Advertisement
Article Detail0/zeeodisha/odisha700433
Zee OdishaKandhamalଗଡ଼ମା, କୁଟଲାରୀଗାଁ ଓ ବାଘପଡ଼ା ଗ୍ରାମର ଆଦିବାସୀଙ୍କ ମେଳି, ଜବରଦଖଲ କଲେ ହରିଜନଙ୍କ ପଟ୍ଟା ଜମି

ଗଡ଼ମା, କୁଟଲାରୀଗାଁ ଓ ବାଘପଡ଼ା ଗ୍ରାମର ଆଦିବାସୀଙ୍କ ମେଳି, ଜବରଦଖଲ କଲେ ହରିଜନଙ୍କ ପଟ୍ଟା ଜମି

ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଗଡ଼ମା, କୁଟଲାରୀଗାଁ ଓ ବାଘପଡ଼ା ଗ୍ରାମର ଆଦିବାସୀମାନେ ସଙ୍ଘବଦ୍ଧ ହୋଇ ଉକ୍ତ ଗ୍ରାମର ହରିଜନଙ୍କ ପଟ୍ଟା ଜମିକୁ ଜବରଦଖଲ କରି ଧାନ ବୁଣି ଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । କିଛିଦିନ ହେଲା ହରିଜନଙ୍କ ପଟ୍ଟା ଜମିରେ ବଳପୂର୍ବକ ହଲ କରିବା ନେଇ ଗ୍ରାମରେ ବୈଠକ କରାଯାଇଥିଲା । ଏ

ଫାଇଲ ଫଟୋ
ଫାଇଲ ଫଟୋ

ପ୍ରିୟବ୍ରତ ସାହୁ, କନ୍ଧମାଳ: ଦାରିଙ୍ଗବାଡ଼ି ବ୍ଳକ ବ୍ରାହ୍ମଣୀଗାଁ ଥାନା ଗଡ଼ମା, କୁଟଲାରୀଗାଁ ଓ ବାଘପଡ଼ା ଗ୍ରାମର ଆଦିବାସୀମାନେ ସଙ୍ଘବଦ୍ଧ ହୋଇ ଉକ୍ତ ଗ୍ରାମର ହରିଜନଙ୍କ ପଟ୍ଟା ଜମିକୁ ଜବରଦଖଲ କରି ଧାନ ବୁଣି ଥିବା ନେଇ ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । କିଛିଦିନ ହେଲା ହରିଜନଙ୍କ ପଟ୍ଟା ଜମିରେ ବଳପୂର୍ବକ ହଲ କରିବା ନେଇ ଗ୍ରାମରେ ବୈଠକ କରାଯାଇଥିଲା । ଏହାପରେ ଗତ ୨୦ ତାରିଖ ଦିନ ତିନିଟି ଗ୍ରାମର ଆଦିବାସୀ ସଙ୍ଘବଦ୍ଧ ଭାବେ ୫୦ରୁ ଅଧିକ ହଳ ବଳଦ ଧରି ଶହ ଶହ ଲୋକ ହରିଜନଙ୍କ ପଟ୍ଟା ଜମିରେ ପହଞ୍ଚି ହଳକରି ଧାନ ବୁଣିଥିଲେ । ହରିଜନମାନେ ସଙ୍ଘବଦ୍ଧ ଲୋକଙ୍କୁ ଦେଖି ଭୟରେ ଜମିକୁ ଯାଇପାରି ନଥିଲେ । 

୨୦୦୧ରେ ପ୍ରଥମ କରି ଲୋକ ସଂଗ୍ରାମ ମଞ୍ଚର ନେତୃତ୍ୱରେ ଏହିପରି ଉକ୍ତ ଗ୍ରାମର ଆଦିବାସୀ ସହିତ ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀଙ୍କୁ ନେଇ ହଳ କରି ଧାନ ବୁଣିଥିଲେ । ଏହି ଘଟଣାରେ ସେହି ସମୟରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଘଟଣା ସ୍ଥଳରେ ପହଞ୍ଚି ଥିଲେ । ଏଥିରେ ଅଧିବାସୀ ଶହଶହ ସଂଖ୍ୟାରେ ଘେରାଉ କରିଥିଲେ । ଅନେକ ସମୟ ପରେ ସେମାନଙ୍କୁ ବୁଝାଇ ସେଠାରୁ ମୁକୁଳି ଥିଲେ । ଏହାପରେ ସେହି ସମୟରେ ଦାରିଙ୍ଗବାଡ଼ି ବ୍ଲକ ଅଂଚଳରେ ବିଭିନ୍ନ ଗ୍ରାମରେ ଥିବା ହରିଜନଙ୍କ ପଟ୍ଟା ଜମିକୁ ହଳ କରିଥିଲେ । ଏହା ଫଳରେ ଆଦିବାସୀ ଓ ହରିଜନଙ୍କ ମଧ୍ୟରେ ଜମି ବିବାଦ ସୃଷ୍ଟି ହୋଇଥିଲା । ସେହିଭଳି ଏହି ଘଟଣା ପରେ ପରେ ଦାରିଙ୍ଗବାଡି ଅଞ୍ଚଳରେ ଏହାର ସୁଯୋଗ ନେଇ  ମାଓବାଦୀମାନେ ବ୍ଲକ ଅଞ୍ଚଳକୁ ପ୍ରବେଶ କରି ନିଜର କାୟା ବିସ୍ତାର ମଧ୍ୟ କରିଥିଲେ ।

ଏବେ ୨୦ବର୍ଷ ପରେ ପୁଣି ସେହିଭଳି ପରିସ୍ଥିତି ଗଡ଼ମା, କୁଟଲାରୀଗାଁ ଓ ବାଘପଡ଼ା ଗ୍ରାମରେ ସୃଷ୍ଟି ହୋଇଥିବା ଜଣା ପଡ଼ିଛି । ଏହାକୁ ପ୍ରଶାସନ ଗୁରୁତ୍ୱ ଦେଇ କାର୍ଯ୍ୟାନୁଷ୍ଠାନ କରାନଗଲେ ଆଗକୁ ଆଇନଶୃଙ୍ଖଳା ପରିସ୍ଥିତି  ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି । ହରିଜନ ମାନେ ବ୍ରାହ୍ମଣୀ ଗାଁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏଥିରେ ଥାନାଧିକାରୀ ରାଜସ୍ୱ ଅଧିକାରୀଙ୍କ ସହାୟତାରେ ଜମିର ଚିହ୍ନଟ ତଥା ଡିମାର୍କେସନ କରି ଦୃଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ କୁହାଯାଇଛି ।

Add Zee News as a Preferred Source
About the Author