• ANM କର୍ମୀଚାରୀଙ୍କୁ ଯୋଗ୍ୟତା ଭିତ୍ତିରେ ଦିଆଯିବ ନିଯୁକ୍ତି, ସୂଚନା ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ
  • କୋରୋନାର ନୂଆ ଷ୍ଟ୍ରେନକୁ ରାଜ୍ୟରେ କଟକଣା ଜାରି
  • ୧୨ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ବିମାନ ବନ୍ଦରରେ କରାଯାଉଛି ସ୍କ୍ରିନିଂ
  • ମହାରାଷ୍ଟ୍ର ଓ କେରଳ ରେ ସ୍ଥିତି ସଙ୍ଗୀନ
  • ରାଜ୍ୟରେ କୋରୋନାର ଦ୍ୱିତୀୟ ଲହରର ପ୍ରବେଶକୁ ବାରଣ ପାଇଁ ସରକାରଙ୍କ ବିଶେଷ ପଦକ୍ଷେପ
  • ବିମାନ ବନ୍ଦରରେ ସ୍କ୍ରିନିଂ ସମୟରେ ଲକ୍ଷଣ ଦେଖାଗଲେ ଆଇସୋଲେସନରେ ରଖାଯିବ
  • ବିମାନ ବନ୍ଦରର ନିର୍ଦ୍ଦେଶକଙ୍କ ଭି. ଭେଙ୍କଟେଶ୍ୱର ରାଓଙ୍କ ସୂଚନା
  • ଆଜି ଭାରତ ବନ୍ଦ
  • ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ସର୍ବଭାରତୀୟ ବ୍ୟବସାୟ ସଂଗଠନ, ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ପାଳନ
  • ଆଜି ଘୋଷଣା ହୋଇପାରେ ନିର୍ବାଚନ ତାରିଖ

ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଛାତ୍ରୀଙ୍କ ଶିକ୍ଷାବୃତ୍ତି ହଡ଼ପ

ସମଗ୍ର ରାଜ୍ୟରେ ପ୍ରତି ସମୟରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଖୋଲୁଛି। ଆଉ ଏହି ସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ବର୍ଷବର୍ଷ ଧରି ନିଜର ଆଧିପତ୍ୟ ବିସ୍ତାର କରିଆସୁଛନ୍ତି। ହେଲେ ଏହି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ କିଭଳି ଚାଲିଛି। ଆଉ ଏଠି ଛାତ୍ର ଛାତ୍ରୀମାନେ ବାସ୍ତବରେ କଣ ପଢ଼ୁଛନ୍ତି କି। ଯଦି ଛାତ୍ର ଛାତ୍ରୀମାନେ ପଢୁନ

 ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଛାତ୍ରୀଙ୍କ ଶିକ୍ଷାବୃତ୍ତି ହଡ଼ପ

ପ୍ରିୟବ୍ରତ ସାହୁ, କନ୍ଧମାଳ: ସମଗ୍ର ରାଜ୍ୟରେ ପ୍ରତି ସମୟରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଖୋଲୁଛି। ଆଉ ଏହି ସବୁ ଶିକ୍ଷାନୁଷ୍ଠାନ ଗୁଡ଼ିକ ମଧ୍ୟ ବର୍ଷବର୍ଷ ଧରି ନିଜର ଆଧିପତ୍ୟ ବିସ୍ତାର କରିଆସୁଛନ୍ତି। ହେଲେ ଏହି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ କିଭଳି ଚାଲିଛି। ଆଉ ଏଠି ଛାତ୍ର ଛାତ୍ରୀମାନେ ବାସ୍ତବରେ କଣ ପଢ଼ୁଛନ୍ତି କି। ଯଦି ଛାତ୍ର ଛାତ୍ରୀମାନେ ପଢୁନାହାନ୍ତି ତାହାଲେ ଶିକ୍ଷାନୁଷ୍ଠାନ ଗୁଡ଼ିକ ଚାଲିଛି କେମିତି। ଏସବୁ ପ୍ରଶ୍ନ ମଧ୍ୟ ମନରେ ନିଶ୍ଚିତ ଉଙ୍କି ମରୁଥିବ। ତେବେ ଆମେ ଆପଣଙ୍କ ଏହି ସବୁ ପ୍ରଶ୍ନ ଉପରୁ କିଛି ପର୍ଦା ଉଠାଇବୁ। ବାସ୍ତବରେ ଛତୁ ଫୁଟିଲା ଭଳି ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ଖୋଲିବାର ପ୍ରକୃତ କାରଣ ହେଲା ଅର୍ଥ ଆତ୍ମସାତ କରିବା । ଆଉ ଏହି ସବୁ ଅର୍ଥ ଆସୁଛି କେଉଁଠୁ ନା ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଛାତ୍ର ଛାତ୍ରୀଙ୍କ ଉଚ୍ଚ ଶିକ୍ଷା ପାଇଁ ସରକାର ଯେଉଁ ଛାତ୍ର ବୃତ୍ତି ପ୍ରଦାନ କରୁଛନ୍ତି ସେଥିରୁ। ଛାତ୍ରଛାତ୍ରୀଙ୍କ ଅଜାଣତରେ ସେମାନଙ୍କ ଶିକ୍ଷାଗତ ପ୍ରମାଣ ପତ୍ରକୁ ନେଇ ଗୋଟିଏ ସମୟରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକରେ  ସେମାନଙ୍କ ନାମ ଲଗାଯାଉଛି। ଆଉ ପରବର୍ତ୍ତୀ ସମୟରେ ସେମାନଙ୍କ ଛାତ୍ର ବୃତ୍ତି ବାବଦକୁ ଆସୁଥିବା ଟଙ୍କାକୁ ମଧ୍ୟ ଜାଲିଆତି କରି ହଡ଼ପ କରିଦିଯାଉଛି। ଏଭଳି କିଛି ସଙ୍ଗିନ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଅଞ୍ଚଳରୁ।

ଅଭିଯୋଗ ଅନୁଯାୟୀ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ ରହିଥିବା ଋଷିମାଳ ମହାବିଦ୍ୟାଳୟରେ ସ୍ଥାନୀୟ ଅଞ୍ଚଳର ଦୁଇଜଣ ଛାତ୍ରୀ ସୁରମି ମଲିକ ଓ ସସ୍ମିତା କାର୍ଜିମାଝୀ ଉଭୟ ଗତ ୨୦୧୭ ମସିହାରେ ଯୁକ୍ତ ୩ ପ୍ରଥମ ବର୍ଷରେ ନାମ ଲେଖାଇଥିଲେ। ଆଉ ସେଠି ଯୁକ୍ତ ୩ ପଢ଼ା ମଧ୍ୟ ୨୦୧୯-୨୦ ବର୍ଷରେ ଶେଷ କରିଥିବା ବେଳେ ଏହି ୩ ବର୍ଷ ମଧ୍ୟରେ ବହୁବାର ଆବେଦନ ସତ୍ତ୍ୱେ ସେଠି ଉଭୟଙ୍କୁ ଛାତ୍ର ବୃତ୍ତି ମିଳି ପାରିନଥିଲା। ତେବେ ଯୁକ୍ତ ୩ ପଢ଼ା ସରିବା ପରେ ଉଭୟ ଛାତ୍ରୀ ସୁରମି ଓ ସସ୍ମିତା ନୟାଗଡ଼ ଜିଲ୍ଲାର ଏକ ଶିକ୍ଷାନୁଷ୍ଠାନରେ ଆହୁରି ଉଚ୍ଚ ଶିକ୍ଷା ପାଇଁ ନାମ ଲେଖାଇବାକୁ ଯାଇଥିଲେ। ଉଭୟ ଆଶା ରଖିଥିଲେ ଯେ ସରକାର ଉଚ୍ଚ ଶିକ୍ଷା ପାଇଁ ଯେଉଁ ଛାତ ବୃତ୍ତି ପ୍ରଦାନ କରୁଛନ୍ତି ସେଥିରେ ସୁରମି MBA କରିବେ ଆଉ ସସ୍ମିତା MSW ସମ୍ପନ୍ନ କରିବେ। ହେଲେ ସେମାନଙ୍କ ସେହି ଆଶା ସେଠି କିନ୍ତୁ ମୌଳି ଯାଇଥିଲା। କାରଣ ନୟାଗଡ଼ ଜିଲ୍ଲାର ଯେଉଁ ଶିକ୍ଷାନୁଷ୍ଠାନରେ ସେମାନେ ନାମ ଲେଖାଇବାକୁ ଯାଇଥିଲେ।

