ମୃତ ଯୁବକ ଜଣକ କେନ୍ଦୁଝର ସହରର ଚର୍ଚ ଛକ ନିକଟସ୍ଥ ସୌରଭ ସ୍ୱାଇଁ ବୋଲି ଜଣା ପଡ଼ିଛି ।
Trending Photos
)
ଅଭୟ ମହାନ୍ତି, କେନ୍ଦୁଝର: ସରକାର ଲକଡାଉନକୁ କୋହଳ କରିବା ପରେ ସାଧାରଣ ଜନଜୀବନ ଏକ ପ୍ରକାର ସ୍ୱାଭାବିକ ହୋଇଛି । ଏହି ସ୍ୱାଭାବିକ ପରେ ପଦାକୁ ଗୋଡ଼ କାଢ଼ିଛନ୍ତି ଯୁବଗୋଷ୍ଠୀ । ପର୍ଯ୍ୟଟନ ସ୍ଥଳ ଖଣ୍ଡାଧାରକୁ କେନ୍ଦୁଝର ସହରର କିଛି ଯୁବକ ବୁଲିବାକୁ ଯାଇଥିଲେ । ସେଠାରେ ସେମାନେ ଭୋଜି କରିବା ସହ ଜଳପ୍ରପାତ କୁଣ୍ଡରେ ଗାଧୋଇ ଥିଲେ । ଏହି ସମୟରେ କୁଣ୍ଡରେ ବୁଡ଼ି ଜଣଙ୍କ ମୃତ୍ୟୁ ହୋଇଛି ।
ଯାହା ଜଣାପଡ଼ିଛି, ଯୁବକଙ୍କୁ ଅନ୍ୟ ସାଙ୍ଗମାନେ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହେବା ପରେ ସ୍ଥାନୀୟ ବାସିନ୍ଦାଙ୍କୁ ଜଣେଇଥିଲେ । ମୃତ ଯୁବକ ଜଣକ କେନ୍ଦୁଝର ସହରର ଚର୍ଚ ଛକ ନିକଟସ୍ଥ ସୌରଭ ସ୍ୱାଇଁ ବୋଲି ଜଣା ପଡ଼ିଛି । ସ୍ଥାନୀୟ ଲୋକେ ଏନେଇ ପୋଲିସକୁ ଖବର ଦେଇଥିଲେ ।
ଘଟଣା ସ୍ଥଳରେ ପହଞ୍ଚି ଅଗ୍ନିଶମ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରିଛନ୍ତି । ଯୁବକଙ୍କୁ ଉଦ୍ଧାର ପରେ ନୟାକୋଟ ପୋଲିସ ବ୍ୟବଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠେଇ ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ଉକ୍ତ ଜଳପ୍ରପାତରେ କିଛି ସୁରକ୍ଷା ବ୍ୟବସ୍ଥା ନଥିବାରୁ ବହୁ ସମୟରେ ଦୁର୍ଘଟଣା ଘଟୁଛି ।