Trending Photos
)
କଳାହାଣ୍ଡି: ବୁଧବାର ମଧ୍ୟାହ୍ଣରେ ଧର୍ମଗଡ ବ୍ଲକରେ ଖେଳିଯାଇଥିଲା ଚାଞ୍ଚଲ୍ୟ। କାରଣ ସ୍ଥାନୀୟ ପର୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜନ୍ମ ହୋଇଥିଲା ଏକ ଅଦ୍ଭୁତ ଶିଶୁ। ଯାହାକୁ ଦେଖିବାକୁ ହସ୍ପିଟାଲରେ ଲୋକଙ୍କ ଭିଡ ଜମିଥିଲା।
ସୂଚନା ମୁତାବକ ଧର୍ମଗଡ ଅନ୍ତର୍ଗତ ସର୍ଗିଗୁଡା ଗ୍ରାମର ଦୁର୍ମିଳା ପୋଟାଙ୍କୁ ଆଜି ମଧ୍ୟାହ୍ଣରେ ପ୍ରସବ ପୀଡା ହୋଇଥିଲା। ପ୍ରସବ ସମୟ ହୋଇଯାଇଥିବାରୁ ତାଙ୍କୁ ପର୍ଲାସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେ ସେଠାରେ ଏକ ଶିଶୁକୁ ଜନ୍ମ ଦେଇଥିଲେ।
କିନ୍ତୁ ଶିଶୁଟି ସାମାନ୍ୟ ନଥିଲା। ସାଧାରଣତଃ ଜନ୍ମ ବେଳେ ମଣିଷକୁ ୨ଟି ଗୋଡ ଥାଏ। କିନ୍ତୁ ଦୁର୍ମିଳାଙ୍କ ସନ୍ତାନର ମାତ୍ର ଗୋଟିଏ ଗୋଡ ଥିଲା। ଜନ୍ମ ବେଳକୁ ଶିଶୁର ସ୍ୱାଭିବିକ ଥିଲା। କିନ୍ତୁ ଏହାର କେଇମିନିଟ ପରେ ତାର ମୃତ୍ୟୁ ହୋଇଥିବା ପର୍ଲା ହସ୍ପିଟାଲର ଡାକ୍ତର କହିଛନ୍ତି।
ଏହା ଦୁର୍ମିଳାଙ୍କ ଦ୍ଵିତୀୟ ଗର୍ଭ ଥିଲା। ସନ୍ତାନ ଜନ୍ମ ହେବା କଥା ଶୁଣି ଦୁର୍ମିଳାଙ୍କ ପରିବାର ସମସ୍ତେ ଆନନ୍ଦିତ ହୋଇଯାଇଥିଲେ। ଛୁଆଟି ଯେଭଳି ଅବସ୍ଥାରେ ଥିଲେ ବି ଗ୍ରହଣ କରିବାକୁ ସେମାନେ ଆଗ୍ରହ ଥିଲେ। କିନ୍ତୁ ଏହି ଖୁସି କେବଲେ କେଇଟା ମୁହୁର୍ତ୍ତର ଥିଲା। କାରଣ ଜନ୍ମର ମାତ୍ର କେଇ ମିନିଟ ପରେ ସେମାନେ ଛୁଆର ମୃତ୍ୟୁ ହୋଇଥିବା ଖବର ପାଇଥିଲେ।