ସେଠି ସେହି ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଉଭୟଙ୍କୁ ଜଣାଇଥିଲେ ଯେ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ ଉଭୟ ବର୍ତ୍ତମାନ ଶିକ୍ଷା ଲାଭ କରୁଛ ତେଣୁ ସେଠି ଶିକ୍ଷା ଲାଭ ସରିବା ପରେ ଯାଇ ଆମ ଶିକ୍ଷାନୁଷ୍ଠାନରେ ଉଭୟ ନାମ ଲେଖାଇପାରିବ। ଏହା ଶୁଣି ଉଭୟ ଆଶ୍ଚର୍ଯ୍ୟ ହେବା ସହ ଯୁକ୍ତିତର୍କ କରିଥିଲେ। ହେଲେ ପ୍ରମାଣ ଦେଖିବା ପରେ ସେମାନେ ସେଠି ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ଅଜାଣତରେ ସେମାନଙ୍କ ଯୋଗ୍ୟତା ପ୍ରମାଣ ପତ୍ରକୁ କେହି ଚତୁରତାର ସହ ବ୍ରହ୍ମପୁରରେ ରହିଥିବା କଲେଜ ଅଫ ଆଡ଼ଭାନସ କ୍ୟାମ୍ପୁଟିଂ (college of advance computing) ନାମକ ଶିକ୍ଷାନୁଷ୍ଠାନରେ ବିବିଏ (BBA) କୋର୍ସରେ ଲଗାଯାଇଛି। 

