• ସୁପ୍ରିମକୋର୍ଟର ୬ ବିଚାରପତିଙ୍କୁ ସ୍ୱାଇନ ଫ୍ଲୁ
  • ନାନକପୁରା ସ୍କୁଲ ବୁଲିଲେ ଆମେରିକାର ପ୍ରଥମ ମହିଳା
  • ଭାରତ ଭ୍ରମଣକୁ କେବେ ଭୁଲି ହେବ ନାହିଁ: ମେଲାନିଆ
  • ଦିଲ୍ଲୀ ହିଂସା ଘଟଣା
  • ହିଂସାକାଣ୍ଡରେ ୭ ଜଣଙ୍କ ମୃତ୍ୟୁ ନେଇ ସୂଚନା
  • ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କଷ୍ଟବଲ
  • ହିଂସାକାଣ୍ଡକୁ ନେଇ ଉଚ୍ଚସ୍ତରୀୟ ବୈଠକ ଡାକିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ
  • ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଥିଲେ ଉପସ୍ଥିତ
  • କପିଲ ମିଶ୍ରାଙ୍କ ବୟାନକୁ ନେଇ ବଢ଼ୁଛି ବିବାଦ
  • ଦଳ ଭିତରୁ ପ୍ରତିବାଦର ସ୍ୱର

ଦୁଃଖରେ ଦିନ କଟୁଛି ରମେଶଙ୍କ ପରିବାର, ସରକାରୀ ଯୋଜନା କାହା ପାଇଁ?

କେନ୍ଦୁଝର ଜିଲ୍ଲା ତଳକଇଁସାରି ଗାଁର ରମେଶ ଦେହୁରୀଙ୍କ ଭଙ୍ଗା ଘର । ଚାଳ ଛପର ନଥିବା ଘରର ଭଙ୍ଗା କାନ୍ଥରେ ଝୁଲୁଛି ମିଟର ଓ ବିଦ୍ୟୁତ ବୋର୍ଡ । ଭଙ୍ଗା କାନ୍ଥ ପଛରେ ନିର୍ମାଣ ହୋଇଛି ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା । 

ଦୁଃଖରେ ଦିନ କଟୁଛି ରମେଶଙ୍କ ପରିବାର, ସରକାରୀ ଯୋଜନା କାହା ପାଇଁ?
ଫାଇଲ ଫଟୋ

କେନ୍ଦୁଝର: ଖଣି ପ୍ରଭାବିତଙ୍କ ପାଇଁ ସରକାରଙ୍କ ରହିଛି ଅନେକ ଯୋଜନା । କିନ୍ତୁ ପ୍ରକୃତ ହିତାଧିକାରୀ ହୋଇ ମଧ୍ୟ ଘର ଖଣ୍ଡେ ମିଳୁନାହିଁ । ଘର ନଥିବାରୁ ଭଙ୍ଗା ମାଟି କାନ୍ଥରେ ଝୁଲୁଛି ସୌଭାଗ୍ୟ ଯୋଜନାରେ ମିଳିଥିବା ବିଜୁଳି ସଂଯୋଗର ମିଟର ବୋର୍ଡ । ଆଉ ବିଲ ମଧ୍ୟ ଆସୁଛି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝରର ବାଂଶପାଳ ବ୍ଲକ ଉପର କଇଁସାରି ଗାଁରେ । ଗାଁର ରମେଶ ଦେହୁରୀଙ୍କ ଆର୍ଥିକ ସ୍ଥିତି ଖରାପ ଥିବାରୁ ମୌଳିକ ସୁବିଧାରୁ ବଞ୍ଚିତ ରହି ଯାଯାବର ଜୀବନ କାଟୁଛନ୍ତି । 

କେନ୍ଦୁଝର ଜିଲ୍ଲା ତଳକଇଁସାରି ଗାଁର ରମେଶ ଦେହୁରୀଙ୍କ ଭଙ୍ଗା ଘର । ଚାଳ ଛପର ନଥିବା ଘରର ଭଙ୍ଗା କାନ୍ଥରେ ଝୁଲୁଛି ମିଟର ଓ ବିଦ୍ୟୁତ ବୋର୍ଡ । ଭଙ୍ଗା କାନ୍ଥ ପଛରେ ନିର୍ମାଣ ହୋଇଛି ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା । ୩ ବର୍ଷ ତଳେ ଝଡ ବତାସରେ ରମେଶଙ୍କ ଘର ଭାଙ୍ଗି ଯାଇଥିଲା । ସେହି ଦିନଠାରୁ ରମେଶ, ତାଙ୍କ ସ୍ତ୍ରୀ ରାଇମଣି ଓ ତିନି ଛୁଆ ପର ଘରେ ଆଶ୍ରୟ ନେବା ସହ ଯାଯାବର ଜୀବନ କାଟୁଛନ୍ତି । ମୁଣ୍ଡ ଗୁଞ୍ଜିବାକୁ ଚାଳ ନଥିବା ବେଳେ ଆସୁଛି ଲମ୍ୱା ବିଦ୍ୟୁତ ବିଲ । ଘରର ମୁରବୀ ରମେଶ ରୋଗାଗ୍ରସ୍ତ ହୋଇଥିବାରୁ ସ୍ତ୍ରୀ ରାଇମଣି ମୁଲମଜୁରୀ ଲାଗି ୫ ପ୍ରାଣୀ କୁଟୁମ୍ବ ମୁହଁରେ ଆହାର ଯୋଗାଉଛନ୍ତି । ରମେଶଙ୍କ ଦୁଃଖ ଦୂର କରିବା ପାଇଁ ପ୍ରଶାସନ ସମ୍ମୁଖରେ ବାରମ୍ୱାର ଗୁହାରି ଜଣାଇଥିଲେ ମଧ୍ୟ ଏବେ ସୁଦ୍ଧା କୌଣସି ସହାୟତା ମିଳିପାରିନାହିଁ । 

ସାଧାରଣ ନିର୍ବାଚନ ପୂର୍ବରୁ ସୌଭାଗ୍ୟ ଯୋଜନାରେ ରମେଶଙ୍କ ଭଙ୍ଗା ଘରେ ମିଟର ଲଗାଇ ନେସ୍କୋ କାମ ସାରି ଦେଇଛି । ସେପଟେ ବିଡିଓ ଏହା ସମ୍ପର୍କରେ ମୁହଁ ଖୋଲିବାକୁ ନାରାଜ । ଖରା, ବର୍ଷା, ଶୀତରେ ବାରଣ୍ଡାରେ ପଡି ଯନ୍ତ୍ରଣା ପାଉଥିବା ରମେଶଙ୍କ ଦୁଃଖ ସମ୍ପର୍କରେ ସରପଞ୍ଚ ଅବଗତ ଅଛନ୍ତି । ଯଥାଶୀଘ୍ର ତାଙ୍କୁ ଘର ଖଣ୍ଡେ ଯୋଗାଇ ଦିଆଯିବ ବୋଲି ସରପଞ୍ଚ ପ୍ରତିଶ୍ରୁତି ଦେଇଛନ୍ତି । ତୁରନ୍ତ ପ୍ରଶାସନ ପକ୍ଷରୁ ରମେଶଙ୍କୁ ଘର ଖଣ୍ଡିଏ ସହ ଅନ୍ୟାନ୍ୟ ସରକାରୀ ସହାୟତା ମିଳିଲେ ଅସହାୟ ପରିବାରର ଦୁଃଖ ଫେରି ପାରନ୍ତା ।