ଯାହା ଜଣାପଡ଼ିଛି, ଜବତ ଟ୍ରକର ଗାଡ଼ି ନମ୍ବର OD 15H 3544 । ବେଆଇନ ଭାବେ ୪ଶହ ବସ୍ତା ମହୁଲ ସଂଗ୍ରହ କରି ଟ୍ରକଟି ଶଙ୍କରପୁର ରାସ୍ତା ଦେଇ ଯାଉଥିବା ବେଳେ ଅବକାରୀ ବିଭାଗ ଅଟାକାଇଥିଲା ।
Trending Photos
)
ଅଭୟ ମହାନ୍ତି, କେନ୍ଦୁଝର: ଜିଲ୍ଲା ସଦର ଥାନା ଶଙ୍କରପୁର ନିକଟରୁ ୧୪ ଚକିଆ ଟ୍ରକ ଜବତ । ଏହା ସହ ଟ୍ରକରେ ଥିବା ୪ଶହ ବସ୍ତା ମହୁଲ ଜବତ କରିଛି ଅବକାରୀ ବିଭାଗ । ଏହାର ଆନୁମାନିକ ମୂଲ୍ୟ ସାଢ଼େ ୬ଲକ୍ଷ ଟଙ୍କା ହେବ । ଘଟଣାରେ ସମ୍ପୃକ୍ତ ଟ୍ରକ ଡ୍ରାଇଭର ଓ ହେଲପର ଗିରଫ ହୋଇଛନ୍ତି ।
ଯାହା ଜଣାପଡ଼ିଛି, ଜବତ ଟ୍ରକର ଗାଡ଼ି ନମ୍ବର OD 15H 3544 । ବେଆଇନ ଭାବେ ୪ଶହ ବସ୍ତା ମହୁଲ ସଂଗ୍ରହ କରି ଟ୍ରକଟି ଶଙ୍କରପୁର ରାସ୍ତା ଦେଇ ଯାଉଥିବା ବେଳେ ଅବକାରୀ ବିଭାଗ ଅଟାକାଇଥିଲା । ପରେ ଟ୍ରକ ସହ ମହୁଲ ସବୁକୁ ଜବତ କରାଯାଇଛି ।
ଏବେ ଘଟଣାର ଅଧିକ ତଦନ୍ତ ଚାଲିଛି । କେଉଁଠୁ ମହୁଲ ଅଣାଯାଇଛି ଏବଂ ଟ୍ରକ ମାଲିକଙ୍କ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କରୁଛି ଅବକାରୀ ବିଭାଗ ।