)
ଖୋର୍ଦ୍ଧା: ମହାମରୀ କୋରୋନା ଭୂତାଣୁକୁ ନେଇ ରାଜ୍ୟରେ ଅନଲକ ଜାରି ରହିଛି । ଏହାର ସୁଯୋଗ ନେଇ ଚୋରା ଦେଶୀ ମଦ ବେପାରୀମାନେ ସକ୍ରିୟ ହୋଇ ଉଠିଛନ୍ତି । ଏହି ସମୟରେ ମଦ ଚୋରା କାରବାର ଅହେତୁକ ବୃଦ୍ଧି ପାଉଛି । ଅନେକ ସ୍ଥାନରେ ଦେଶୀ ମଦ ମଧ୍ୟ ବେଆଇନ ଭାବେ ବିକ୍ରି ହେଉଥିବା ଦେଖିବାକି ମିଳିଛି । ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଅଞ୍ଚଳରେ ଦୀର୍ଘ ଦିନ ହେଲା ଚୋରା ମଦ କାରବାର ବୃଦ୍ଧି ପାଉଛି ।
ଆଜି(ଗୁରୁବାର) ବାଲୁଗାଁ ଅବକାରୀ ବିଭାଗର ଓ.ଆଇ.ସି ମନୋଜ କୁମାର ବାରିକ ଏକ ୫ ଜଣିଆ ଟିମ ଗଠନ କରି ଚିଲିକା ବ୍ଲକର ବିଭିନ୍ନ ଅଂଚଳରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବଡ଼କୁଳ ଅଶ୍ୱରୀ ପାଟଣ ଅଞ୍ଚଳରୁ ଜଣେ ମହିଳା ଓ ଜଣେ ପୁରୁଷ ଦେଶୀ ମଦ ବେପାରୀଙ୍କ ଠାରୁ ୫୧ ଲିଟର ଚୋରା ଦେଶୀ ରନ୍ଧା ମଦ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।