନ୍ଦର ପ୍ରଭାବ ବିଶେଷ ଭାବେ ଦେଖିବାକୁ ମିଳିଛି । ବନ୍ଦକୁ ବିଭିନ୍ନ ରାଜନୈତିକ ଦଳ, ସ୍ୱେଚ୍ଛାସେବୀ ସଙ୍ଗଠନ ପ୍ରମୁଖ ସମର୍ଥନ ଜଣାଇଛନ୍ତି । 

ଅନ୍ୟପଟେ ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ସ୍ଥାପନ ପ୍ରସଙ୍ଗରେ ଜୋର ଧରିଛି କାଦୁଆ ଫିଙ୍ଗା ରାଜନୀତି । ଉଭୟ ବିଜେପି ଓ ବିଜେଡ଼ି ପରସ୍ପର ଭିତରେ କାଦୁଅ ଫିଙ୍ଗୁଛନ୍ତି । ମଙ୍ଗଳବାର ଏହି ପ୍ରସଙ୍ଗକୁ ରାଜ୍ୟସଭାରେ ଉଠାଇଥିଲେ ବିଜେଡ଼ି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ । ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପାଇଁ କେନ୍ଦ୍ର ସରକାର ତୁରନ୍ତ ବିଲ ଆଣନ୍ତୁ ବୋଲି ପ୍ରସନ୍ନ ଦାବି କରିଥିଲେ । ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ରାଜ୍ୟ ସରକାର ଜମି ଦେବାକୁ ପ୍ରସ୍ତୁତ ଥିବା ମଧ୍ୟ କହିଛି ବିଜେଡ଼ି । 

ଅନ୍ୟପଟେ ବିଜେପି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି । ହାଇକୋର୍ଟ ବେଞ୍ଚ ପାଇଁ କେନ୍ଦ୍ର ସରକାର ମାଗିଥିବା ତଥ୍ୟ ରାଜ୍ୟ ସରକାର ଦେଉନାହାଁନ୍ତି । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ କୌଣସି ଆନ୍ତରିକତା ନାହିଁ ବୋଲି କହିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର । 

ଆହୁରି ପଢ଼ନ୍ତୁ; ଆମକୁ ଦିଲ୍ଲୀ ଦିଅ, ଆମେ ଏସବୁ ଦେବୁ...