Advertisement
Article Detail0/zeeodisha/odisha695916
Zee OdishaKandhamalକଳିଙ୍ଗା ଘାଟି ଡକାୟତ ଘଟଣାରେ ୩ ଗିରଫ

କଳିଙ୍ଗା ଘାଟି ଡକାୟତ ଘଟଣାରେ ୩ ଗିରଫ

ଡକାୟତମାନେ ହେଉଛନ୍ତି ଜି ଉଦୟଗିରି ଥାନା କଳିଙ୍ଗା ଗ୍ରାମର ଦୀପକ ପ୍ରଧାନ, ଲଚମନ ନାୟକ ଓ ମିଥୁନ ପ୍ରଧାନ । ଗିରଫ ୩ ଡକାୟତଙ୍କ ଠାରୁ ନଗଦ ୫୦୦୦ ଟଙ୍କା, ୫ଟି ମୋବାଇଲ, ୨ଟି ବାଇକ, କଟୁରି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ଫାଇଲ ଫଟୋ
ଫାଇଲ ଫଟୋ

ପ୍ରିୟବ୍ରତ ସାହୁ, କନ୍ଧମାଳ: ଜିଲ୍ଲାର କଳିଙ୍ଗା ଘାଟିରେ ଘଟିଥିବା ଦୁଇ ଦୁଇଟି ଡକାୟତ ଘଟଣାର ଆଜି(ରବିବାର) ଫର୍ଦ୍ଧାଫାସ କରିଛି ଜି ଉଦୟଗିରି ପୋଲିସ । ଡକାୟତିରେ ସମ୍ପୃକ୍ତ ୩ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଜି ଉଦୟଗିରି ପୋଲିସ । ଡକାୟତମାନେ ହେଉଛନ୍ତି ଜି ଉଦୟଗିରି ଥାନା କଳିଙ୍ଗା ଗ୍ରାମର ଦୀପକ ପ୍ରଧାନ, ଲଚମନ ନାୟକ ଓ ମିଥୁନ ପ୍ରଧାନ । ଗିରଫ ୩ ଡକାୟତଙ୍କ ଠାରୁ ନଗଦ ୫୦୦୦ ଟଙ୍କା, ୫ଟି ମୋବାଇଲ, ୨ଟି ବାଇକ, କଟୁରି ଏବଂ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ସୂଚନା ମୁତାବକ, ଦ୍ଵିତି କୃଷ୍ଣ ପାଢ଼ୀକ ଜଣେ ବ୍ୟକ୍ତି ଗତ ୩୧ ତାରିଖ  ବିଳମ୍ବିତ ରାତିରେ ଓଡି ୧୨ ଏସ ୧୦୦୭ ଆଇ ୧୦ କାର ଯୋଗେ କଳିଙ୍ଗା ଘାଟି ଦେଇ ନିଜ ଗ୍ରାମ ଶଙ୍ଖରାଖୋଲକୁ ଫେରୁ ଥିବା ବେଳେ  ଘାଟିରେ ଡକାୟତମାନେ ଯୋଜନା ମୁତାବକ ରାସ୍ତା ଉପରେ ବାଲି ବସ୍ତା ଏବଂ କଂକ୍ରିଟ ପ୍ଲେଟ ପକାଇ କାରଟିକୁ ଅଟକାଇ ପ୍ରଥମେ କାରର ପଛପଟ ଗ୍ଲାସ ଭାଙ୍ଗି ଭୟଭୀତ କରାଇ ଜୀବନରେ ମାରି ଦେବାକୁ ଧମକ ଦେଇ ନଗଦ ୧୦,୦୦୦ ଟଙ୍କା ସହ ଗୋଟିଏ ମୋବାଇଲ ଲୁଟି ନେଇ ଫେରାର ହୋଇଯାଇଥିଲେ । ଦ୍ବିତୀ କୃଷ୍ଣ ଏନେଇ ଜି ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତେବେ ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ପୁଣି ଗତ ୬ ତାରିଖ ଦିନ ବିଳମ୍ବିତ ରାତ୍ରିରେ ସୌମ୍ୟରଞ୍ଜନ ସାହୁ ନାମକ ଜଣେ ବ୍ୟକ୍ତି ପିକଅପ ଭ୍ୟାନ ଧରି ବ୍ରହ୍ମପୁର ଯାଉଥିବା ବେଳେ ଘାଟିରେ ତାଙ୍କ ଠାରୁ ଯୋଜନା ମୁତାବକ ରାସ୍ତାରେ ବାଲିବସ୍ତା ପକାଇ  ଗାଡି ଅଟକାଇ ଡକାୟତ ମାନେ ନଗଦ ୨୦,୦୦୦ ଟଙ୍କା ଏବଂ ଦୁଇଟି ମୋବାଇଲ ନେଇ ଫେରାର ହୋଇଯାଇଥିଲେ । ଏନେଇ ସୌମ୍ୟରଞ୍ଜନ ମଧ୍ୟ ଜି ଉଦୟଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।

ତେବେ କଳିଙ୍ଗା ଘାଟିରେ ଦୁଇ ଦୁଇଟି ଡକାୟତି ଘଟଣାକୁ ନେଇ ପୁଲିସକୁ ଖୋଲା ଚାଲେଞ୍ଜ କରୁଥିବା ଡ଼କାୟତଙ୍କ ପାଇଁ ପୋଲିସର ନିଦ ହଜିଯାଇଥିବା ବେଳେ ଗତକାଲି ରାତ୍ରିରେ ତିନି ଡକାୟତଙ୍କୁ ଗିରଫ କରିବାରେ ପୋଲିସକୁ ସଫଳତା ମିଳିଥିଲା । ତେବେ ୩ ଜଣ ଗିରଫ ଡ଼କାୟତଙ୍କୁ ଜି ଉଦୟଗିରି ପୋଲିସ ଆଜି ସନ୍ଧ୍ୟାରେ କୋର୍ଟ ଚାଲାଣ କରିଛି ।

Add Zee News as a Preferred Source
About the Author