ଦିଲ୍ଲୀ ରାସ୍ତାରେ ସାଧ୍ୱୀ ଝଡ

ପିନ୍ଧିଛନ୍ତି ଖଦି ବସ୍ତ୍ର, ଗାନ୍ଧୀ ଚଷମା । ହାତରେ ଗାନ୍ଧୀ ବାଡି । ଅଭିନବ ଢଙ୍ଗରେ ଚାଲିଛି ପ୍ରତିବାଦ । ସଂସଦରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ବିରୋଧ କରି ବିକ୍ଷୋଭ କରୁଛି କଂଗ୍ରେସ ଯୁବ ମୋର୍ଚ୍ଚା । ଯଦିଓ ଏନେଇ ବିଜେପି ସ୍ପଷ୍ଟୀକରଣ ରଖିସାରିଛି, ତଥାପି ମଧ୍ୟ ସାଥ୍ୱୀଙ୍କ ଏପରି ବୟାନକୁ ବରଦାସ୍ତ କରିପାରୁନି କଂଗ୍ରେସ । 

ଦିଲ୍ଲୀ ରାସ୍ତାରେ ସାଧ୍ୱୀ ଝଡ
ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ପିନ୍ଧିଛନ୍ତି ଖଦି ବସ୍ତ୍ର, ଗାନ୍ଧୀ ଚଷମା । ହାତରେ ଗାନ୍ଧୀ ବାଡି । ଅଭିନବ ଢଙ୍ଗରେ ଚାଲିଛି ପ୍ରତିବାଦ । ସଂସଦରେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନକୁ ବିରୋଧ କରି ବିକ୍ଷୋଭ କରୁଛି କଂଗ୍ରେସ ଯୁବ ମୋର୍ଚ୍ଚା । ଯଦିଓ ଏନେଇ ବିଜେପି ସ୍ପଷ୍ଟୀକରଣ ରଖିସାରିଛି, ତଥାପି ମଧ୍ୟ ସାଥ୍ୱୀଙ୍କ ଏପରି ବୟାନକୁ ବରଦାସ୍ତ କରିପାରୁନି କଂଗ୍ରେସ । 

ଆଜି କଂଗ୍ରେସ ଯୁବ ମୋର୍ଚ୍ଚାର ଶହ ଶହ କର୍ମୀ ଅଭିନବ ଢଙ୍ଗରେ ବିକ୍ଷୋଭ କରୁଛନ୍ତି । ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଏ ପ୍ରକାର ବୟାନକୁ ଦୃଢ ନିନ୍ଦା କରିଛି କଂଗ୍ରେସ । ସାଥ୍ୱୀ ପ୍ରଜ୍ଞାଙ୍କୁ ଆତଙ୍କବାଦୀ ଭାବରେ ଦଳ ଅବିହିତ କରିଛି । ବିଜେପି ସାଥ୍ୱୀଙ୍କ ବୟାନକୁ ସମର୍ଥନ କରୁଥିବା ଅଭିଯୋଗ କରିଛି କଂଗ୍ରେସ । 

ଭୋପାଳ ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କ ବୟାନକୁ ନେଇ ତେଜୁଛି ବିବାଦ । ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପୂର୍ବରୁ ଟ୍ୱିଟ କରି ସାଧ୍ୱୀ ପ୍ରଜ୍ଞାଙ୍କୁ ଆତଙ୍କବାଦୀ ବୋଲି କହିଥିଲେ । ଯିଏ ଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିପାରୁଛନ୍ତି ତାଙ୍କୁ ଆତଙ୍କବାଦୀ କୁହାଯିବା ଯଥାର୍ଥ ବୋଲି ରାହୁଲ ଯୁକ୍ତି ରଖିଥିଲେ ଏହାକୁ ଭାରତୀୟ ସଂସଦୀୟ ଇତିହାସର କଳାଦିନ ବୋଲି ରାହୁଲ କହିଥିଲେ । ଏହା ପୂର୍ବରୁ ବିବାଦୀୟ ବୟାନ ପାଇଁ ସାଧ୍ୱୀପ୍ରଜ୍ଞାଙ୍କୁ ଆରଏସଏସ ଓ ବିଜେପିର ଆତ୍ମା ବୋଲି କହିଥିଲେ ରାହୁଲ ଗାନ୍ଧୀ । 

ସେପଟେ ସାଧ୍ୱୀପ୍ରଜ୍ଞା ନିଜ ବୟାନ ନେଇ ସଫେଇ ଦେଇଛନ୍ତି । ସେ ନାଥୁରାମ ନୁହେଁ ବରଂ ଉଦ୍ଦମ ସିଂହଙ୍କ ଉଦ୍ଦେଶ୍ୟରେ ବୟାନ ରଖିଥିଲେ ବୋଲି କହିଛନ୍ତି । ବିବାଦୀୟ ବୟାନ ପାଇଁ ଗତ ସପ୍ତାହରେ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ କମିଟିରେ ସାମିଲ ହୋଇଥିବା ସାଧ୍ୱୀ ପ୍ରଜ୍ଞାଙ୍କୁ କମିଟିରୁ ହଟାଇ ଦିଆଯାଇଛି । ଏହା ସହିତ ଜାରି ରହିଥିବା ସଂସଦ ଅଧିବେଶନରେ ବିଜେପିର ସଂସଦୀୟ ଦଳ ବୈଠକରୁ ମଧ୍ୟ ସାଧ୍ୱୀଙ୍କୁ ବିଦା ହେବାକୁ ପଡ଼ିଛି । 

ସ୍ୱାଧୀଙ୍କ ବୟାନକୁ ନେଇ ଗୁରୁବାର ଲୋକସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦଙ୍କ ପକ୍ଷରୁ ହୋହଲ୍ଲା ହୋଇଥିଲା । ଘଟଣାକୁ ନେଇ ଆଲୋଚନା କରିବାକୁ କଂଗ୍ରେସ ସାଂସଦମାନେ ଦାବି କରିଥିଲେ । ସେପଟେ ସାଧ୍ୱୀଙ୍କ ବିବାଦୀୟ ବୟାନକୁ ସଂସଦ ରେକର୍ଡରୁ ହଟାଇ ଦିଆଯାଇଥିବା ବାଚସ୍ପତି କହିଥିଲେ । ଏହାପରେ ୱାକ୍ ଆଉଟ୍ କରିଥିଲେ କଂଗ୍ରେସ ସାଂସଦ ।

ସାଧ୍ୱୀ ପ୍ରଜ୍ଞାଙ୍କ ବିବାଦୀୟ ବୟାନକୁ ବିରୋଧୀଙ୍କ ସହିତ ନିଜ ଦଳ ପକ୍ଷରୁ କଡ଼ା ନିନ୍ଦା କରାଯାଇଛି । ପୂର୍ବରୁ ଏକାଧିକ ବାର ବିବାଦୀୟ ମତ ଦେଇ ଚର୍ଚ୍ଚାକୁ ଆସିଥିବା ପ୍ରଜ୍ଞା ସିଂହଙ୍କ ବିରୋଧରେ ପ୍ରଥମ ଥର ପାଇଁ ବିଜେପି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗତ ନଭେମ୍ବର ୨୧ ତାରିଖରେ ପ୍ରଜ୍ଞା ସିଂହଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ କମିଟିରେ ସାମିଲ କରାଯିବା ପରେ ବିରୋଧୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା ।