)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ସଂଗୀନ ହେବାରେ ଲାଗିଛି। ଆଜି ସକାଳେ ତମାମ ରାଜ୍ୟରୁ ୭୩ଟି ମାମଲା ସାମ୍ନାକୁ ଆସିଥିବା ବେଳେ କେନ୍ଦ୍ରାପଡ଼ାରେ ପୁଣି ନୂଆ ୧୩ଟି ମାମଲା ସାମ୍ନାକୁ ଆସିଛି। ଏହି ମାମଲାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୨୨ରେ ପହଞ୍ଚିଛି। ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେପଟେ ରାଜ୍ୟରେ ମୋଟ ଆକ୍ରାନ୍ତ ୬୧୧ ଥିବା ବେଳେ ଏମାନଙ୍କୁ ମିଶାଇ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୨୩ରେ ପହଞ୍ଚିଛି।
କେନ୍ଦ୍ରାପଡ଼ାର ଜିଲ୍ଲାପାଳ ସମର୍ଥ ବର୍ମା ଟ୍ୱିଟ ଯୋଗେ ସୂଚନା ଦେଇ କହିଛନ୍ତି ଯେ, ସମସ୍ତ ଆକ୍ରାନ୍ତ ନିକଟରେ ସୁରତରୁ ଫେରିଥିଲେ। ଜିଲ୍ଲାର ମହାକାଳପଡ଼ା, କେନ୍ଦ୍ରାପଡ଼ା ଓ ରାଜକନିକା ବ୍ଲକ ଅଞ୍ଚଳର ଏହି ଆକ୍ରାନ୍ତମାନେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କି, ସୁରତରୁ ଫେରିବା ପରେ ସମସ୍ତେ କ୍ୱାରେଣ୍ଟାଇନରେ ଥିଲେ। ତେଣୁ ସେମାନଙ୍କ ନିକଟରେ କମ୍ୟୁନିଟି ସଂକ୍ରମଣର କୌଣସି ଲକ୍ଷଣ ନାହିଁ।