Advertisement
Article Detail0/zeeodisha/odisha694876
Zee OdishaKeonjharକୋରୋନା ଯୋଦ୍ଧାଙ୍କ ପରିବାର ଉପରେ ଆକ୍ରମଣ, ୩ ଆହତ

କୋରୋନା ଯୋଦ୍ଧାଙ୍କ ପରିବାର ଉପରେ ଆକ୍ରମଣ, ୩ ଆହତ

ସୂଚନା ମୁତାବକ, ଗତକାଲି ତାଙ୍କ ପରିବାର ଲୋକ ପାଣି ନେଇଥିବା ସମୟରେ ହଠାତ କିଛି ପଡୋଶୀ ତାଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ଚୁଟି ଧରି ତଳେ ଘୋଷାରି ଥିଲେ ।

ଫାଇଲ ଫଟୋ
ଫାଇଲ ଫଟୋ

କେନ୍ଦୁଝର: ଜିଲ୍ଲାର ବାରିଆ ଥାନା ଅନ୍ତର୍ଗତ ଫୁଲକଅଲେଇ ଗାଁରେ ଅଘଟଣ । ଗାଁର ଗଣେଶ ଚନ୍ଦ୍ର କାରୁଆ ତୁରୁମୁଙ୍ଗା ଡାକ୍ତରଖାନାରେ କାମ କରନ୍ତି । ସେ ସବୁ ଦିନ ଗାଁରୁ ଯିବା ଆସିବା କରିଥାନ୍ତି । କିନ୍ତୁ କୋଭିଜ-19କୁ ନେଇ ସରକାର ଲାକଡାଉନ ଘୋଷଣା ପରେ ଗଣେଶଙ୍କ ଗାଁକୁ ଆସିବାକୁ ବିରୋଧ କରୁଥିଲେ ପଡୋଶୀ । ଏପରିକି ନଳକୂପରୁ ପାଣି ଆଣିବାକୁ ଦେଉ ନଥିଲେ ।

ସୂଚନା ମୁତାବକ, ଗତକାଲି ତାଙ୍କ ପରିବାର ଲୋକ ପାଣି ନେଇଥିବା ସମୟରେ ହଠାତ କିଛି ପଡୋଶୀ ତାଙ୍କ ପରିବାର ଉପରେ ଆକ୍ରମଣ କରିବା ସହ ଚୁଟି ଧରି ତଳେ ଘୋଷାରି ଥିଲେ । ଏଥିରେ ଗଣେଶଙ୍କ ୨ ଝିଅଙ୍କ ମୁଣ୍ଡ ଫାଟିଯାଇଥିଲା । ଅନ୍ୟପଟେ ସେହି ସମୟରେ ଶୌଚ ପାଇଁ ଯାଇଥିବା ଭାଇ ଉପରକୁ ପଥର ଫିଙ୍ଗା ଯାଇଥିଲା । ଯାହା ଫଳରେ ତାଙ୍କ ହାତରେ ଆଘାତ ଲାଗିଥିଲା । ଏ ନେଇ ବାରିଆ ଥାନାରେ ଏକ ଅଭିଯୋଗ ହେବ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Add Zee News as a Preferred Source
About the Author