ପୁଣି ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର
Advertisement

ପୁଣି ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ, ୫ ଗୁରୁତର

ଗତକାଲି ଗୋଆରୁ ଟ୍ରେନ ଯୋଗେ ଭବାନୀପାଟଣା ଫେରିଥିଲେ ବହୁ ପ୍ରବାସୀ ଓଡ଼ିଆ । ଏମାନଙ୍କ ମଧ୍ୟରୁ ୪୭ ଜଣ ନିଜ ଜିଲ୍ଲା ଗଞ୍ଜାମ ଅଭିମୁଖେ ଏକ ବସ ଯୋଗେ ଯାଉଥିଲେ । ତେବେ ବିଳମ୍ବିତ ରାତିରେ କନ୍ଧମାଳ ତୁମୁଡ଼ିବନ୍ଧର ମୁଣ୍ଡିଗଡ଼ଠାରେ ବସଟି ଦୁର୍ଘଟଣାର ଶିକାର ହୋଇଛି । 

ଫଟୋ ସୌଜନ୍ୟ: ଜୀ ମିଡିଆ

ଚିତ ରଞ୍ଜନ ନାୟକ, କନ୍ଧମାଳ: ପୁଣି ଏକ ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ । ଟ୍ରକ ସହ ମୁହାଁମୁହିଁ ଧକ୍କା । ବସଟି ବ୍ରହ୍ମପୁର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଏଥିରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ତୁମୁଡ଼ିବନ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବସରେ ସମୁଦାୟ ୪୭ ପ୍ରବାସୀ ଓଡ଼ିଆ ଥିଲେ ବୋଲି ଜଣାପଡ଼ିଛି । 

fallback

ସୂଚନା ମୁତାବକ, ଗତକାଲି ଗୋଆରୁ ଟ୍ରେନ ଯୋଗେ ଭବାନୀପାଟଣା ଫେରିଥିଲେ ବହୁ ପ୍ରବାସୀ ଓଡ଼ିଆ । ଏମାନଙ୍କ ମଧ୍ୟରୁ ୪୭ ଜଣ ନିଜ ଜିଲ୍ଲା ଗଞ୍ଜାମ ଅଭିମୁଖେ ଏକ ବସ ଯୋଗେ ଯାଉଥିଲେ । ତେବେ ବିଳମ୍ବିତ ରାତିରେ କନ୍ଧମାଳ ତୁମୁଡ଼ିବନ୍ଧର ମୁଣ୍ଡିଗଡ଼ଠାରେ ବସଟି ଦୁର୍ଘଟଣାର ଶିକାର ହୋଇଛି । ସାମ୍ନାପଟୁ ଆସୁଥିବା ଏକ ଟ୍ରକ ସହ ବସର ଧକ୍କା ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ୫ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ତୁମୁଡ଼ିବନ୍ଧ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଛି ।