ଚାଷୀଙ୍କ ପନିପରିବା ସୁରକ୍ଷିତ ରଖିବା ପାଇଁ ସମସ୍ତ ବ୍ଲକରେ ତିଆରି ହୋଇଛି ଶୀତଳ ଭଣ୍ଡାର । ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଗୋଇବାଲିରେ ସମ୍ପନ୍ନ ଶୀତଳ ଭଣ୍ଡାର ଖତ ଖାଉଛି ।
Trending Photos
)
ଚିତ୍ତରଞ୍ଜନ ନାୟକ, ବାଲିଗୁଡ଼ା: ଶୀତଳ ଭଣ୍ଡାରକୁ ଚାଲିଯାଇଛି ଶୀତଳ ଭଣ୍ଡାର ପ୍ରକଳ୍ପ । ଲକ୍ଷାଧିକ ଟଙ୍କା ପାଣିରେ ପଡ଼ିଛି । ଅନ୍ୟପଟେ ଚାଷୀଙ୍କ ଉତ୍ପାଦିତ ପନିପରିବା ପଚିସଢ଼ି ଖତ ଖାଉଛି । ବାଲିଗୁଡା ବ୍ଲକ ଗୁଇବାଲି ଉଦ୍ୟାନ ବିଭାଗର ଫାର୍ମରେ ଦେଖିବାକୁ ମିଳିଛି ଏଭଳି କିଛି । ଚାଷୀଙ୍କ ଉତ୍ପାଦିତ ଫସଲକୁ ସୁରକ୍ଷିତ ରଖିବା ପାଇଁ ସରକାର ତତ୍ପର କହୁଥିବା ବେଳେ ବାସ୍ତବ ଚିତ୍ର ପୁରା ଓଲଟା ।
ଚାଷୀଙ୍କ ପନିପରିବା ସୁରକ୍ଷିତ ରଖିବା ପାଇଁ ସମସ୍ତ ବ୍ଲକରେ ତିଆରି ହୋଇଛି ଶୀତଳ ଭଣ୍ଡାର । ହେଲେ କନ୍ଧମାଳ ଜିଲ୍ଲା ବାଲିଗୁଡା ଗୋଇବାଲିରେ ସମ୍ପନ୍ନ ଶୀତଳ ଭଣ୍ଡାର ଖତ ଖାଉଛି । ୧୦ ମେଟ୍ରିକ ଟନ କ୍ଷମତା ଏହି ମିନି କୋଲ୍ଡ ଷ୍ଟୋର ପାଇଁ ୯ ଲକ୍ଷ ୭୦ ହଜାର ଟଙ୍କା ଖର୍ଚ୍ଚ ହୋଇଛି । ସେହିପରି ଶୀତଳିକରଣ ଗାଡି ପାଇଁ ଖର୍ଚ୍ଚ ହୋଇଛି ୨୪ ଲକ୍ଷ ଟଙ୍କା । ଅନ୍ୟପଟେ ଉଦ୍ୟାନ ବିଭାଗର ଫାର୍ମରେ ଥିବା ଗ୍ରେଡିଂ ୟୁନିଟି ପାଇଁ ପାଇଁ ୧୧ ଲକ୍ଷ ୧୭ ହଜାର ୯ସହ ୭୫ ଟଙ୍କା ଖର୍ଚ୍ଚ ହୋଇଥିଲା । ଏହି ଉଦ୍ୟାନ ବିଭାଗର ପ୍ରକଳ୍ପ ଗୁଡିକୁ ଏକ ଘୋରୋଇ ସଂସ୍ଥାକୁ ହସ୍ତାନ୍ତର କରଯାଇଥିଲା । ହେଲେ ଉକ୍ତ ସଂସ୍ଥା କୌଣସି ରକ୍ଷଣବେକ୍ଷଣ କରୁ ନ ଥିବାରୁ ସମସ୍ତ ପ୍ରକଳ୍ପ ଶୀତଳ ହୋଇ ରହିଯାଇଛି ।
ଶୀତଳ ଭଣ୍ଡାରରେ ବିଦ୍ୟୁତ ସରବରାହ ପାଇଁ ୨୦୧୩ ମସିହା ଚିଠି ନମ୍ବର ୩୦୯୫ ମାଧ୍ୟମରେ ବାଲିଗୁଡା ସମନିତ୍ଵ ଆଦିବାସୀ ଉନୟନ ସଂସ୍ଥା ପକ୍ଷରୁ ୪୨ ହଜାର ୮୭୫ ଟଙ୍କା ବିଦ୍ୟୁତ ବିଭାଗକୁ ପ୍ରଦାନ କରାଯାଇଛି । ହେଲେ ୬ବର୍ଷରୁ ଅଧିକ ହୋଇଗଲାଣି ବିଦ୍ୟୁତ ସଂଯୋଗ ହୋଇପାରିନି । ବିଦ୍ୟୁତ ବିଭାଗରେ ପୌଠ ହୋଇ ଥିଲେ ମଧ୍ୟ ପରିଦର୍ଶନ ହୋଇ ନ ଥିବାରୁ ବିଦ୍ୟୁତ ଲାଗି ପାରୁନାହିଁ ବୋଲି କହିଛନ୍ତି ବାଲିଗୁଡା ବିଦ୍ୟୁତ ଅଫିସର ଏସଡିଓ । ସେପଟେ ଏହାକୁ ଧ୍ୟାନ ଦେବା ସହ ପୁନରୁଦ୍ଧାର ହେବ ବୋଲି କହିଛନ୍ତି ବାଲିଗୁଡା ଉପଜିଲ୍ଲାପାଳ ।