କଟକ: SCB ହସ୍ପିଟାଲରେ ଚିକିତ୍ସିନ ଅବସ୍ଥାରେ ଆଖି ବୁଜିଲା କନ୍ଧମାଳର ଯୋଡାମୁଣ୍ଡ ଶିଶୁ ବଳିଆ। କିଛି ଦିନ ତଳେ ସ୍ୱାସ୍ଥାବସ୍ଥା ସଙ୍କଟାପନ୍ନ ଥିବାରୁ ତାକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତେବେ ଆଜି ସନ୍ଧ୍ୟରେ ବଳିଆର ମୃତ୍ୟୁ ହୋଇଥିବା ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି।
ସୂଚନାନୁସାରେ, ଗତ ୭ ଦିନ ତଳେ ବଳିଆର ସ୍ୱାସ୍ଥ୍ୟାବସ୍ଥା ବିଗିଜିଥିଲା। ତେବେ ସ୍ୱାସ୍ଥ୍ୟ ଅଧିକ ସଙ୍କଟାପନ୍ନ ହେବାରୁ ଦୁଇ ଦିନ ତଳେ ତାକୁ SCBର ଭେଣ୍ଟିଲେଟର ରଖାଯାଇଥିଲା। ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଥିଲେ। କିନ୍ତୁ ଚିକିତ୍ସାଧିନ ଅବସ୍ଥାରେ ବୁଧବାର ବଳିଆର ମୃତ୍ୟୁ ହୋଇଛି ବୋଲି ହସ୍ପିଟାଲର ଜରୁରିକାଳୀନ ଅଧିକାରୀ ଭୁବନାନନ୍ଦ ମହାରଣା କହିଛନ୍ତି।
Also read- ସ୍କୁଲ ବନ୍ଦ ପ୍ରସଙ୍ଗ: ଆଗକୁ ଭୟଙ୍କର ହେବ ଆନ୍ଦୋଳନ
କନ୍ଧମାଳ ଜିଲ୍ଲା ମିଲିପଡାର ଭୁଆନ୍ କହଁର ଏବଂ ପୁଷ୍ପଞ୍ଜଳି କହଁରଙ୍କ ଯାଆଁଳା ଶିଶୁ ହେଲେ ଜଗା, ବଳିଆ। ଜନ୍ମରୁ ଦୁଇ ଭାଇ କ୍ରାନିଓପାଗସ୍ ରୋଗରେ ପୀଡିତ ଥିଲେ। ଫଳରେ ସେମାନଙ୍କୁ ମୁଣ୍ଡ ଯୋଡୀ ହୋଇରହିଥିଲା। ପରେ ସେମାନଙ୍କୁ ଓଡିଶା ସରକାରଙ୍କ ସହାୟତାରେ ୨୦୧୭ ଜୁଲାଇ ୧୩ରେ ଦିଲ୍ଲୀ AIIMSରେ ଭର୍ତ୍ତି କରାଯାଇଥିଲା। ସେଠାରେ ମାରାଥନ ଅସ୍ତ୍ରପଚାର କରି ଦୁଇଟି ପର୍ଯ୍ୟାୟ ସେମାନଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା।
ଦିଲ୍ଲୀ AIIMSରେ ଜଗା, ବଳିଆ ଦୁଇ ବର୍ଷ ବିତାଇବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡିଶାକୁ ଫେରିଥିଲେ। ପରେ କଟକ SCBରେ ଭର୍ତ୍ତି କରାଯାଇଥିଲା। ଜାଗାର ଅବସ୍ଥା ଯଥେଷ୍ଟ ଉନ୍ନତ ହୋଇଥିବାବେଳେ ବଳିଆଙ୍କ ଅବସ୍ଥା ଗୁରୁତର ରହିଥିଲା। ତେବେ ଆଜି ଚିକିତ୍ସାଧିନ ଅବସ୍ଥାରେ ବଳିଆର ମୃତ୍ୟୁ ହୋଇଛି।