ଅଭିଯୋଗକାରୀ ଓକିଲ ଜଣକ ହେଲେ ରତିରଞ୍ଜନ ବେହେରା । ଏପରିକି ଉକ୍ତ ଓକିଲଙ୍କୁ ଜାତିଆଣ ଆକ୍ଷେପ ସହ ବନ୍ଧୁକ ଲଗାଇ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।
Trending Photos
)
ଅଭୟ ମହାନ୍ତି, କେନ୍ଦୁଝର: ଓକିଲଙ୍କୁ ପୋଲିସର ମାଡ଼ ମରା ଅଭିଯୋଗ । ନିଜ ମହକିଲଙ୍କ ନିକଟକୁ ଯାଉଥିବା ଜଣେ ଓକିଲଙ୍କୁ କେନ୍ଦୁଝର ଟାଉନ ଥାନା ପୋଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଅଭିଯୋଗକାରୀ ଓକିଲ ଜଣକ ହେଲେ ରତିରଞ୍ଜନ ବେହେରା । ଏପରିକି ଉକ୍ତ ଓକିଲଙ୍କୁ ଜାତିଆଣ ଆକ୍ଷେପ ସହ ବନ୍ଧୁକ ଲଗାଇ ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି ।
ସୂଚନା ମୁତାବକ, ମଙ୍ଗଳବାର କେନ୍ଦୁଝର ସହରର ଜନଗହଳି ପୂର୍ଣ ଲାବଣ୍ୟ ଛକ ନିକଟରେ ଏହି ଘଟଣା ଘଟିଛି । ବାଇକରେ ରତିରଞ୍ଜନ ଯାଉଥିବା ବେଳେ ଛକ ନିକଟରେ ତାଙ୍କୁ ଅଟକାଇ ପୋଲିସ ମାଡ଼ ମାରିଥିବା ସେ କହିଛନ୍ତି । ଏହି ଘଟଣା ଖବର ପାଇ ଓକିଲ ସଂଘର କର୍ମକର୍ତ୍ତାମାନେ ଟାଉନ ଥାନାକୁ ଆସି ସମୃକ୍ତ ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ । ଥାନା ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଓକିଲ ସଂଘ ପକ୍ଷରୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ତେବେ ଏହାକୁ ନେଇ ଆଜି ଓକିଲ ସଂଘର ସାଧାରଣ ପରିଷଦ ବୈଠକ ବସିବ । ଆଲୋଚନା ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।