୭ ଦିନ ପାଇଁ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଲ୍
Advertisement

୭ ଦିନ ପାଇଁ ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସିଲ୍

ସମଗ୍ର କନ୍ଧମାଳ ଜିଲ୍ଲାରେ ୪ ଦିନିଆ ସଟଡାଉନ ଯୋଗୁ ଦୋକାନ ବଜାର ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।

ଫାଇଲ ଫଟୋ

କନ୍ଧମାଳ: ଜି ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଜଣେ ଷ୍ଟାପ ନର୍ସ ଏବଂ ଜଣେ ଆଟେଣ୍ଡାଣ୍ଟ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଗତ କାଲିଠାରୁ କନ୍ଧମାଳ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ  ୭ ଦିନ ପାଇଁ ସିଲ୍ କରିଦିଆଯାଇଛି ।  ଅଗ୍ନିଶମ ବିଭାଗ ପକ୍ଷରୁ ସ୍ୱାସ୍ଥ୍ୟକେନ୍ଦ୍ରକୁ ସମ୍ପୂର୍ଣ୍ଣ ବିଶୋଧନ କରାଯାଇଥିଲା । ଆଉ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏଣିକି କେବଳ ଜରୁରୀକାଳୀନ ସେବା ମିଳିବ । 

ଥଣ୍ଡା,ଜ୍ୱର ଓ କାଶ ରୋଗୀଙ୍କ ନିମନ୍ତେ ସ୍ଥାନୀୟ ହବାକ ହାଇସ୍କୁଲ ପରିସରରେ ଏକ ଅସ୍ଥାୟୀ କେନ୍ଦ୍ର ଖୋଲାଯାଇ ସେଠାରେ ରୋଗୀଙ୍କ ଚିକିତ୍ସା ବ୍ୟବସ୍ଥା କରାଯାଇଛି । ଆଉ ଅନ୍ୟାନ୍ୟ ରୋଗ ନିମନ୍ତେ ସ୍ଥାନୀୟ କଳିଙ୍ଗା ଏବଂ ଗ୍ରେସିଙ୍ଗିଆ ଠାରେ ଥିବା ସ୍ୱାସ୍ଥ୍ୟକେନ୍ଦ୍ରକୁ ସମସ୍ତ ଚିକିତ୍ସା ନିମନ୍ତେ ରୋଗୀ ଯାଇପାରିବେ ବୋଲି କୁହାଯାଇଛି । ଜଣେ ଔଷଧ  ଦୋକାନୀ କୋରୋନା ପଜେଟିଭ ଚିହ୍ନଟ ହେବାପରେ ତାଙ୍କୁ ଜିଲ୍ଲା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆଉ ସେ ରହୁଥିବା ଜି ଉଦୟଗିରି ସ୍ଥିତ କଚେରୀସାହି ଏବଂ ପାଖ ବସଷ୍ଟାଣ୍ଡ ସାହିକୁ ସାନିଟାଇଜ କରାଯାଇ ଉଭୟ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ଉଭୟ ସମସ୍ତ ଯାତାୟାତ ପଥକୁ ବାଉଁଶ ବାଡ଼ ଦେଇ ସିଲ କରିଦିଆଯାଇଛି । 

ଆଉ ପଜେଟିଭ ଚିହ୍ନଟ ବ୍ୟକ୍ତିଙ୍କ ସମସ୍ତ ବ୍ୟବସାୟ ପ୍ରତିଷ୍ଠାନକୁ ମଧ୍ୟ ସିଲ କରିଦିଆଯାଇଛି । ଅନ୍ୟପକ୍ଷେ ସମଗ୍ର କନ୍ଧମାଳ ଜିଲ୍ଲାରେ ୪ ଦିନିଆ ସଟଡାଉନ ଯୋଗୁ ଦୋକାନ ବଜାର ଓ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି ।