ଶେଷରେ ଆଖି ବୁଜିଲେ କରୁଣାକର, ବିଧାୟକ ସମାଲୋଚିତ
Advertisement

ଶେଷରେ ଆଖି ବୁଜିଲେ କରୁଣାକର, ବିଧାୟକ ସମାଲୋଚିତ

ରାଜ୍ୟ ଶାସକ ଦଳର ବିଧାୟକ ସାଲୁଗା ପ୍ରଧାନଙ୍କ ନିଜ ଗାଁ ବା ଜନ୍ମ ମାଟି କହିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସ୍ରାନିକେତା ପଞ୍ଚାୟତର ଟକରମାଲା ଗ୍ରାମ। ଆଉ ବିଧାୟକଙ୍କ ଗ୍ରାମର ପଡ଼ୋଶୀ ଗାଁ ପାଦେରିମାହା ଗ୍ରାମ। 

ଶେଷରେ ଆଖି ବୁଜିଲେ କରୁଣାକର, ବିଧାୟକ ସମାଲୋଚିତ

ପ୍ରିୟବ୍ରତ ସାହୁ, କନ୍ଧମାଳ: ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ଯୁବକ କରୁଣାକର ଶେଷରେ ଆଖି ବୁଜିଛନ୍ତି। ହେଲେ ବିଧାୟକ ନିଜର ମାନବିକତା ଭୁଲିଯାଇ ସବୁ ସୀମା ଲଙ୍ଘିଗଲେ। ସାମାନ୍ୟତମ ସହାୟତାର ହାତ ବଢ଼ାଇଲେ ନାହିଁ। ଆଉ ଗରିବର ଅସମର୍ଥତା ଏଠି ସରକାରଙ୍କ ସବୁ ଯୋଜନାକୁ ତୁଛ କରିଦେଇଥିବା ବେଳେ ବିଧାୟକଙ୍କ ପାରିବା ପଣିଆ ଏବେ ହାଟରେ ପଡ଼ି ଦାଣ୍ଡରେ ଗଡୁଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ନିକଟରେ।

ଅଧିକ ପଢନ୍ତୁ: କରୁଣାକରଙ୍କ କାଳ କର୍କଟ! ହାତ ଟେକିଦେଲେ ବିଧାୟକ

ରାଜ୍ୟ ଶାସକ ଦଳର ବିଧାୟକ ସାଲୁଗା ପ୍ରଧାନଙ୍କ ନିଜ ଗାଁ ବା ଜନ୍ମ ମାଟି କହିଲେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ସ୍ରାନିକେତା ପଞ୍ଚାୟତର ଟକରମାଲା ଗ୍ରାମ। ଆଉ ବିଧାୟକଙ୍କ ଗ୍ରାମର ପଡ଼ୋଶୀ ଗାଁ ପାଦେରିମାହା ଗ୍ରାମ। ଏହି ଗ୍ରାମର ପିତର ପ୍ରଧାନଙ୍କ ୨୫ ବର୍ଷୀୟ ପୁଅ କରୁଣାକର ପ୍ରଧାନ ଦୀର୍ଘ ୭ ମାସ ଧରି ମୁଖ କର୍କଟ ରୋଗରେ ପୀଡ଼ିତ ଥିଲେ। ଆଉ ରୋଗଟି ଦିନକୁ ଦିନ ବଢିଥିବା ବେଳେ କରୁଣାକରଙ୍କ ମୁହଁର ଡ଼ାହଣ ଭାଗ ପ୍ରାୟ ୬୦ ପ୍ରତିଶତ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଥିଲା। 

ଆଉ ଡାହାଣ ପାଖର ଆଖି, କାନ, ନାକ, ନଷ୍ଟ ହୋଇଯାଇଥିବା ବେଳେ ରୋଗଟି ବେକ ଆଡ଼କୁ ମାଡ଼ି ଚାଲିଥିଲା। ଏଭଳି ଭାବେ କରୁଣାକର ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବା ବେଳେ ଖଟରେ ପଡ଼ି ରହି ଛଟପଟ ହେଉଥିଲା। ଆଉ ଗରିବ ପରିବାର ହୋଇଥିବାରୁ ଆର୍ଥିକ ଅନଟନ ସାଙ୍ଗକୁ କୋରୋନା କଟକଣା ଯୁବକଙ୍କ ଚିକିତ୍ସାରେ ପ୍ରତିବନ୍ଧକ ସାଜିଥିଲା। ଏଭଳି ସ୍ଥଳେ ଆମେ ଖବର ପାଇବା ପରେ ଏନେଇ ଗତ ୨୯ ତାରିଖରେ ଜି ଓଡ଼ିଶାରେ ଏକ ଖବର ପ୍ରକାଶ ପାଇଥିଲା। ଆଉ ସ୍ଥାନୀୟ ଗୋଷ୍ଠୀ ଜନସ୍ୱାସ୍ଥ୍ୟ ଆଧିକାରୀଙ୍କ ସମେତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏନେଇ ଜଣାଇଥିଲୁ। ଫଳରେ କରୁଣାକରଙ୍କ ନିକଟକୁ ଜନସ୍ୱାସ୍ଥ୍ୟ ଅଧିକାର ଯାଇ ସମସ୍ତ କାଗଜପତ୍ର ଦେଖିବା ସହ ଉପରିସ୍ତ ଅଧିକାରୀଙ୍କୁ ସୂଚନା ଦେଇଥିଲେ।

ଅଧିକ ପଢନ୍ତୁ: ବଳି ପଡ଼ିଯିବେ କି ପ୍ରତାପ ଓ ଅରୁଣ !

ହେଲେ କରୁଣାକରଙ୍କୁ ସରକାରଙ୍କ ପକ୍ଷରୁ ସହାୟତା ଏଯାବତ ମିଳିପାରିନଥିବା ବେଳେ ଗତକାଲି (ସୋମବାର) ଅପରାହ୍ନରେ କରୁଣାକରଙ୍କ ମୃତ୍ୟୁ ଘଟିଛି। ଆଉ ଏବେ କରୁଣାକରଙ୍କ ମୃତ୍ୟୁ ପରେ ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବା ବେଳେ ରାଜନୈତିକ ଉଷ୍ମତା ମଧ୍ୟ ଦେଖା ଦେଇଛି। ଯେଉଁଠି ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନ ନିଜ ଗାଁର ଯୁବକ କରୁଣାକରଙ୍କୁ ରୋଗରେ ଆକ୍ରାନ୍ତ ସମୟରେ ସାମାନ୍ୟତମ ସହାୟତା ଯୋଗାଇ ଦେଇପାରିଲେ ନାହିଁ। ସେଠି ବିଧାୟକ କାହାପାଇଁ। ଆଉ ସେ ଅନ୍ୟମାନଙ୍କୁ କଣ ବା ସେବା ଯୋଗାଇଦେବେ। କେବଳ ଯେ ଶାସକ ଦଳର ଦୁର୍ନୀତିକୁ ବଜାଇ ରଖିବା ନାଁରେ ବିଧାୟକ ଏଠି ବିଭିନ୍ନ ଯୋଜନା ଗୁଡ଼ିକର ଅର୍ଥ ଲୁଟକରିଆସୁଛନ୍ତି।କିନ୍ତୁ ଅସହାୟଙ୍କୁ କୌଣସି ଦିନ ସାହାଯ୍ୟ ଯୋଗାଉନାହାନ୍ତି ବୋଲି ଦାରିଙ୍ଗବାଡି ବିଜେପି ମଣ୍ଡଳ ସଭାପତି ସନ୍ତୋଷ କୁମାର ସାହୁ କହିଛନ୍ତି।

