Advertisement
Article Detail0/zeeodisha/odisha699420
Zee OdishaKandhamalଦାରିଙ୍ଗବାଡ଼ିକୁ ସଡ୍ ଡାଉନ୍ କଲେ ସରପଞ୍ଚ

ଦାରିଙ୍ଗବାଡ଼ିକୁ ସଡ୍ ଡାଉନ୍ କଲେ ସରପଞ୍ଚ

କଡ଼ାକଡ଼ି ଭାବେ ଏହି ନିୟମକୁ ପାଳନ କରିବାକୁ ସେ ନିର୍ଦ୍ଦେଶ ଜାରି କରିବା ସହ ଡ଼ାକବାଜି ଯନ୍ତ୍ର ଯୋଗେ ଦାରିଙ୍ଗବାଡ଼ି ପଞ୍ଚାୟତର ସମସ୍ତ ୱାର୍ଡ ବୁଲି ବୁଲି ଘୋଷଣା କରିଛନ୍ତି ।

ଫାଇଲ ଫଟୋ
ଫାଇଲ ଫଟୋ

ପ୍ରିୟବ୍ରତ ସାହୁ, ଜି. ଉଦୟଗିରି: ଦାରିଙ୍ଗବାଡ଼ି ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା । ୪୮ ଘଣ୍ଟା ପାଇଁ ଦାରିଙ୍ଗବାଡ଼ି ପଞ୍ଚାୟତ ଅଞ୍ଚଳକୁ ସଡଡାଉନ ଘୋଷଣା କଲେ ସରପଞ୍ଚ ରାଧାକାନ୍ତ ପ୍ରଧାନ। ଆଜି ସନ୍ଧ୍ୟା ୫ ଟାରୁ ୨୩ ତାରିଖ ମଙ୍ଗଳବାର ସନ୍ଧ୍ୟା ୫ଟା ଯାଏ ଦାରିଙ୍ଗବାଡ଼ି ପଞ୍ଚୟତ ଅଞ୍ଚଳ ସମ୍ପୂର୍ଣ୍ଣ ସଡ୍ ଡାଉନ୍ କରାଯାଇଛି  । ଏହି ସମୟରେ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ଘରୁ କେହି ଲୋକ ବାହାରିବେନି । 

କଡ଼ାକଡ଼ି ଭାବେ ଏହି ନିୟମକୁ ପାଳନ କରିବାକୁ ସେ ନିର୍ଦ୍ଦେଶ ଜାରି କରିବା ସହ ଡ଼ାକବାଜି ଯନ୍ତ୍ର ଯୋଗେ ଦାରିଙ୍ଗବାଡ଼ି ପଞ୍ଚାୟତର ସମସ୍ତ ୱାର୍ଡ ବୁଲି ବୁଲି ଘୋଷଣା କରିଛନ୍ତି । ଦାରିଙ୍ଗବାଡ଼ି ଅଞ୍ଚଳରେ ରହିଥିବା ଏକ କ୍ୱାରେଣ୍ଟାଇନ ସେଣ୍ଟରରେ କାର୍ଯ୍ୟରତ ଶିକ୍ଷା ବିଭାଗର ଜଣେ କୋରୋନା ଯୋଦ୍ଧା କୋରୋନାରେ  ଆକ୍ରାନ୍ତ ଥିବା ନେଇ ଚିହ୍ନଟ ହୋଇଛନ୍ତି । ଆଉ ସେ ଅଞ୍ଚଳର ବହୁ ଲୋକଙ୍କ ସଂସ୍ପର୍ଶରେ ଆସିଥିବା ବେଳେ ଗୋଷ୍ଠୀ ସଂକ୍ରମଣ ଭୟରେ ସରପଞ୍ଚ ଏଭଳି ପଦକ୍ଷେପ ଗ୍ରହଣ କରି ଦାରିଙ୍ଗବାଡ଼ି ପଞ୍ଚାୟତ ଅଞ୍ଚଳକୁ ୪୮ ଘଣ୍ଟା ପାଇଁ ସଡ୍ ଡାଉନ ଘୋଷଣା କରିଛନ୍ତି ବୋଲି  କହିଛନ୍ତି ।

Add Zee News as a Preferred Source
About the Author