)
କେନ୍ଦ୍ରାପଡ଼ା: ଜିଲ୍ଲାରେ ପୂର୍ବରୁ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮ଟି ନୂଆ ମାମଲା ସାମ୍ନାକୁ ଆସିଛି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୮ରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।
ଯାହା ଜଣାପଡ଼ିଛି, କ୍ୱାରେଣ୍ଟାଇନ ସେଣ୍ଟରରୁ ହିଁ ସମସ୍ତ ନୂଆ ମାମଲା ଚିହ୍ନଟ ହୋଇଛି । ଏମାନେ ସମସ୍ତେ ରାଜ୍ୟ ବାହାରୁ ଫେରି କ୍ୱାରେଣ୍ଟାଇନ ସେଣ୍ଟରରେ ରହୁଥିଲେ । ତେଣୁ ଗୋଷ୍ଠୀ ସଂକ୍ରମଣର ଭୟ ନାହିଁ । ତେବେ ସମସ୍ତ ଆକ୍ରାନ୍ତଙ୍କ କଟକ ଅଶ୍ୱିନୀ କୋଭିଡ୍ ହସ୍ପିଟାଲକୁ ପଠାଯାଇଛି ।