Advertisement
Article Detail0/zeeodisha/odisha701563
Zee OdishaKandhamalକ୍ୱାରେଣ୍ଟାଇନରୁ ଫେରିବା ପରେ ଯୁବକଙ୍କୁ ଗାଁରେ ରହିବା ମନା

କ୍ୱାରେଣ୍ଟାଇନରୁ ଫେରିବା ପରେ ଯୁବକଙ୍କୁ ଗାଁରେ ରହିବା ମନା

ଆଉ ଆଜକୁ ୪ ଦିନ ହୋଇଗଲା ଜଙ୍ଗଲରେ ଥିବା କୁଡ଼ିଆରେ ସମସ୍ୟା ମଧ୍ୟରେ ସରୋଜ ରହିଆସୁଥିବା ଜଣାପଡିଛି । ଆଉ ସେପଟେ ୪ ଜଣ ନାବାଳିକା ଗାଁର ସ୍କୁଲ ଘରେ ରହୁଛନ୍ତି । ତେବେ ଏହି ବିଷୟରେ ସରପଞ୍ଚ ୱାର୍ଡ ମେମ୍ବର ଓ ଗାଁର କିଛି ବୁଦ୍ଧିଜୀବୀଙ୍କୁ ସରୋଜର ବଡ଼ ଭାଇ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ । 

ଫାଇଲ ଫଟୋ
ଫାଇଲ ଫଟୋ

କନ୍ଧମାଳ: ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ପ୍ରବାସୀ ଯୁବକଙ୍କୁ ଗାଁରେ ନପୁରାଇ ଏକ ଜଙ୍ଗଲରେ କୁଡ଼ିଆରେ ରହିବାକୁ ବାଧ୍ୟ କରିଛନ୍ତି ଗ୍ରାମବାସୀ । ଆଉ ଖାଲି ଯେ ଉକ୍ତ ଯୁବକକୁ ଗାଁରେ ପୁରାଇ ନାହାଁନ୍ତି ବରଂ ତାଙ୍କ ବ୍ୟାଗ ଓ ଡ୍ରେସପଟାକୁ ୩ ଭଉଣୀଙ୍କ ସହ ଜଣେ ଝିଆରୀ ସ୍ପର୍ଶ କରିଥିବାରୁ ସେହି ୪ ଜଣ ନାବାଳିକାଙ୍କୁ ସ୍କୁଲ ଘର ଭିତରେ ରହିଥିବା ଦେଖିବାକୁ ମିଳିଛି । ଏଭଳି ଏକ ଅମାନବିକତା ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ହାତିମୁଣ୍ଡା ପଞ୍ଚାୟତର ଡାହୁ ଗ୍ରାମରେ । ଏହି ଗ୍ରାମର ସରୋଜ ପ୍ରଧାନ ନାମକ ଜଣେ ଯୁବକ ବହୁ ବର୍ଷ ହେବ କେରଳର ଏକ କମ୍ପାନୀରେ କାମ କରିବାକୁ ଯାଇଥିଲେ । 

fallback

ହେଲେ କୋରୋନା ହେବା ଫଳରେ ଗତ ୬ ତାରିଖ ଦିନ କେରଳରୁ ଫେରି ସରକାରଙ୍କ ନିୟମ ଅନୁଯାଇ ଫିରିଙ୍ଗିଆ ବ୍ଲକ ସ୍ଥିତ ଏକ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ରହିବା ପରେ ଗତ ୨୧ ତାରିଖ ଦିନ ସଙ୍ଗରୋଧ କେନ୍ଦ୍ରରୁ ଡିସଚାର୍ଜ ହେବାପରେ ସରକାରୀ କୋଭିଡ ଗାଡ଼ି ସରୋଜଙ୍କୁ ଗାଁ ପାଖରେ ଛାଡ଼ି ଚାଲି ଯାଇଥିଲା । ସରୋଜ ଫେରିବା ଖବର ଶୁଣି ପରିବାର ଲୋକ ବହୁ ଖୁସି ହେବା ସହ ସରୋଜ ପ୍ରଧାନଙ୍କ ୩ ଜଣ ସାନ ଭଉଣୀ ଓ ଝିଆରୀ ସରୋଜଙ୍କୁ ନେବା ପାଇଁ ଗାଁ ଠାରୁ ଦୂର ସିକରମାହା ଛକରେ ଅପେକ୍ଷା କରିଥିଲେ । ସରୋଜ ସିକରମାହା ଛକରେ ପହଞ୍ଚିବା ପରେ ୩ ଜଣ ସାନ ଭଉଣୀ ସହ ଝିଆରୀଙ୍କ ସହ ମିଶି ଘରକୁ ଫେରିଥିଲେ । ହେଲେ ଘରକୁ ଫେରିବା ବାଟରେ ଡାହୁ ଗ୍ରାମବାସୀ ଗାଁ ମୁହଁରେ ଜଗି ରହି ସରୋଜଙ୍କୁ ଗାଁରେ ପୁରାଇ ଦେଇନଥିଲେ। ଏପରିକି ୩ ଭଉଣୀ ଓ ଜଣେ ଝିଆରୀଙ୍କୁ ମଧ୍ୟ ଗ୍ରାମରେ ପୁରାଇ ଦେଇନଥିଲେ ଗ୍ରାମବାସୀ ।

Add Zee News as a Preferred Source

ଆଉ ଆଜକୁ ୪ ଦିନ ହୋଇଗଲା ଜଙ୍ଗଲରେ ଥିବା କୁଡ଼ିଆରେ ସମସ୍ୟା ମଧ୍ୟରେ ସରୋଜ ରହିଆସୁଥିବା ଜଣାପଡିଛି । ଆଉ ସେପଟେ ୪ ଜଣ ନାବାଳିକା ଗାଁର ସ୍କୁଲ ଘରେ ରହୁଛନ୍ତି । ତେବେ ଏହି ବିଷୟରେ ସରପଞ୍ଚ ୱାର୍ଡ ମେମ୍ବର ଓ ଗାଁର କିଛି ବୁଦ୍ଧିଜୀବୀଙ୍କୁ ସରୋଜର ବଡ଼ ଭାଇ ଜଣାଇଥିଲେ । କିନ୍ତୁ କୌଣସି ସୁଫଳ ମିଳିପାରି ନାହିଁ । ଓଲଟା ଗାଁ ଲୋକ ଘର ଦ୍ୱାର ଭାଙ୍ଗି ଦେବାର ଧମକ ଦେଇଥିବା ନେଇ ତାଙ୍କ ବଡ଼ ଭାଇ ଉତ୍ସବ ପ୍ରଧାନ ସୂଚନା ଦେଇଛନ୍ତି । ଆଉ ଏହି ବିଷୟରେ ବିଡିଓ ଜଗଦୀଶ ଶଢଙ୍ଗୀଙ୍କୁ ଯୋଗାଯୋଗରୁ ସେ କହିଛନ୍ତି ଯେ, ଏହା ଠିକ ନୁହଁ । ଏହାର ତଦନ୍ତ କରାଯିବ ବୋଲି ସେ କହିଛନ୍ତି ।

About the Author