ଯାହାକି ଉଭୟ ଛାତ୍ରୀ ଯେଉଁ ସମୟରେ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟରେ ଯୁକ୍ତ ୩ ଦ୍ୱିତୀୟ ବର୍ଷରେ ପଢୁଥିଲେ।ସେହି ସମୟରେ ହିଁ ୧୦୧୮ -୧୯ ରେ ସେମାନଙ୍କର ବିବିଏରେ ନାମ ଲଗାଯାଇଛି।ଆଉ ଏହା ସହ ଛାତ୍ର ବୃତ୍ତି ଟଙ୍କା ହଡ଼ପ କରିବା ପାଇଁ ବ୍ରହ୍ମପୁରରେ ରହିଥିବା ଆଇ ଡ଼ି ବି ଆଇ ବ୍ୟାଙ୍କ (IDBI LTD) (Industrial development bank of india)ରେ ସେମାନଙ୍କର ଜାଲ ବ୍ୟାଙ୍କ ଖାତା ଖୋଲାଯାଇଛି।ଆଉ ଯାହାକି BBA ପାଇଁ  ୨୦୧୮ -୧୯ ପ୍ରଥମ ବର୍ଷରେ ୪୨ ହଜାର ଆଉ ୨୦୧୯ -୨୦ ଦ୍ୱିତୀୟ ବର୍ଷରେ ୪୨ ହଜାର ଏଭଳି ଦୁଇବର୍ଷରେ ୮୪ ହଜାର ଟଙ୍କା ସୁରମିଙ୍କ ଛାତ୍ର ବୃତ୍ତି।ଏବଂ ସେହିଭଳି ସସ୍ମିତାଙ୍କର ଦୁଇବର୍ଷରେ ୩୦ ହଜାର ଲେଖାଏଁ ୬୦ ହଜାର ଟଙ୍କା ଛାତ୍ର ବୃତ୍ତିକୁ ହଡ଼ପ କରାଯାଇଥିବାର ପ୍ରମାଣ ମିଳିଛି।ଏହା ସହ ଚଳିତ ବର୍ଷ ୨୦୨୦-୨୧ ରେ ମଧ୍ୟ ପୁଣି ସେଭଳି ଛାତ୍ର ବୃତ୍ତି ଉଭୟଙ୍କ ହଡ଼ପ ହେବା ସହ ଉଭୟଙ୍କ ଅଜାଣତରେ ଚାଲିଥିବା BBA ର ଶେଷ ବର୍ଷ ସମ୍ପୂର୍ଣ୍ଣ ହେବ।ଆଉ ଏଇଥି ପାଇଁ ହି ଉଭୟଙ୍କର ଯୁକ୍ତ ୩ ପଢ଼ିବା ସମୟରେ ଛାତ୍ର ବୃତ୍ତି ନ ମିଳିବାର କାରଣ ମଧ୍ୟ ସେମାନେ ଜାଣିପାରିଥିଲେ।ତେବେ ଏନେଇ ଉଭୟ ଛାତ୍ରୀ କନ୍ଧମାଳ ଜିଲ୍ଲାପାଳ ଓ ବାଲିଗୁଡା ଉପ ଜିଲ୍ଲାପାଳ ଙ୍କୁ ଚିଠି ଲେଖି ଜଣାଇବା ସହ ନ୍ୟାୟ ଦାବି କରିଛନ୍ତି।

ତେବେ ଉଭୟ ଛାତ୍ରୀଙ୍କ ଅଜାଣତରେ ସେମାନଙ୍କ ନାମ ଅନ୍ୟ ଏକ ଶିକ୍ଷାନୁଷ୍ଠାନରେ ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ହିଁ ଚଞ୍ଚକତା କରି ଲଗାଇଛନ୍ତି ବୋଲି ଉଭୟ ଛାତ୍ରୀ,ଅଭିଭାବକ ଓ ବୁଦ୍ଧିଜୀବୀ ଅଭିଯୋଗ କରିବା ସହ ଏଭଳି ଭାବେ ଅନେକ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଛାତ୍ର ଛାତ୍ରୀଙ୍କ ଛାତ୍ର ବୃତ୍ତିକୁ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ସହଯୋଗ କରି ହଡ଼ପ କରୁଛନ୍ତି।ତେଣୁ ଅନୁସୂଚିତ ଜାତି ଓ ଜନଜାତିର ଉଭୟ ଛାତ୍ରୀଙ୍କୁ ଏ ଦିଗରେ ନ୍ୟାୟ ଦେବା ସହ ସରକାର ଏନେଇ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଆବଶକ୍ୟ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସାଧାରଣରେ ଦାବି ହେଉଛି। ତେବେ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟର ଛାତ୍ର ଛାତ୍ରୀମାନେ ସେମାନଙ୍କ ଛାତ୍ର ବୃତ୍ତି ହଡ଼ପ କରାଯାଉଥିବା ସମ୍ପର୍କରେ ଅନେକ ଜାଣିପାରୁନଥିବା ବେଳେ ବର୍ଷ ବର୍ଷ ଧରି ସରକାରଙ୍କ ଆଖିରେ ଆଙ୍ଗୁଠି ମାରି ଚାଲିଛି ଏହିସବୁ ଚଞ୍ଚକତା ଆଉ ଅର୍ଥ ହଡ଼ପ।