କଳାହାଣ୍ଡିରେ ଆଉ ୨ ଆକ୍ରାନ୍ତ ଚିହ୍ନଟ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା
Advertisement
Article Detail0/zeeodisha/odisha685709

କଳାହାଣ୍ଡିରେ ଆଉ ୨ ଆକ୍ରାନ୍ତ ଚିହ୍ନଟ, ଉଭୟ ପଶ୍ଚିମବଙ୍ଗ ଫେରନ୍ତା

ଜିଲ୍ଲାରେ ସମୁଦାୟ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଲେଣି । ଅନ୍ୟ ୧୩ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭବାନୀପାଟଣା: ପୂର୍ବରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଥିବା କଳାହାଣ୍ଡି ଜିଲ୍ଲାରୁ ଅନ୍ୟ ୨ ନୂଆ ମାମଲା ସାମ୍ନାକୁ ଆସିଛି । ଆକ୍ରାନ୍ତ ଦୁଇଜଣ ମହିଳା ଓ ସେମାନେ ସମ୍ପର୍କରେ ମାଆ ଓ ଝିଅ । ଉଭୟ ପଶ୍ଚିମବଙ୍ଗ ଫେରନ୍ତା । ଏକ ହୋଟେଲରେ କ୍ୱାରେଣ୍ଟାଇନରେ ଥିଲେ । ଏବେ ତାଙ୍କ ସ୍ୱାବ ପଜିଟିଭ ଆସିଛି । ଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫କୁ ବୃଦ୍ଧି ପାଇଛି । 

ଯାହା ଜଣାପଡ଼ିଛି, ଗତ ୧୨ ତାରିଖରେ ପଶ୍ଚିମବଙ୍ଗରୁ ଟ୍ରେନ ଯୋଗେ ଉଭୟ ସମ୍ବଲପୁର ଫେରିଥିଲେ । ପରେ କଳାହାଣ୍ଡି ଜୁନାଗଡ଼ର ଏକ ଦେୟଯୁକ୍ତ ଟିଏମସିରେ କ୍ୱାରେଣ୍ଟାଇନରେ ଥିଲେ । ତେବେ ପଜିଟିଭ ରିପୋର୍ଟ ଆସିବା ପରେ ଉଭୟଙ୍କୁ ଭବାନୀପାଟଣା ବାନ୍ଦୁପଲାରେ ଇଂଜିନିଅରିଂ କଲେଜ ପରିସରରେ ଥିବା କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । 

ଏଠାରେ ଆପଣଙ୍କୁ କହିରଖୁଛୁ, ଜିଲ୍ଲାରେ ସମୁଦାୟ ୧୫ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣ ସୁସ୍ଥ ହେଲେଣି । ଅନ୍ୟ ୧୩ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । 

;