ମନ ମୋହୁଛି ଫଗୁଣ ମାସରେ ପେନ୍ଥା ପେନ୍ଥା ବଉଳ
Advertisement

ମନ ମୋହୁଛି ଫଗୁଣ ମାସରେ ପେନ୍ଥା ପେନ୍ଥା ବଉଳ

ଫଗୁଣ ମାସରେ ଆମ୍ବ ଗଛରେ ଝୁଲୁଛି ପେନ୍ଥାପେନ୍ଥା ବଉଳ,  ଯାହା ସମ୍ପୂର୍ଣ୍ଣ ପରିବେଶକୁ ମହକାଇ ଦେଉଛି । ଏ ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ।

ମନ ମୋହୁଛି ଫଗୁଣ ମାସରେ ପେନ୍ଥା ପେନ୍ଥା ବଉଳ

ବିକାଶ କୁମାର ଷଡ଼ଙ୍ଗୀ, କଳାହାଣ୍ଡି: ଋତୁରାଜ ବସନ୍ତର ଆଗମନରେ ପ୍ରକୃତି ପ୍ରାଣରେ ଭରି ଉଠିଛି ନବ ଉନ୍ମାଦନା। ବସନ୍ତର ମଳୟ ପ୍ରକୃତିକୁ କରୁଛି ରୋମାଞ୍ଚିତ । ପତ୍ରଝଡା ପରେ ପରେ ବୃକ୍ଷରାଜି ଧାରଣ କରୁଛନ୍ତି ନବପଲ୍ଲବ । ଫଗୁଣ ମାସରେ ଆମ୍ବ ଗଛରେ ଝୁଲୁଥିବା ବଉଳ ନିଜକୁ ପ୍ରସ୍ତୁତ କରୁଛନ୍ତି ପୁଷ୍ପବତୀ ଫଳବତୀ କରିବାକୁ । 

ଫଗୁଣ ମାସରେ ଆମ୍ବ ଗଛ (Mango Tree) ରେ ଝୁଲୁଛି ପେନ୍ଥାପେନ୍ଥା ବଉଳ,  ଯାହା ସମ୍ପୂର୍ଣ୍ଣ ପରିବେଶକୁ ମହକାଇ ଦେଉଛି । ଏ ଦୃଶ୍ୟ ଅତ୍ୟନ୍ତ ମନୋରମ ଓ ହୃଦୟସ୍ପର୍ଶୀ। ବଉଳ ଆଣିଦେଉଛି ଭାବୁକ ମନରେ ଭାବନା । ଏସବୁ ଭିତରେ ସବୁଠୁ ବେଶି ଦୃଷ୍ଟି ଆକର୍ଷଣ କରୁଛି ଆମ୍ବବଉଳ। ବଉଳର ବାସ୍ନାରେ ମହକୁଛି ଚତୁର୍ଦ୍ଦିଗ । ଆମ୍ବ ବଉଳର ବାସ୍ନା ସାଙ୍ଗକୁ କୋଇଲିର କୁହୁକୁହୁ ସ୍ୱର ଆନମନା କରୁଛି ଅବାଳ ବୃଦ୍ଧବନିତାଙ୍କୁ । ବାଟରେ ଯାଉଥିବା ପଥିକଟିଏ ବି ଘଡ଼ିଏ ଅଟକି ଯାଉଛି । କବି (Poet) ଲେଖନୀରୁ ଝରିପଡୁଛି କବିତା। ଏହା ଖାଲି ମଣିଷ ନୁହେଁ, ପଶୁପକ୍ଷୀ ଜୀବଜନ୍ତୁ ପ୍ରାଣରେ ବି ଭରିଦେଉଛି ରୋମାଞ୍ଚ ଓ ଉନ୍ମାଦନା । ଏମିତି ପରିବେଶରେ କବିର ଲେଖନୀରୁ ଆପେଆପେ ଝରିପଡେ କବିତାର (Poetry) ଧାରା।

Also Read: ଟଳିଲା ବର୍ଷା ଭୟ, ରାଜ୍ୟକୁ ଘେରିବ କୁହୁଡି ବଳୟ

କ୍ଳାନ୍ତି ଦୂର ପାଇଁ ବାଟୋଇ ଟିଏ ଗଛ ମୂଳେ କ୍ଷଣକ ଟିଏ ବସିପଡିଲେ ମନରେ ଆସିଯାଏ ଅସୁମାରୀ ଶାନ୍ତି । ଆମ୍ବ ବଉଳକୁ ତାଳ ଦେଈ କୋଇଲିର କୁହୁକୁହୁ ତାନ ବାଟୋଇକୁ ଆହୁରି ରୋମାଞ୍ଚିତ କରେ। କୋଇଲିର ପଞ୍ଚମ ରାଗିଣୀ ତା ମନରେ କୁକୁମ ଲେପେ। ମନେପଡ଼ିଯାଏ ପିଲାବେଳ (Child Hood Memory) ର କିଛି ସ୍ମୃତି । କିଛି ସମୟ ପାଇଁ ଭୁଲି ହୋଇଯାଏ ସବୁ ଦୁଃଖ ଯନ୍ତ୍ରଣା । ଜୀବନର ଦୁଃଖ, ନୈରାଶ୍ୟ, ହତାଶା ତଥା ସ୍ବପ୍ନଭଙ୍ଗ ଜୀବନରେ ଆମ୍ବ ବଉଳର ବାସ୍ନା ଯେ ବଞ୍ଚିବାର ଉନ୍ମାଦନା ଯୋଗେଇ ଦେବାରେ ସମର୍ଥ, ଏକଥାକୁ କେହି ଅସ୍ବୀକାର କରି ପାରିବେନି।

Edited: Zee Odisha Desk