କେଜ୍ରିୱାଲଙ୍କୁ 'ମିଥ୍ୟାବାଦୀ' କହିଲେ ଗୌତମ ଗମ୍ଭୀର
Advertisement

କେଜ୍ରିୱାଲଙ୍କୁ 'ମିଥ୍ୟାବାଦୀ' କହିଲେ ଗୌତମ ଗମ୍ଭୀର

ସେ କହିଛନ୍ତି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ପୁଣି ଲୋକଙ୍କୁ ମିଛ କହିଛନ୍ତି । ସେ ହେଉଛନ୍ତି ସବୁଠାରୁ ବଡ଼ ମିଥ୍ୟାବାଦୀ । ସେ ୪.୫ ବର୍ଷ ପୂର୍ବେ ଏପରି କିଛି କଥା କହିଥିଲେ । 

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ ଗୌତମ ଗମ୍ଭୀର । କେଜ୍ରିୱାଲ ସରକାର ଦିଲ୍ଲୀରେ ଫ୍ରି ୱାଇଫାଇ ଦେବାର ଘୋଷଣା ପରେ ଗମ୍ଭୀରଙ୍କ ତରଫରୁ ବଡ଼ ମନ୍ତବ୍ୟ ଆସିଛି । ସେ ଆପ୍ ଓ କେଜ୍ରିୱାଲଙ୍କ ଉପରେ ଜୋରଦାର ଆକ୍ରମଣ କରିଛନ୍ତି । 

ସେ କହିଛନ୍ତି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ପୁଣି ଲୋକଙ୍କୁ ମିଛ କହିଛନ୍ତି । ସେ ହେଉଛନ୍ତି ସବୁଠାରୁ ବଡ଼ ମିଥ୍ୟାବାଦୀ । ସେ ୪.୫ ବର୍ଷ ପୂର୍ବେ ଏପରି କିଛି କଥା କହିଥିଲେ । ବର୍ତ୍ତମାନ ନିର୍ବାଚନର ମାତ୍ର ୨ ମାସ ପୂର୍ବରୁ ଏହି ଘୋଷଣା କରୁଛନ୍ତି । ନିର୍ବାଚନକୁ ଦେଖି କେଜ୍ରିୱାଲ ଭୋଟ ବ୍ୟାଙ୍କର ରାଜନୀତି କରୁଛନ୍ତି ବୋଲି ସେ କହିଛନ୍ତି ।

ଆପଣଙ୍କୁ କହି ରଖୁଛୁ ଯେ, ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ର କେଜ୍ରିୱାଲ ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି । ଆମ ଆଦମୀ ପାର୍ଟି(ଆପ୍) ସବୁଠାରୁ ମହତ୍ତ୍ୱାକାଂକ୍ଷୀ ଯୋଜନା Free WiFiର ଘୋଷଣା ହୋଇ ସାରିଛି । ଏହି ଯୋଜନା ଅନ୍ତର୍ଗତ ପ୍ରଥମ ପର୍ଯ୍ୟାୟରେ ଦିଲ୍ଲୀର ସମସ୍ତ ବସ୍ ଷ୍ଟାଣ୍ଡରେ ୩୦୦୦ ୱାଇଫାଇର ହୋଟସ୍ପୋଟ ଲାଗିବ । ସମଗ୍ର ଦିଲ୍ଲୀରେ ସର୍ବମୋଟ ୧୧୦୦୦ ହୋଟସ୍ପୋଟ ଲାଗିବ । ପ୍ରତି ୟୁଜରଙ୍କୁ ପ୍ରତି ମାସରେ ୧୫ ଜିବି ଡାଟା ମିଳିବ । 

ଏହି ଯୋଜନାର ଆରମ୍ଭ ଡିସେମ୍ୱର ୧୬ରୁ ହୋଇପାରେ । ଫ୍ରି ୱାଇଫାଇ ନେଇ କ୍ୟାବିନେଟରୁ ମଞ୍ଜୁରୀ ମିଳିଯାଇଛି ଓ ଟେଣ୍ଡର ପ୍ରକ୍ରିୟା ସରି ଯାଇଛି । କ୍ୟାବିନେଟ ଅଗଷ୍ଟ ୮ରେ ୪୦୦୦ ବସ ଷ୍ଟାଣ୍ଡ ଓ ବିଧାସଭାରେ ୧୦୦ ହୋଟସ୍ପୋଟ ଲଗାଇବାର ମଞ୍ଜୁରୀ ଦେଇଥିଲା । ହୋଟସ୍ପୋଟର ୫୦ ମିଟର ରେଞ୍ଜରେ ଯେତେ ଲୋକ ଆସିବେ ସମସ୍ତେ ଫ୍ରି ୱାଇଫାଇ ବ୍ୟବହାର କରି ପାରିବେ । ଏହା ପାଇଁ ସରକାରକୁ ପ୍ରାୟ ବର୍ଷକୁ ୧୦୦ କୋଟି ଟଙ୍କାର ଖର୍ଚ୍ଚ କରିବାକୁ ପଡ଼ିବ ।