ଏହି ଆକ୍ରମଣରେ ଉଭୟଙ୍କ ଶରୀରରେ ଗଭୀର ଆହତ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।
Trending Photos
)
ଖୋର୍ଦ୍ଧା: ବେଗୁନିଆ ବ୍ଲକ ଗୋପିନାଥପୁର ଗାଁରେ ହାତୀ ଆକ୍ରମଣ । ଫଳରେ ୨ ଜଣ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନା ମୁତାବକ, ଗୁରୁବାର ପୋଖରୀକୁ ଶୌଚ ହେବାକୁ ଯାଇଥିବା ବେଳେ ବେଗୁନିଆ ବ୍ଲକ ଦେଉଳୀ ପଞ୍ଚାୟତ ଗୋପିନାଥପୁର ଗାଁର ୨ ଜଣଙ୍କ ହାତୀ ଆକ୍ରମଣ କରିଥିଲା । ତେବେ ଏହି ଆକ୍ରମଣରେ ଉଭୟ ଗୁରୁତର ଆହତ ହୋଇପଡ଼ିଥିଲେ । ପରେ ଗ୍ରାମବାସୀ ଉଭୟଙ୍କୁ ଉଦ୍ଧାର କରି ମେଡିକାଲ ପଠାଇଥିଲେ ।
ଏହି ଆକ୍ରମଣରେ ଉଭୟଙ୍କ ଶରୀରରେ ଗଭୀର ଆହତ ଲାଗିଛି । ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉଭୟଙ୍କ ଚିକିତ୍ସା ଜାରି ରହିଛି ।