ଦିଲ୍ଲୀ ଫେରନ୍ତା ପୁଅକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦେଇଥିଲେ ସରପଞ୍ଚ ମା'
Trending Photos
)
ଟେକଚାନ୍ଦ ଛତ୍ରିଆ, ଧର୍ମଗଡ଼: କଳାହାଣ୍ଡି ଗମ୍ବାରୀଗୁଡ଼ା ସରପଞ୍ଚ ନନ୍ଦିତା ସାହୁଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା । ଦିଲ୍ଲୀ ଫେରନ୍ତା ପୁଅକୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖି ସେ ଉଦାହରଣ ସୃଷ୍ଟି କରିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ନିଷ୍ଠା ଓ କାର୍ତ୍ତବ୍ୟପରାୟଣତା ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଫିସିଆଲ ଟ୍ୱିଟରରେ କୁହାଯାଇଛି । ନିଜ ଦାୟିତ୍ୱ ଏବଂ କର୍ତ୍ତବ୍ୟ ସମ୍ପାଦନରେ ତିଲେମାତ୍ର ଅବହେଳା ନକରି ନିଜ ପୁଅକୁ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇ ଦେଇଥିଲେ ନନ୍ଦିତା ।

ପୁରା ଘଟଣା ଥିଲା କିଛି ଏପରି । ଦିଲ୍ଲୀର ଏକ କମ୍ପାନୀରେ ସପ୍ଟୱେର ଇଞ୍ଜିନିୟର ଭାବେ କାମ କରନ୍ତି କଳାହାଣ୍ଡି ଗମ୍ଭାରୀଗୁଡ଼ା ପଞ୍ଚାୟତର ସରପଞ୍ଚ ନନ୍ଦିତା ସାହୁଙ୍କ ପୁଅ ଲୋକେଶ ସାହୁ । ଲକଡାଉନ ଯୋଗୁଁ ସେ ମଧ୍ୟ ଦିଲ୍ଲୀରେ ଫସି ରହିଥିଲେ । ଲକଡାଉନ କୋହଳ ହେବା ପରେ ନିଜ ଗାଁକୁ ଫେରିଛନ୍ତି । ତେବେ ପ୍ରସାସୀ ଓଡ଼ିଆଙ୍କୁ କ୍ୱାରେଣ୍ଟାଇନ ସେଣ୍ଟରରେ ରଖିବାର ଦାୟିତ୍ୱ ନେଇଥିବା ସରପଞ୍ଚ ମା' ନନ୍ଦିତା ଦୀର୍ଘ ଦିନ ପରେ ପୁଅକୁ ଦେଖି ମଧ୍ୟ କୌଣସି ପ୍ରକାର ଭାବବିହ୍ୱଳ ହୋଇ ନ ଥିଲେ । ବରଂ ନିଜ ଦାୟିତ୍ୱ ସମ୍ପାଦନ କରିବାକୁ ଯାଇ ପୁଅ ଲୋକେଶକୁ ମଧ୍ୟ କ୍ୱାରେଣ୍ଟାଇନରେ ରହିବା ପାଇଁ ପରାମର୍ଶ ଦେଇଥିଲେ । ଏପରିକି ଓଲମା ଗାଁରେ ଥିବା କ୍ୱାରେଣ୍ଟାଇନ ସେଣ୍ଟରକୁ ପୁଅକୁ ପଠାଇ ଦେଇଥିଲେ ନନ୍ଦିତା ।
ଏବେ ଲୋକେଶ ଏହି କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି । ଆଉ ସରପଞ୍ଚ ମା'ଙ୍କ ଏପରି ନିଷ୍ଠା ଓ କାର୍ତ୍ତବ୍ୟପରାୟଣତାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।