ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ବାବୁଲିକୁ ଗିରଫ କରିଛି ।
Trending Photos
)
ଅଭୟ ମହାନ୍ତି, କେନ୍ଦୁଝର: ଖାଇବାକୁ ନେଇ ଝଗଡ଼ା କଲା । ଆଉ ଶେଷରେ ପିଟି ପିଟି ମାରିଦେଲା ନିଶାସକ୍ତ ସ୍ୱାମୀ । ଏପରିକି କନ୍ଥାରେ ଗୁଡ଼ାଇ ମୃତ ଦେହକୁ ରଖିଥିଲା । କେନ୍ଦୁଝର ସହର ସାଆନ୍ତରାପୁର ଅଞ୍ଚଳରେ ଘଟିଛି ଏହି ଘଟଣା । ଅଭିଯୁକ୍ତ ବାବୁଲି ପ୍ରଧାନକୁ ଗିରଫ କରିଛି ପୋଲିସ । ଘଟଣାର ଅଧିକ ତଦନ୍ତ ଜାରି ରହିଛି ।
ମିଳିଥିବା ସୂଚନା ମୁତାବକ, ପୁରା ଘଟଣା ଥିଲା ଏପରି । ଅଭିଯୁକ୍ତ ବାବୁଲି ପ୍ରଧାନ ରଙ୍ଗ ମିସ୍ତ୍ରୀ ଭାବେ କାମ କରେ । ଗତକାଲି ରାତିରେ ପ୍ରଚୁର ମଦ ପିଇ ଘରକୁ ଫେରିଥିଲା ବାବୁଲି । ଆଉ ଘରେ ଖାଇବାକୁ ନେଇ ସ୍ତ୍ରୀ ମଞ୍ଜୁ ପ୍ରଧାନଙ୍କ ସହ ଝଗଡ଼ା କରିଥିଲା । ଏପରିକି ଏହି ସାମାନ୍ୟ କଥାକୁ ନେଇ ସ୍ତ୍ରୀକୁ ପିଟି ପିଟି ମାରିଦେଇଛି ଅଭିଯୁକ୍ତ । ପରେ ମୃତ ମଞ୍ଜୁଙ୍କ ଶବକୁ କନ୍ଥାରେ ଗୁଡ଼ାଇ ରଖିଥିଲା ।
ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଭିଯୁକ୍ତ ବାବୁଲିକୁ ଗିରଫ କରିଛି । ବିଳମ୍ବିତ ରାତିରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ତାର ସ୍ୱାସ୍ଥ୍ୟ ପରୀକ୍ଷା ମଧ୍ୟ କରାଯାଇଛି ।