ମାଓବାଦୀ କହି ଟଙ୍କା ମାଗୁଥିଲେ, ବାନ୍ଧିଲା ପୋଲିସ୍
Advertisement

ମାଓବାଦୀ କହି ଟଙ୍କା ମାଗୁଥିଲେ, ବାନ୍ଧିଲା ପୋଲିସ୍

ନିଜକୁ ମାଓବାଦୀ କହୁଥିଲେ । ଆଉ ଏହି ପରିଚୟ ଦେଇ ଟଙ୍କା ଅସୁଲ କରୁଥିଲେ । ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଏଭଳି କିଛି ଢଙ୍ଗରେ ଚାନ୍ଦା ମାଗୁଥିଲେ । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଭବାନୀପାଟଣା: ନିଜକୁ ମାଓବାଦୀ କହୁଥିଲେ । ଆଉ ଏହି ପରିଚୟ ଦେଇ ଟଙ୍କା ଅସୁଲ କରୁଥିଲେ । ଜଣେ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଏଭଳି କିଛି ଢଙ୍ଗରେ ଚାନ୍ଦା ମାଗୁଥିଲେ । ତେବେ ଅଭିଯୁକ୍ତଙ୍କ ଏ ଉଦ୍ୟମକୁ ପଣ୍ଡ କରିଛି ଏମ.ରାମପୁର ପୋଲିସ । ୬ ଅଭିଯୁକ୍ତ ଗିରଫ ହୋଇଛନ୍ତି । 

ସୂଚନା ମୁତାବକ, ଅଭିଯୁକ୍ତମାନେ ନିଜକୁ ମାଓବାଦୀ କହି ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଚାନ୍ଦା ମାଗିଥିଲେ । ତେବେ ଏନେଇ ପୋଲିସକୁ ଖବର ଦେଇଥିଲେ କନିଷ୍ଠ ଯନ୍ତ୍ରୀ । ଆଉ ପୋଲିସ ସମସ୍ତ ୬ ଅଭିଯୁକ୍ତଙ୍କୁ ଗିରଫ କରିଛି । ଘଟଣାର ତଦନ୍ତ ଏବେ ଜାରି ରହିଛି । ଅନ୍ୟ କେଉଁମାନେ ଏମାନଙ୍କ ଶିକାର ହୋଇଛନ୍ତି, ସେନେଇ ମଧ୍ୟ ତଦନ୍ତ ଚାଲିଛି ।