ଏନେଇ ଜି. ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ସହ ଯୋଗାଯୋଗ ହୋଇପାରିନାହିଁ।ହେଲେ ସୂଚନା ଥାଉକି କରୁଣାକର ଆଜକୁ ୩ ବର୍ଷ ତଳେ ବିବାହ କରିଥିଲେ। ଆଉ ତାଙ୍କର ୧୧ ମାସର ଗୋଟେ ଝିଅଟି ରହିଥିବା ବେଳେ ୨ ବର୍ଷ ତଳେ କରୁଣାକର ଓ ତାଙ୍କ ସ୍ତ୍ରୀ ଉଭୟ କେରଳ ଯାଇଥିଲେ ଦାଦନ ଖଟିବାକୁ। ଆଉ କୋରୋନା ସମୟରେ ଉଭୟ ଗାଁକୁ ଫେରିଥିବା ବେଳେ କରୁଣାକରଙ୍କୁ ମୁଖ କର୍କଟ ରୋଗ ଆରମ୍ଭ ହୋଇଥିଲା। ସେପଟେ କରୁଣାକରଙ୍କ ପରିବାର ଅତି ଗରିବ ଶ୍ରେଣୀର ହୋଇଥିବାରୁ ବାପା ପିତର ପ୍ରଧାନ ଯାହା ସମ୍ଭବ ସେ ପୁଅର ଚିକିତ୍ସା ପାଇଁ ନିଜର ବିଲ, ଗୋରୁ ଗାଈ, ଛେଳି ଆଦି ବିକ୍ରି କରି ବ୍ରହ୍ମପୁର, ଭୁବନେଶ୍ୱର ଓ ପରେ କଟକ ନେଇଥିଲେ।

କୌଣସି ସୁଫଳ ମିଳିପାରିନଥିବା ବେଳେ ଆର୍ଥିକ ଅନଟନ ସାଙ୍ଗକୁ କୋରୋନା କଟକଣା ମଧ୍ୟରେ ପୁଅ କରୁଣାକରର ଆଉ ଅଧିକ ଚିକିତ୍ସା କରାଇ ପାରିନଥିଲେ। ଆଉ ବିଧାୟକ ସାଲୁଗା ପ୍ରଧାନଙ୍କ ନିକଟକୁ ସହାୟତା ଆଶାରେ ପିତର ପ୍ରଧାନ ପୁଅ କରୁଣାକରକୁ ନେଇ ଯାଇଥିଲେ। ହେଲେ ବିଧାୟକ କିନ୍ତୁ ଏ ଦିଗରେ କୌଣସି ସହାୟତା ଯୋଗାଇ ଦେଇନଥିଲେ ବୋଲି କରୁଣାକରଙ୍କ ବାପା ପିତର ପ୍ରଧାନ କହିଥିଲେ। ଆଉ ଦେଖୁ ଦେଖୁ ଦୀର୍ଘ ଦିନର ଯନ୍ତ୍ରଣା ପରେ କରୁଣାକର ଏବେ ଆଖି ବୁଜିଛନ୍ତି। ଆଉ ୧୧ ମାସର ଝିଅଟେ ବାପ ଛେଉଣ୍ଡ ହୋଇଯାଇଥିବା ବେଳେ ଜଣେ ସ୍ତ୍ରୀ ତା ସ୍ୱାମୀକୁ ହରାଇଛି। ଆଉ ଦୁଇ ଜଣ ବୃଦ୍ଧବୃଦ୍ଧା ପୁଅକୁ ହରାଇଛନ୍ତି। ଏଥିପାଇଁ ଏବେ ଦାୟୀ କିଏ ? ଗରିବ ହେବା ନାଁ ଲୋକଙ୍କ ପାଇଁ ପ୍ରତିନିଧିତ୍ୱ କରୁଥିବା ବିଧାୟକ। ଏହାର ଉତ୍ତର କାହାରିଙ୍କ ପାଖରେ ନାହିଁ।